IPL 40 Crore Demand / ୪୦ କୋଟି ଟଙ୍କା ଦିଅ, ନହେଲେ ଦଳରେ ରହିବୁନି ! ଖେଳାଳିଙ୍କ ଦାବି ଶୁଣି ମାଲିକଙ୍କ ଉଡ଼ିଲା ହୋସ୍
·1 hour ago·3 min read

Key Points
IPLରେ ଖେଳାଳିଙ୍କ ମନମାନି
୪୦ କୋଟି ଦାବିରେ ଟିମ୍ ମାଲିକ ଚିନ୍ତାରେ
IPLରେ ଆରମ୍ଭ ହେଲା ନୂଆ ବିବାଦ
୪୦ କୋଟି ଦାବିରେ ଟିମ୍ ମାଲିକ ଚିନ୍ତାରେ
IPLରେ ଆରମ୍ଭ ହେଲା ନୂଆ ବିବାଦ
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)ରେ ଖେଳାଳିଙ୍କ ଦାମକୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହେବାର ଆଶଙ୍କା ରହିଛି । ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ, ଅତି କମ୍ରେ ଦୁଇଜଣ ବଡ଼ ଖେଳାଳି ନିଜ ଫ୍ରାଞ୍ଚାଇଜିକୁ ସ୍ପଷ୍ଟ କରିଦେଇଛନ୍ତି ଯେ, ୨୦୨୮ ମେଗା ଅକ୍ସନ୍ ପୂର୍ବରୁ ସେମାନଙ୍କୁ ରିଟେନ୍ କରିବାକୁ ହେଲେ ୪୦ କୋଟି ଟଙ୍କା ଦେବାକୁ ପଡ଼ିବ । ଏଥିମଧ୍ୟରୁ ଜଣେ ଖେଳାଳି ୪୦ କୋଟି ଟଙ୍କା ସହ କ୍ୟାପଟେନ୍ ପଦର ସର୍ତ୍ତ ମଧ୍ୟ ରଖିଛନ୍ତି ।
ଖେଳାଳିଙ୍କ ଏଭଳି ଦାବି ଫ୍ରାଞ୍ଚାଇଜିଗୁଡ଼ିକ ପାଇଁ ନୂଆ ଚିନ୍ତା ସୃଷ୍ଟି କରିଛି । ଜଣେ ଖେଳାଳିଙ୍କ ପାଇଁ ଦଳର ମୋଟ ବଜେଟ୍ର ଏତେ ବଡ଼ ଅଂଶ ଖର୍ଚ୍ଚ କରିବା ଠିକ୍ ହେବ କି ନାହିଁ, ତାହାକୁ ନେଇ ଫ୍ରାଞ୍ଚାଇଜିମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ।
ନଭେମ୍ବର ୧୭ ସୁଦ୍ଧା ରିଟେନ୍ସନ୍ ତାଲିକା ଦେବେ ଫ୍ରାଞ୍ଚାଇଜି
IPL ୨୦୨୭ର ରିଟେନ୍ସନ୍ ସମୟସୀମା ପୂର୍ବରୁ ଖେଳାଳିଙ୍କ ଏହି ଦାବି ସାମ୍ନାକୁ ଆସିଛି । ଫ୍ରାଞ୍ଚାଇଜିଗୁଡ଼ିକୁ ନଭେମ୍ବର ୧୭ ସୁଦ୍ଧା ନିଜ ନିଜ ରିଟେନ୍ କରିବାକୁ ଥିବା ଖେଳାଳିଙ୍କ ତାଲିକା ଦେବାକୁ ପଡ଼ିବ । ଏହାପରେ ଡିସେମ୍ବର ୧୬ରେ ଗୋଆରେ ମିନି ଅକ୍ସନ୍ ଅନୁଷ୍ଠିତ ହେବ ।
୨୦୨୭ IPL ସିଜିନ୍ ପରେ ୨୦୨୮ ସିଜିନ୍ ପାଇଁ ମେଗା ଅକ୍ସନ୍ ହେବାକୁ ଯାଉଛି । ତେଣୁ ପରବର୍ତ୍ତୀ ବଡ଼ ଅକ୍ସନ୍ ପୂର୍ବରୁ କିଛି ଷ୍ଟାର ଖେଳାଳି ନିଜର ମୂଲ୍ୟ ବଢ଼ାଇବାକୁ ଚାହୁଁଥିବା ଜଣାପଡ଼ିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଋଷଭ ପନ୍ତ ଓ ଶ୍ରେୟସ ଆୟରଙ୍କ ଦାମରୁ ବଢ଼ିଲା ଆଶା
୪୦ କୋଟି ଟଙ୍କା ଦାବି ପଛରେ IPL ୨୦୨୫ ମେଗା ଅକ୍ସନ୍ରେ ଖେଳାଳିଙ୍କୁ ମିଳିଥିବା ବଡ଼ ଧରଣର ଟଙ୍କା ମଧ୍ୟ ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି ।
ସେହି ଅକ୍ସନ୍ରେ ଋଷଭ ପନ୍ତ ରିଟେନ୍ ହେବା ପରିବର୍ତ୍ତେ ଅକ୍ସନ୍କୁ ଯିବାକୁ ନିଷ୍ପତ୍ତି ନେଇଥିଲେ । ତାଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ୨୭ କୋଟି ଟଙ୍କାରେ କିଣିଥିଲା । ସେହିପରି ଶ୍ରେୟସ ଆୟରଙ୍କୁ ପଞ୍ଜାବ କିଙ୍ଗ୍ସ ୨୬.୭୫ କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିଥିଲା ।
ବିଦେଶୀ ଖେଳାଳିଙ୍କ ଉପରେ ମଧ୍ୟ ଫ୍ରାଞ୍ଚାଇଜିମାନେ ପ୍ରବଳ ଟଙ୍କା ଖର୍ଚ୍ଚ କରିଥିଲେ । ହେନରିକ୍ କ୍ଲାସେନ୍ ୨୩ କୋଟି ଟଙ୍କା ଏବଂ ନିକୋଲାସ ପୁରନ୍ ୨୧ କୋଟି ଟଙ୍କାରେ ରିଟେନ୍ ହୋଇଥିଲେ ।
ଏହି ଚୁକ୍ତିଗୁଡ଼ିକରୁ ସ୍ପଷ୍ଟ ହୋଇଥିଲା ଯେ, ଶ୍ରେଷ୍ଠ ଖେଳାଳିଙ୍କ ପାଇଁ ଫ୍ରାଞ୍ଚାଇଜିମାନେ ନିର୍ଦ୍ଧାରିତ ରିଟେନ୍ସନ୍ ସ୍ଲାବ୍ଠାରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି । ଏହା ହିଁ ଏବେ କିଛି ଖେଳାଳିଙ୍କୁ ୪୦ କୋଟି ଟଙ୍କା ଦାବି କରିବାକୁ ଉତ୍ସାହିତ କରିଛି ।
୪୦ କୋଟି ଦେଲେ ଦଳର ବଜେଟ୍ ଉପରେ ପଡ଼ିବ ବଡ଼ ପ୍ରଭାବ
IPL ୨୦୨୫ ମେଗା ଅକ୍ସନ୍ରେ ପ୍ରତ୍ୟେକ ଫ୍ରାଞ୍ଚାଇଜି ପାଖରେ ୧୨୦ କୋଟି ଟଙ୍କାର ପର୍ସ ଥିଲା । IPL ୨୦୨୭ ପାଇଁ ଏହାକୁ ବଢ଼ାଇ ୧୩୦ କୋଟି ଟଙ୍କା କରାଯାଇଛି । ଅନ୍ୟପଟେ, ୨୦୨୮ ମେଗା ଅକ୍ସନ୍ରେ ଫ୍ରାଞ୍ଚାଇଜିଙ୍କ ବଜେଟ୍ ପ୍ରାୟ ୧୫୦ କୋଟି ଟଙ୍କା ହୋଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଏନେଇ BCCI ପକ୍ଷରୁ ଏପର୍ଯ୍ୟନ୍ତ ଅଧିକାରିକ ଘୋଷଣା ହୋଇନାହିଁ ।
ଯଦି କୌଣସି ଖେଳାଳିଙ୍କୁ ୪୦ କୋଟି ଟଙ୍କାରେ ରିଟେନ୍ କରାଯାଏ, ତେବେ ସମ୍ଭାବ୍ୟ ୧୫୦ କୋଟି ଟଙ୍କାର ବଜେଟ୍ର ୨୬ ପ୍ରତିଶତରୁ ଅଧିକ ଅଂଶ କେବଳ ଜଣେ ଖେଳାଳିଙ୍କ ପାଇଁ ଖର୍ଚ୍ଚ ହୋଇଯିବ । ଫଳରେ ଅନ୍ୟ ଖେଳାଳିଙ୍କୁ କିଣିବା ଏବଂ ଏକ ଶକ୍ତିଶାଳୀ ଦଳ ଗଠନ କରିବା ପାଇଁ ଫ୍ରାଞ୍ଚାଇଜି ପାଖରେ କମ୍ ଟଙ୍କା ରହିବ ।
ଏବେ ପ୍ରଶ୍ନ ହେଉଛି, ଫ୍ରାଞ୍ଚାଇଜିମାନେ କ'ଣ ଜଣେ ଖେଳାଳିଙ୍କ ପାଇଁ ୪୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ରାଜି ହେବେ ? ନା ଖେଳାଳିଙ୍କ ଏହି ବଡ଼ ଦାବି IPLର ରିଟେନ୍ସନ୍ ନୀତିକୁ ନୂଆ ବିବାଦ ମଧ୍ୟକୁ ଟାଣିନେବ ? ଏବେ ସମସ୍ତଙ୍କ ନଜର ଫ୍ରାଞ୍ଚାଇଜିଙ୍କ ନିଷ୍ପତ୍ତି ଉପରେ ରହିଛି ।

Related Topics
Explore more stories