Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଆଇସିସି ଚେୟାରମ୍ୟାନ୍ ଭାବେ ଆଜି ଦାୟିତ୍ବ ଗ୍ରହଣ କଲେ ଜୟ ଶାହ

Swayangprajna Mishra
Browse all articles by Swayangprajna Mishra
·1 year ago
ଆଇସିସି ଚେୟାରମ୍ୟାନ୍ ଭାବେ ଆଜି ଦାୟିତ୍ବ ଗ୍ରହଣ କଲେ ଜୟ ଶାହ

ଅର୍ଗସ ବ୍ୟୁରୋ : ଆଇସିସି ନୂଆ ଅଧ୍ୟକ୍ଷ ବନିଲେ ଜୟ ଶାହ । ଆନ୍ତର୍ଜାତୀକ କ୍ରିକେଟ୍ ପରିଷଦ ବା ଆଇସିସି ଚେୟାରମ୍ୟାନ୍ ଭାବେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି ଜୟ ଶାହ। ୨୦୧୯ରେ ଜୟ ଶାହ ବିସିସିଆଇର ସର୍ବ କନିଷ୍ଠ ସଚିବ ଭାବରେ ନିର୍ବାଚିତ ହୋଇଥିଲେ। ସଚିବ ଭାବେ ନିଜ କାର୍ଯ୍ୟକାଳ ସମୟରେ ଆଇପିଏଲ୍ ମିଡିଆ ରାଇଟ୍ସ ଡିଲ୍, ୱିମେନ୍ସ ପ୍ରିମିୟର ଲିଗ୍, ଟେଷ୍ଟ କ୍ରିକେଟ୍ କୁ ପ୍ରୋତ୍ସାହନ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ ଜୟ ଶାହ ।

ଅଧିକ ପଢନ୍ତୁ : ଆଇସିସି ବୈଠକରେ ଚାମ୍ପିୟନ୍ସ ଟ୍ରଫିକୁ ନେଇ ଅଚଳାବସ୍ଥା ଜାରି

ଏବେ ଆଇସିସି ଚେୟାରମ୍ୟାନ୍ ହେବା ପରେ ଜୟ ଶାହଙ୍କ ଆଗରେ ଅନେକ ବଡ଼ ଚ୍ୟାଲେଞ୍ଜ ରହିଛି । ଆଗାମୀ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଜୟ ଶାହଙ୍କ ପାଇଁ ପରୀକ୍ଷା ହୋଇପାରେ । କାରଣ ଏହି ଟ୍ରଫି ପାକିସ୍ତାନ କ୍ରିକେଟ୍ ବୋର୍ଡ ଦ୍ବାରା ଆୟୋଜିତ ହେଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jai Shah took charge as ICC Chairman today | Argus News