Videos
|
Sports

Rohit Sharma MI captain / ମୁମ୍ବାଇ ଇଣ୍ଡିଆନ୍ସରେ ବଡ଼ ପରିବର୍ତ୍ତନ, IPL 2027ରେ ପୁଣି MIର କ୍ୟାପଟେନ୍‌ ହେଲେ ରୋହିତ ଶର୍ମା

Santosh Kumar Sahoo
Browse all articles by Santosh Kumar Sahoo
·20 mins ago·2 min read
ମୁମ୍ବାଇ ଇଣ୍ଡିଆନ୍ସରେ ବଡ଼ ପରିବର୍ତ୍ତନ, IPL 2027ରେ ପୁଣି MIର କ୍ୟାପଟେନ୍‌ ହେଲେ ରୋହିତ ଶର୍ମା
Rohit Sharma MI captain

Key Points

ପୁଣି ରୋହିତ ହେଲେ MI ର ନୂଆ କ୍ୟାପଟେନ
ହାର୍ଦିକଙ୍କ ପରେ ରୋହିତଙ୍କ ଉପରେ ଭରସା 
ରୋହିତଙ୍କ ନେତୃତ୍ବରେ ୫ଟି ଟ୍ରଫି ଜିତିଛି ମୁମ୍ବାଇ

ମୁମ୍ବାଇ: ଆଇପିଏଲ୍ 2027 ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ (MI) ଦଳରେ ଦେଖିବାକୁ ମିଳିଛି ବଡ଼ ପରିବର୍ତ୍ତନ । ହାର୍ଦ୍ଦିକ ପାଣ୍ଡ୍ୟା ଟ୍ରେଡ୍ ଜରିଆରେ ଦଳରୁ ବାହାର ହୋଇଥିବା ବେଳେ ରୋହିତ ଶର୍ମା ପୁଣି ଦଳର ଅଧିନାୟକ ହୋଇଛନ୍ତି । ଏନେଇ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଛି ।  ମୁମ୍ବାଇ ଇଣ୍ଡିଆନ୍ସ ନିଜର ଅଫିସିଆଲ୍ ସୋସିଆଲ୍ ମିଡିଆ ଆକାଉଣ୍ଟରେ ରୋହିତ ଶର୍ମାଙ୍କ ଏକ ଭିଡିଓ ସେୟାର କରି ଏହି ଘୋଷଣା କରିଛି ।

ସୂଚନା ଅନୁସାରେ, ରୋହିତ ଶର୍ମାଙ୍କ ବିନା ମୁମ୍ବାଇ ଇଣ୍ଡିଆନ୍ସର ସ୍ୱର୍ଣ୍ଣିମ ଇତିହାସ ଅସମ୍ପୂର୍ଣ୍ଣ । ରୋହିତ ୨୦୧୩ ସିଜିନ୍ ମଧ୍ୟଭାଗରେ ରିକି ପଣ୍ଟିଂଙ୍କଠାରୁ ଅଧିନାୟକତ୍ୱ ଗ୍ରହଣ କରିଥିଲେ ଏବଂ ସେହି ବର୍ଷ ଦଳକୁ ପ୍ରଥମ ଟାଇଟଲ୍ ଦେଇଥିଲେ । ପରବର୍ତ୍ତୀ ସମୟରେ, ରୋହିତଙ୍କ ନେତୃତ୍ୱରେ, ମୁମ୍ବାଇ ଇଣ୍ଡିଆନ୍ସ ୨୦୧୩, ୨୦୧୫, ୨୦୧୭, ୨୦୧୯ ଏବଂ ୨୦୨୦ ରେ ମୋଟ ପାଞ୍ଚଟି IPL ଟ୍ରଫି ଜିତିଥିଲା ।



ତେବେ ମୁମ୍ବାଇ ଇଣ୍ଡିଆନ୍ସ ଶେଷ ଥର ପାଇଁ ୨୦୨୦ ରେ IPL ଟ୍ରଫି ଜିତିଥିଲା, ଏବଂ ତାହା ମଧ୍ୟ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ । ସେବେଠାରୁ, "ମୁମ୍ବାଇଚା ରାଜା" ଗତ ଛଅ ବର୍ଷ ଧରି ଏକ ଟାଇଟଲ୍ ପାଇଁ ଆଗ୍ରହୀ । ୨୦୨୪ ରେ ରୋହିତଙ୍କ ଅଧିନାୟକତ୍ୱ ଛଡ଼ାଇ ନିଆଯିବା ପରେ, ଦଳର ଅବସ୍ଥା ଆହୁରି ଖରାପ ହୋଇଗଲା ।

