Vaibhav Sooryavanshi T20 Record / ବଟଲରଙ୍କ ବଡ଼ ଭବିଷ୍ୟବାଣୀ, ବୈଭବ ଭାଙ୍ଗିବେ ସବୁଠାରୁ ଅଧିକ T20 ରନ୍ ରେକର୍ଡ !
·1 hour ago·2 min read

Key Points
ବଟଲରଙ୍କ ବଡ଼ ଭବିଷ୍ୟବାଣୀ !
ବୈଭବ ଭାଙ୍ଗିବେ ବିଶ୍ୱ ରେକର୍ଡ ?
T20 ର ନୂଆ KING ?
ବୈଭବ ଭାଙ୍ଗିବେ ବିଶ୍ୱ ରେକର୍ଡ ?
T20 ର ନୂଆ KING ?
ଟି-୨୦ କ୍ରିକେଟ୍ରେ ସବୁଠାରୁ ଅଧିକ ରନ୍ କରି ନୂଆ ଇତିହାସ ରଚିଛନ୍ତି ଜୋସ୍ ବଟଲର । କିନ୍ତୁ ନିଜ ରେକର୍ଡକୁ ନେଇ ସେ କରିଥିବା ଏକ ବଡ଼ ଭବିଷ୍ୟବାଣୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବଟଲରଙ୍କ କହିବା ଅନୁସାରେ, ତାଙ୍କର ଏହି ବିଶ୍ୱ ରେକର୍ଡକୁ ଭାଙ୍ଗିବେ ଭାରତର ଯୁବ ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ ।
ଟି-୨୦ କ୍ରିକେଟରେ ସର୍ବାଧିକ ରନ୍ ସଂଗ୍ରହ କରି ନୂଆ ଇତିହାସ ରଚିଛନ୍ତି ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲର । ୱେଷ୍ଟଇଣ୍ଡିଜ୍ର ଲିଜେଣ୍ଡ କିରନ୍ ପୋଲାର୍ଡଙ୍କୁ ପଛରେ ପକାଇ ସେ ଟି-୨୦ କ୍ରିକେଟର ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । 'ଦ ହଣ୍ଡ୍ରେଡ୍' ଟୁର୍ଣ୍ଣାମେଣ୍ଟରେ ମାଞ୍ଚେଷ୍ଟର ସୁପର ଜାଏଣ୍ଟସ୍ ପକ୍ଷରୁ ଖେଳୁଥିବା ବେଳେ ୱେଲ୍ସ ଫାୟାର ବିପକ୍ଷରେ ମାତ୍ର ୨୦ ବଲ୍ରେ ଅପରାଜିତ ୫୧ ରନ୍ କରି ସେ ଏହି କୀର୍ତ୍ତିମାନ ହାସଲ କରିଛନ୍ତି ।
ଏହି ସଫଳତା ପରେ ଜୋସ୍ ବଟଲର ନିଜ ରେକର୍ଡକୁ ନେଇ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି । ଅନ୍ତର୍ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ବଟଲର କହିଛନ୍ତି ଯେ, ଦିନେ ନା ଦିନେ କେହି ନା କେହି ତାଙ୍କ ରେକର୍ଡ ଭାଙ୍ଗିବେ ଏବଂ ସେ ବ୍ୟକ୍ତି ସମ୍ଭବତଃ ଭାରତର ଯୁବ ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ ହୋଇପାରନ୍ତି । ବଟଲର କହିଛନ୍ତି, ଟି-୨୦ରେ ସର୍ବାଧିକ ରନ୍ର ରେକର୍ଡ ନିଜ ନାମରେ ରହିବା ନିଶ୍ଚିତ ଭାବେ ଏକ ଗର୍ବର ବିଷୟ, କିନ୍ତୁ ଭବିଷ୍ୟତରେ ଏହାକୁ ବୈଭବ ଭାଙ୍ଗିପାରନ୍ତି ।
ଅଧିକ ପଢ଼ନ୍ତୁ: ଫିଟ୍ ନଥିଲେ ଟିମ୍ ଇଣ୍ଡିଆରେ ସ୍ଥାନ ନାହିଁ ! BCCI ଆଣିଲା ନୂଆ ନିୟମ...୧୦ ମିନିଟ୍ରେ ଦୌଡ଼ିବାକୁ ପଡ଼ିବ ୨ KM
ବର୍ତ୍ତମାନ ବଟଲରଙ୍କ ନାମରେ ଟି-୨୦ କ୍ରିକେଟରେ ୧୪,୮୩୩ ରନ୍ ରହିଛି । ସେ ୫୨୨ଟି ମ୍ୟାଚ୍ର ୪୯୨ଟି ଇନିଂସ୍ରେ ବ୍ୟାଟିଂ କରି ୩୫.୪୮ ହାରାହାରି ଓ ୧୪୭.୨୪ ଷ୍ଟ୍ରାଇକ୍ ରେଟ୍ରେ ଏହି ରନ୍ କରିଛନ୍ତି । ତାଙ୍କ ବ୍ୟାଟ୍ରୁ ୯ଟି ଶତକ ଓ ୧୦୬ଟି ଅର୍ଦ୍ଧଶତକ ଆସିଥିବା ବେଳେ ସର୍ବାