Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

IPL cheerleaders life / ପ୍ରତି ଛକା-ଚୌକାରେ ୫ ଘଣ୍ଟା ଯାଏଁ ଡାନ୍ସ; ରାତି ୨ଟାରେ ଫ୍ଲାଇଟ୍; ସହଜ ନୁହେଁ ଚିଅର ଗର୍ଲଙ୍କ ଜୀବନ

Debashree Debasmita Sahoo
Browse all articles by Debashree Debasmita Sahoo
·2 months ago·2 min read
ପ୍ରତି ଛକା-ଚୌକାରେ ୫ ଘଣ୍ଟା ଯାଏଁ ଡାନ୍ସ; ରାତି ୨ଟାରେ ଫ୍ଲାଇଟ୍; ସହଜ ନୁହେଁ ଚିଅର ଗର୍ଲଙ୍କ ଜୀବନ
IPL cheerleaders life

Key Points

ଆଇପିଏଲର ଆକର୍ଷଣ ମଧ୍ୟରୁ ଚିଅର ଗର୍ଲ୍ସ ଅନ୍ୟତମ
ପ୍ରତି ଛକା କିମ୍ବା ଚୌକା ହେଲେ ତାଙ୍କ ଉପରେ କ୍ୟାମେରା ପଡ଼େ
ତେବେ କେମିତି ରହେ ଚିଅର ଗର୍ଲଙ୍କ ଜୀବନ ?
ଭାରତର ଲୋକପ୍ରିୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ IPLର ଚମକ, ମ୍ୟୁଜିକ୍‌, କ୍ୟାମେରା ଫ୍ଲାସ୍ ଓ ଷ୍ଟାଡିୟମରେ ଶୁଭୁଥିବା ସ୍ଵର ମଧ୍ୟରେ ଯାହା ସବୁଠୁ ଅଧିକ ନଜର ଆସେ, ତାହା ହେଉଛି ଚିଅରଲିଡର୍ସ । ମୈଦାନରେ ପ୍ରତିଟି ଛକା-ଚୌକାରେ ଏମାନେ ଅଣ୍ଟା ହଲାନ୍ତି । ୱିକେଟ୍ ପଡ଼ିବା ପରେ ଏମାନେ ଶରୀରର ଅଙ୍ଗଭଙ୍ଗୀ ଦେଖାନ୍ତି । ଲାଉଡ୍ ମ୍ୟୁଜିକର ତାଳେ ତାଳେ ଏମାନେ ନାଚି ପୂରା ଷ୍ଟାଡିୟମକୁ ଉତ୍ସବରେ ଭରି ଦିଅନ୍ତି । ଦୂରରୁ ଦେଖିଲେ ସବୁକିଛି ଆକର୍ଷଣୀୟ ଓ ସହଜ ଦିଶେ । କିନ୍ତୁ ଚିଅର ଗର୍ଲଙ୍କ ହସ ଭିତରେ ଲୁଚି ରହିଥାଏ ଅନେକ କିଛି ।

ଚିଅର ଗର୍ଲଙ୍କ ଚମକ ଭିତରେ ଏମିତି ଏକ ଦୁନିଆ ଅଛି, ଯେଉଁଠି ସେମାନଙ୍କ ସମୟ ଘଣ୍ଟାରେ ନୁହେଁ, ମ୍ୟାଚ୍ ଓ ଫ୍ଲାଇଟରେ ଧାର୍ଯ୍ୟ ହୁଏ । ଯେଉଁଠି ନିଦ ପୂରା ହେବ ଏକ ଲଗଜରୀ ଓ ଶରୀରର ଥକାକୁ ଲୁଚାଇ ମୁହଁରେ ହସ ଭରି ଷ୍ଟାଡିୟମ ମୈଦାନକୁ ଓହ୍ଲାଇବା ଏକ ଚ୍ୟାଲେଞ୍ଜ । ଏଠାରେ ପ୍ରତିଟି ଠାଣି, ପ୍ରତିଟି ଠୁମକା ଓ ପ୍ରତି ହସ ପଛରେ ଘଣ୍ଟା ଘଣ୍ଟାର ଅଭ୍ୟାସ, ଫିଟନେସ୍ ଓ ମାସନିକ ପ୍ରସ୍ତୁତି ଲୁଚି ରହିଛି । ଚିଅରଗର୍ଲଙ୍କ ମୁଣ୍ଡରେ ଏକ ବଡ଼ ଦାୟିତ୍ଵ ରହିଥାଏ । ଏଠାରେ କେବଳ ମନୋରଞ୍ଜନ କାମ ନଥାଏ, ବରଂ ପୂରା ଷ୍ଟାଡିୟମରେ ଏକ ଉତ୍ସାହ ଭରିବାର ମଧ୍ୟ ଥାଏ । ଏଥିଲାଗି ସେମାନେ ନିଜକୁ ସର୍ବଦା ଶକ୍ତିଶାଳୀ, ସକ୍ରିୟ ରଖିଥାନ୍ତି ।