ଏଥି ସହ ପଢନ୍ତୁ:  IPL 2027ରେ ରୋହିତ ଶର୍ମା ପୁଣି ହେବେ MIର ଅଧିନାୟକ? ରହସ୍ୟମୟ ପୋଷ୍ଟରୁ ବଢ଼ିଲା ଚର୍ଚ୍ଚା
IPL 2027 ପାଇଁ ମୁମ୍ବାଇର ରିଟେନ୍ ଖେଳାଳି

ମୁମ୍ବାଇ ଇଣ୍ଡିଆନ୍ସ ଆଗାମୀ ସିଜିନ୍ ପାଇଁ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଯଶପ୍ରୀତ ବୁମ୍‌ରାହ, ତିଲକ ବର୍ମା, ନମନ ଧୀର, ରିୟାନ୍ ରିକେଲଟନ୍, ଶେରଫେନ୍ ରଦରଫୋର୍ଡ, କ୍ୱିଣ୍ଟନ୍ ଡି କକ୍, କର୍ବିନ୍ ବୋଶ୍, ୱିଲ୍ ଜ୍ୟାକ୍ସ, ଶାର୍ଦ୍ଦୁଳ ଠାକୁର, ରାଜ ବାୱା, ମିଚେଲ୍ ସାଣ୍ଟନର୍, ଅଶ୍ୱିନୀ କୁମାର ଓ ରଘୁ ଶର୍ମାଙ୍କୁ ରିଟେନ୍ କରିଛି । ସେହିପରି ଅର୍ଶଦୀପ ସିଂହ ଟ୍ରେଡ୍ ଜରିଆରେ ଦଳରେ ସାମିଲ ହୋଇଛନ୍ତି ।

ଏହି ଖେଳାଳିଙ୍କୁ ଦଳରୁ କଲା ରିଲିଜ୍

ମୁମ୍ବାଇ ଇଣ୍ଡିଆନ୍ସ ଟ୍ରେଣ୍ଟ ବୋଲ୍ଟ, ଦୀପକ ଚହର, ଏଏମ୍ ଗଜନଫର, ଅଥର୍ବ ଅଙ୍କୋଲେକର, କେଶବ ମହାରାଜ, ମହମ୍ମଦ ଇଜହାର, ଦାନିଶ ମାଲଭେର, ମୟଙ୍କ ମାର୍କଣ୍ଡେ, ମୟଙ୍କ ରାୱତ, ମହିପାଳ ଲୋମରୋର, ରବିନ୍ ମିଞ୍ଜ, ରୁଚିତ ଅହିର ଓ କୃଷ୍ଣ ଭଗତଙ୍କୁ ରିଲିଜ୍ କରିଛି। ଏହା ସହ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଟ୍ରେଡ୍ ଜରିଆରେ ଦଳ ଛାଡ଼ିଛନ୍ତି ।

କୋଚିଂ ଟିମ୍‌ରେ ମଧ୍ୟ ବଡ଼ ପରିବର୍ତ୍ତନ

IPL 2027 ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ନିଜର କୋଚିଂ ଟିମ୍‌ରେ ମଧ୍ୟ ପରିବର୍ତ୍ତନ କରିଛି। ୱେଷ୍ଟଇଣ୍ଡିଜ୍‌ର ଅଲରାଉଣ୍ଡର କାଇରନ୍ ପୋଲାର୍ଡଙ୍କୁ ଦଳର ହେଡ୍ କୋଚ୍ ଦାୟିତ୍ୱ ଦିଆଯାଇଛି । ଭାରତର ପୂର୍ବତନ କ୍ରିକେଟର୍ ରବିନ୍ ଉଥାପ୍ପାଙ୍କୁ ବ୍ୟାଟିଂ କୋଚ୍ ଏବଂ ନ୍ୟୁଜିଲାଣ୍ଡର ପୂର୍ବତନ ଦ୍ରୁତ ବୋଲର ମିଚେଲ୍ ମ୍ୟାକ୍ଲେନାଘନ୍‌ଙ୍କୁ ବୋଲିଂ କୋଚ୍ ଭାବେ ନିଯୁକ୍ତ କରାଯାଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: