Videos
|
Sports

Cricket News / IPL ୨୦୨୭ରେ ମୁମ୍ବାଇ ପାଇଁ ହିଁ ଖେଳିବେ ସୂର୍ଯ୍ୟକୁମାର, ଟ୍ରେଡ୍ ଚର୍ଚ୍ଚାରେ ଲାଗିଲା ବିରାମ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
IPL ୨୦୨୭ରେ ମୁମ୍ବାଇ ପାଇଁ ହିଁ ଖେଳିବେ ସୂର୍ଯ୍ୟକୁମାର, ଟ୍ରେଡ୍ ଚର୍ଚ୍ଚାରେ ଲାଗିଲା ବିରାମ
Suryakumar Trade Rumours

Key Points

ସୂର୍ଯ୍ୟକୁମାରଙ୍କୁ ଛାଡ଼ିବନି ମୁମ୍ବାଇ ଇଣ୍ଡିଆନ୍ସ !
ଟ୍ରେଡ୍ ଖବରକୁ ନେଇ ବଡ଼ ଖୁଲାସା
ମୁମ୍ବାଇରେ ହିଁ ରହିବେ SKY
IPL 2027 ନିଲାମ ପୂର୍ବରୁ ଖେଳାଳିଙ୍କ ଟ୍ରେଡ୍ ଏବଂ ରିଟେନସନ୍‌କୁ ନେଇ କ୍ରିକେଟ୍ ଜଗତରେ ଚର୍ଚ୍ଚା ଜୋର୍ ଧରିଛି । ଆସନ୍ତା ଡିସେମ୍ବରରେ IPL 2027 ନିଲାମ ଆୟୋଜନ ହେବାକୁ ଥିବାବେଳେ ନଭେମ୍ବର ୧୭ ତାରିଖ ସୁଦ୍ଧା ସମସ୍ତ ଫ୍ରାଞ୍ଚାଇଜିଙ୍କୁ ନିଜ ନିଜ ରିଟେନସନ୍ ତାଲିକା ଜାରି କରିବାକୁ ପଡ଼ିବ । ଏହା ପୂର୍ବରୁ ଅନେକ ବଡ଼ ଖେଳାଳିଙ୍କ ଟ୍ରେଡ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଏହି ଚର୍ଚ୍ଚା ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସର ଦୁଇ ଷ୍ଟାର୍ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଭିନ୍ନ ଭିନ୍ନ ଖବର ସାମ୍ନାକୁ ଆସିଛି । ହାର୍ଦ୍ଦିକ ଟ୍ରେଡ୍ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବାବେଳେ ସୂର୍ଯ୍ୟକୁମାର ମୁମ୍ବାଇ ଇଣ୍ଡିଆନ୍ସରେ ହିଁ ରହିବେ ବୋଲି ଫ୍ରାଞ୍ଚାଇଜି ପକ୍ଷରୁ ସଙ୍କେତ ମିଳିଛି ।

ଏଥି ସହ ପଢନ୍ତୁ:  `ସେ ମ୍ୟାଚ ଖେଳିବା ଦରକାର’…ହାର୍ଦ୍ଦିକଙ୍କ କମବ୍ୟାକ ନେଇ କ୍ୟାପଟେନ ଶୁବମନ ଗିଲ ଦେଲେ ବଡ଼ ଅପଡେଟ 

ସୂର୍ଯ୍ୟକୁମାରଙ୍କ ଟ୍ରେଡ୍ ଖବରକୁ ଖଣ୍ଡନ କଲା MI

କିଛି ସପ୍ତାହ ପୂର୍ବରୁ ଭାରତୀୟ ଟି-୨୦ ଦଳର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଟ୍ରେଡ୍‌ର ଖବର ସାମ୍ନାକୁ ଆସିଥିଲା । କିନ୍ତୁ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ସୂର୍ଯ୍ୟକୁମାରଙ୍କ ଟ୍ରେଡ୍‌କୁ ନେଇ ମୁମ୍ବାଇ ଇଣ୍ଡିଆନ୍ସ କୌଣସି ଫ୍ରାଞ୍ଚାଇଜି ସହ ଆଲୋଚନା କରିନାହିଁ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
MIର ଜଣେ ସୂତ୍ରଙ୍କ କହିବା ଅନୁସାରେ, ସୂର୍ଯ୍ୟକୁମାର ଟ୍ରେଡ୍ ପାଇଁ ଉପଲବ୍ଧ ନାହାନ୍ତି । ତାଙ୍କୁ ନେଇ କୌଣସି ଆଲୋଚନା ହୋଇନାହିଁ ଏବଂ ଆଗକୁ ମଧ୍ୟ ଏଭଳି କୌଣସି ଆଲୋଚନା ହେବାର ନାହିଁ । ଏଥିରୁ ସ୍ପଷ୍ଟ ହେଉଛି ଯେ IPL 2027ରେ ମଧ୍ୟ ସୂର୍ଯ୍ୟକୁମାର ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିପାରନ୍ତି ।

ଖରାପ ସିଜିନ୍ ପରେ ବି ସୂର୍ଯ୍ୟଙ୍କ ଉପରେ ଭରସା

IPL 2026 ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ବିଶେଷ ଭଲ ରହିନଥିଲା । ସେ ୧୩ଟି ମ୍ୟାଚ୍ ଖେଳି ମାତ୍ର ୨୭୦ ରନ୍ କରିଥିଲେ । ଏହି ସିଜିନ୍‌ରେ ତାଙ୍କ ବ୍ୟାଟିଂ ହାରାହାରି ମାତ୍ର ୨୦.୭୬ ରହିଥିଲା ।

ତେବେ ଗୋଟିଏ ଖରାପ ସିଜିନ୍‌କୁ ଆଧାର କରି ସୂର୍ଯ୍ୟଙ୍କ ପ୍ରତିଭାକୁ ଆକଳନ କରାଯାଇପାରିବ ନାହିଁ। ସେ ପୂର୍ବରୁ ମୁମ୍ବାଇ ପାଇଁ ଅନେକ ମ୍ୟାଚ୍‌ରେ ମ୍ୟାଚ୍ ୱିନର୍ ସାବ୍ୟସ୍ତ ହୋଇଛନ୍ତି। ତେଣୁ ତାଙ୍କୁ ଦଳରୁ ଛାଡ଼ିବାକୁ ମୁମ୍ବାଇ ଆଗ୍ରହୀ ନଥିବା କୁହାଯାଉଛି ।

ହାର୍ଦ୍ଦିକଙ୍କ ପାଇଁ ପଞ୍ଜାବ ଓ ରାଜସ୍ଥାନର ଆଗ୍ରହ !

ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟ୍ରେଡ୍‌କୁ ନେଇ ଚର୍ଚ୍ଚା ଆହୁରି ଜୋର୍ ଧରିଛି। ରିପୋର୍ଟ ଅନୁସାରେ, ପଞ୍ଜାବ କିଙ୍ଗସ୍ ହାର୍ଦ୍ଦିକଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ଅର୍ଶଦୀପ ସିଂହ ଏବଂ ବିଷ୍ଣୁ ବିନୋଦଙ୍କୁ ଟ୍ରେଡ୍ ଅଫର୍ ଦେଇଛି । ଏହି ଡିଲ୍ ଚୂଡ଼ାନ୍ତ ହୋଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

କେବଳ ପଞ୍ଜାବ କିଙ୍ଗସ୍ ନୁହେଁ, ରାଜସ୍ଥାନ ରୟାଲ୍ସ ମଧ୍ୟ ହାର୍ଦ୍ଦିକଙ୍କୁ ନିଜ ଦଳରେ ସାମିଲ କରିବାକୁ ଆଗ୍ରହ ଦେଖାଇଛି। ରିପୋର୍ଟ ଅନୁସାରେ, ରାଜସ୍ଥାନ ପକ୍ଷରୁ ହାର୍ଦ୍ଦିକଙ୍କ ବଦଳରେ ଯଶସ୍ୱୀ ଜୈସୱାଲ ଏବଂ ରବି ବିଷ୍ଣୋଇଙ୍କ ନାମ ଅଫର୍‌ରେ ରହିଥିବା କୁହାଯାଉଛି ।

ମୁମ୍ବାଇ ଇଣ୍ଡିଆନ୍ସକୁ ଜଣେ ଭଲ ଦ୍ରୁତ ବୋଲରଙ୍କ ଆବଶ୍ୟକତା ଥିବାରୁ ପଞ୍ଜାବ କିଙ୍ଗସ୍ ସହ ଟ୍ରେଡ୍ ଡିଲ୍‌କୁ ନେଇ ଫ୍ରାଞ୍ଚାଇଜି ଅଧିକ ଆଗ୍ରହୀ ଥିବା ରିପୋର୍ଟରେ ଦାବି କରାଯାଇଛି ।