Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

IPL News / IPL 2026 ପାଇଁ ଖେଳାଳିଙ୍କ ନିଲାମ କେବେ ହେବ? ରିପୋର୍ଟରେ ହେଲା ପ୍ରମୁଖ ଖୁଲାସା

Ritu Das
Browse all articles by Ritu Das
·8 months ago·2 min read
IPL 2026 ପାଇଁ ଖେଳାଳିଙ୍କ ନିଲାମ କେବେ ହେବ? ରିପୋର୍ଟରେ ହେଲା ପ୍ରମୁଖ ଖୁଲାସା

Key Points

ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ନୂଆ ସିଜନ ଆରମ୍ଭ ହେବାକୁ ଏବେ କେବଳ ୪ ମାସ ବାକି ଅଛି। ଆଇପିଏଲ ଟିମ ମଧ୍ୟରେ ବର୍ତ୍ତମାନ ଟ୍ରେଡ ଡିଲ ଚାଲିଛି।
ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ନୂଆ ସିଜନ ଆରମ୍ଭ ହେବାକୁ ଏବେ କେବଳ ୪ ମାସ ବାକି ଅଛି। ଆଇପିଏଲ ଟିମ ମଧ୍ୟରେ ବର୍ତ୍ତମାନ ଟ୍ରେଡ ଡିଲ ଚାଲିଛି। ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ମୁତାବକ ଆଇପିଏଲ ୨୦୨୬ ନିଲାମ ଡିସେମ୍ବର ୧୫ ତାରିଖରେ ହେବ ବୋଲି କୁହାଯାଉଛି। ଏହାପୂର୍ବରୁ ଦୁଇଟି ସିଜନର ଆଇପିଏଲ ନିଲାମ ବିଦେଶରେ ହୋଇଥିଲା। ଆଇପିଏଲ ୨୦୨୫ର ନିଲାମ କାର୍ଯ୍ୟକ୍ରମ ସାଉଦିଆରବରେ ରଖାଯାଇଥିଲା।

ଏହାସହ ପଢ଼ନ୍ତୁ: ଅଷ୍ଟ୍ରେଲିଆରେ ପହଞ୍ଚିବା ସମ୍ପର୍କରେ ଜେମିମା ରୋଡ୍ରିଗେଜଙ୍କ ବୟାନ ଭାଇରାଲ

ଆରସିବି ଜିତିଥିଲା ୨୦୨୫ ଆଇପିଏଲ ଟ୍ରଫି

୨୦୨୫ ଆଇପିଏଲରେ କ୍ରିକେଟ ଫ୍ୟାନ୍ସଙ୍କୁ ଏକ ନୂଆ ବିଜୟୀ ଟିମ ମିଳିଥିଲା। ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଚଳିତ ଆଇପିଏଲର ଟ୍ରଫି ପ୍ରଥମ ଥର ଜିତିଥିଲା। ଏଥିପାଇଁ ପୁରା ବେଙ୍ଗାଲୁରୁ ସହ ପୁରା ଦେଶରେ ଥିଲା ଉତ୍ସାହର ମାହୋଲ। କିନ୍ତୁ ଏହି ଆଇପିଏଲ ଟ୍ରଫି ଜିତିବାକୁ ଟିମ୍‌କୁ ୧୮ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। ଆଇପିଏଲ ୨୦୨୫ରେ ଆରସିବିର କ୍ୟାପଟେନସି ରଜତ ପଟିଦାର ସମ୍ଭାଳିଥିଲେ। ଆଉ ପ୍ରଥମ ଥରରେ ହିଁ ରଜତ ଟିମକୁ ଟ୍ରଫି ଜିତାଇଥିଲେ।

CSK ଏବଂ RR ପାଇଁ ଚ୍ୟାଲେଞ୍ଜିଂ ଥିଲା ଆଇପିଏଲ-୨୦୨୫

ତେବେ ଆଇପିଏଲ ୨୦୨୫ରେ ଶେଷ ପର୍ଯ୍ୟନ୍ତ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ଟିମ୍‌ ରହିଥିଲେ। ଋତୁରାଜ ଗାଏକ୍ବାଡ ଆହତ ହେବାପରେ ସିଏସକେ ଟିମ୍‌ର ନେତୃତ୍ବ ଏମ.ଏସ ଧୋନୀ ସମ୍ଭାଳିଥିଲେ। କିନ୍ତୁ ଚେନ୍ନାଇ ଟିମ ଚଳିତ ଥର ଆଇପିଏଲ ୧୮ତମ ସିଜନରେ ୧୦ ନମ୍ବରରେ ରହିଥିଲା। ସେପଟେ ରାଜସ୍ଥାନ ରୟାଲ୍ସ ଟିମ ୨୦୨୫ ମସିହାରେ ଜଣେ ଦମଦାର ଖେଳାଳିଙ୍କୁ ନିଜ ଟିମକୁ ଆଣିଥିଲା। ସେ ହେଲେ ବୈଭବ ସୂର୍ଯ୍ୟବଂଶୀ। ଯିଏ ଆଇପିଏଲ ୨୦୨୫ରେ ସବୁଠାରୁ ଅଧିକ ସେଞ୍ଚୁରୀ କରିଥିଲେ। ହେଲେ ବି ଟିମ ଆଇପିଏଲରେ ଚଳିତଥର ୯ନମ୍ବରରେ ଥିଲା।

ଏହାସହ ପଢ଼ନ୍ତୁ: ବିସିସିଆଇ ଦେଲା ବଡ଼ ଅପଡେଟ୍‌, ଆସନ୍ତା ସପ୍ତାହରେ ଆସିବ IPL ରିଟେନସନ୍‌ ତାଲିକା


ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସ ଚଳିତଥର ନିଜ ନିଜ ଟିମରେ ବହୁ ପରିବର୍ତ୍ତନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏବେ ଟିମ ଫାଞ୍ଚାଇଜ ଖେଳାଳିଙ୍କୁ ବିକ୍ରି କରିବା ଆରମ୍ଭ କରିଦେଲାଣି। ଆଉ ଗୋଟିଏ ମାସ ପରେ ପୁରା ଖବର ଜଣାପଡ଼ିଯିବ ଯେ, କେଉଁ ଟିମକୁ କେଉଁ ଖେଳାଳି ଯିବେ। ସେପଟେ ସଞ୍ଜୁ ସାମସନ ରାଜସ୍ଥାନ ରୟାଲ୍ସ ଛାଡ଼ିବାବୋଲି ଶୁଣିବାକୁ ମିଳୁଛି। RR ଟିମ ସଞ୍ଜୁଙ୍କୁ ନେଇ ଚେନ୍ନାଇ ସହ ଅକ୍ସନ କରିବାକୁ ବିଚାର ବିମର୍ଷ ଜାରି ରଖିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IPL 2026 Auction Date Revealed – Major Details Inside | Argus News