  • 'ଏବେ କ୍ରିକେଟକୁ ଭଲ ପାଇଯାଉଛି'
ଇଂଲଣ୍ଡରୁ ଆସିଥିବା ଜଣେ ଚିଅର ଲିଡର କୁହନ୍ତି, "ପ୍ରଥମେ ପ୍ରଥମେ କ୍ରିକେଟ୍ କିଛି ବୁଝି ହେଉନଥିଲା, କିନ୍ତୁ ଏବେ କ୍ରିକେଟ୍ ଭଲ ଲାଗୁଛି । ମୈଦାନରେ ଉପର ତଳ ହେବା ସହଜ ନୁହେଁ । ମାତ୍ର ପୂରା ମ୍ୟାଚରେ ଉତ୍ସାହ ଭରିବା ଲାଗି ଏପରି କରିବାକୁ ପଡ଼ିଥାଏ ।" ସେହିପରି ଆମେରିକାରୁ ଆସିଥିବା ରେଟେଲ୍ ହଲ୍ କୁହନ୍ତି ଯେ ସେ ଏହି କାମ ପାଇଁ ବର୍ଷ ବର୍ଷ ଧରି ଟ୍ରେନିଂ ନେଇଛନ୍ତି । ଏହି କାମରେ ନିଦ ସବୁଠୁ ବଡ଼ ଆହ୍ଵାନ ଓ କାମ ପାଇଁ ରାତି ୨ଟାରେ ଫ୍ଲାଇଟ ନେବାକୁ ପଡ଼େ ।

ପଢନ୍ତୁ ଏହି ଖବର: ଆଜିର ଦିନରେ ଆରମ୍ଭ ହୋଇଥିଲା IPL, ୨୦୦୮ରୁ ଏପର୍ଯ୍ୟନ୍ତ ଖେଳୁଛନ୍ତି ଏହି ୪ ଖେଳାଳି


  • 'ପୂରା ମ୍ୟାଚରେ ସବୁବେଳେ ଆଲର୍ଟ ରହିବାକୁ ପଡ଼େ'
ସେହିପରି ୟୁକେ ବର୍ମିଂହାମରୁ ଆସିଥିବା ଲିସି କୁହନ୍ତି ଯେ ଖେଳ ତ ୪ରୁ ୫ ଘଣ୍ଟା ହୋଇଥାଏ, କିନ୍ତୁ ପୂରା ମ୍ୟାଚର ପ୍ରତିଟି ସେକେଣ୍ଡରେ ଆଲର୍ଟ ରହିବାକୁ ପଡ଼େ । ଏହା ଶାରୀରିକ ଭାବରେ ନୁହେଁ, ବରଂ ମାନସିକ ରୂପରେ ଆହ୍ଵାନପୂର୍ଣ୍ଣ ରହିଥାଏ । ଇଂଲଣ୍ଡର ଜଣେ ଚିଅର ଲିଡର କହିଛନ୍ତି ଯେ ଏହି କାମରେ ଲଗାତାର ଦୌଡ଼ିବାକୁ ପଡ଼େ । ସବୁବେଳେ ଆଲର୍ଟ ରହିବାକୁ ପଡ଼ିଥାଏ । IPL ଚିୟରଲିଡର୍ସ କାମ ଯେତେ ଚମତ୍କାର ଦେଖାଯାଏ, ବାସ୍ତବତା ବହୁତ ଭିନ୍ନ । ସେମାନଙ୍କର ନିଯୁକ୍ତି ପ୍ରକ୍ରିୟା ସାର୍ବଜନୀନ ନୁହେଁ ଏବଂ ଏହା ସମ୍ପୂର୍ଣ୍ଣ ଭାବରେ ଇଭେଣ୍ଟ ଏଜେନ୍ସିଗୁଡ଼ିକ ଉପରେ ନିର୍ଭର କରେ । ପ୍ରତି ଋତୁରେ ନୂତନ ନିଯୁକ୍ତି ପ୍ରାପ୍ତ ହୁଏ, ଅର୍ଥାତ୍ ସେମାନଙ୍କୁ ପୁଣି ଥରେ ନିଜକୁ ପ୍ରମାଣ କରିବାକୁ ପଡ଼ିଥାଏ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Inside Indian Premier League Cheerleaders’ Life: 5-Hour Dance, Late-Night Flights & Hidden Struggles Revealed | Argus News