Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

IPL Retention / ବିସିସିଆଇ ଦେଲା ବଡ଼ ଅପଡେଟ୍‌, ଆସନ୍ତା ସପ୍ତାହରେ ଆସିବ IPL ରିଟେନସନ୍‌ ତାଲିକା

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ବିସିସିଆଇ ଦେଲା ବଡ଼ ଅପଡେଟ୍‌, ଆସନ୍ତା ସପ୍ତାହରେ ଆସିବ IPL ରିଟେନସନ୍‌ ତାଲିକା

Key Points

ଆଇପିଏଲ ମିନି ଅକ୍ସନକୁ ନେଇ ଆସିଲା ବଡ଼ ଅପଡେଟ୍‌ । ନଭେମ୍ବର ୧୫ ସୁଦ୍ଧା ଆସିବ ରିଟେନସନ୍‌ ଲିଷ୍ଟ । ଡିସେମ୍ବରରେ ହୋଇପାରେ ମିନି ନିଲାମୀ ।
ଆଇପିଏଲ ଆଗାମୀ ସିଜିନ୍‌ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଆଇପିଏଲ ୨୦୨୬ ପାଇଁ ଡିସେମ୍ବର ମାସରେ ଅନୁଷ୍ଠିତ ହେବ ମିନି ଅକ୍ସନ । ଏହା ପୂର୍ବରୁ ସମସ୍ତ ୧୦ ଦଳ ସେମାନଙ୍କର ରିଟେନ୍‌ ଓ ରିଲିଜ୍‌ ଖେଳାଳିଙ୍କୁ ଚୟନ କରିବେ ଏବଂ ବିସିସିଆଇ ନିକଟରେ ଦାଖଲ କରିବେ । ସମସ୍ତ ଫ୍ରାଞ୍ଚାଇଜ୍‌ ରିଟେନ୍‌ ଓ ରିଲିଜ୍‌ ଖେଳାଳିଙ୍କ ତାଲିକା ଆସନ୍ତା ସପ୍ତାହରେ ପ୍ରକାଶ କରିବେ । ଏନେଇ ବିଧିବଦ୍ଧ ଭାବେ ତାରିଖ ମଧ୍ୟ ଘୋଷଣା କରାଯାଇଛି ।

ରିଟେନ୍‌ ତାଲିକା କେବେ ସାର୍ବଜନୀନ ହେବ?

IPL ୨୦୨୬ର ସମସ୍ତ ୧୦ ଦଳ ସେମାନଙ୍କର ରିଟେନ୍‌ ଏବଂ ରିଲିଜ୍‌ ଖେଳାଳିଙ୍କ ତାଲିକା ଦାଖଲ କରିବାର ଶେଷ ତାରିଖ ହେଉଛି ନଭେମ୍ବର ୧୫ । ସମସ୍ତ ଫ୍ରାଞ୍ଚାଇଜ୍‌ ଦେଇଥିବା ତାଲିକା ମଧ୍ୟ ସେହି ଦିନ ଅର୍ଥାତ ନଭେମ୍ବର ୧୫ରେ ସାର୍ବଜନୀନ ହେବ । ସବୁଠୁ ବଡ଼ କଥା ହେଉଛି କ୍ରିକେଟ୍‌ ପ୍ରେମୀମାନେ ଏହାକୁ ଲାଇଭ୍ ଦେଖିପାରିବେ ।

ଅଧିକ ପଢ଼ନ୍ତୁ: ଭାରତକୁ ଖୁବ୍‌ଶୀଘ୍ର ମିଳିପାରେ ଏସିଆ କପ୍‌ ଟ୍ରଫି ! ନକଭିଙ୍କ ସହ ସାକ୍ଷାତ ପରେ ଏମିତି କହିଲେ BCCI ସଚିବ

ଗୋଟିଏ ଦଳ କେତେ ଜଣ ଖେଳାଳିଙ୍କୁ ରିଟେନ୍‌ କରିପାରିବେ ?

ଆଇପିଏଲ ୨୦୨୫ ସିଜିନ୍‌ରେ ଏକ ମେଗା ନିଲାମ ଅନୁଷ୍ଠିତ ହୋଇଥିଲା । ଯାହା ସମସ୍ତ ଫ୍ରାଞ୍ଚାଇଜିଗୁଡ଼ିକୁ ତିନି ବର୍ଷ ପାଇଁ ଦଳ ଗଠନ କରିବାକୁ ଅନୁମତି ଦେଇଥିଲା । ଆଗାମୀ ନିଲାମ ଏକ ମିନି ନିଲାମ ହେବ । ରିପୋର୍ଟ ଅନୁସାରେ, ଫ୍ରାଞ୍ଚାଇଜ୍‌ ସର୍ବାଧିକ କେତେ ଜଣ ଖେଳାଳିଙ୍କୁ ରିଟେନ୍‌ ରଖିପାରିବ ତାହାର କୌଣସି ସୀମା ନାହିଁ ।

IPL ରିଟେନସନ୍‌ର ସିଧା ପ୍ରସାରଣ କେଉଁଠାରେ ହେବ?

IPL ରିଟେନସନ୍‌ର ସିଧା ପ୍ରସାରଣ ଷ୍ଟାର ସ୍ପୋର୍ଟସ୍‌ ଚ୍ୟାନେଲ୍‌ରେ ହେବ। ଏହା ସହ IPL ରିଟେନସନ୍‌ର ସିଧା ପ୍ରସାରଣ JioHotstar ଆପ୍‌ ଏବଂ ୱେବସାଇଟରେ ମଧ୍ୟ ଦେଖି ହେବ ।

ଅଧିକ ପଢ଼ନ୍ତୁ: ICC ବୈଠକରେ ବଡ଼ ନିଷ୍ପତ୍ତି, ଅଲିମ୍ପିକ୍ସ ଖେଳିପାରିବନି ପାକିସ୍ତାନ !

ଗୋଟିଏ ଦିନ ପାଇଁ ହେବ IPL ନିଲାମ

IPL ନିଲାମ ଆସନ୍ତା ଡିସେମ୍ବର ମାସରେ ଅନୁଷ୍ଠିତ ହେବ । ଡିସେମ୍ବର ତୃତୀୟ ସପ୍ତାହରେ ମିନି ନିଲାମ ଅନୁଷ୍ଠିତ ହେବାର ସମ୍ଭାବନା ଅଛି । ଏହା ଏକ ମିନି ନିଲାମ ହେବ । ତେଣୁ ଏହା କେବଳ ଗୋଟିଏ ଦିନ ହିଁ ଅନୁଷ୍ଠିତ ହେବ । ତେବେ ଏହି ମେଗା ଇଭେଣ୍ଟକୁ ଭାରତ ବାହାରେ କରିବାକୁ BCCI ବିଚାର କରୁଛି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତେବେ କେଉଁଠାରେ ଏହି ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ ସେନେଇ କୌଣସି ସୂଚନା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
IPL 2026 Retention List to Be Released Soon | Argus News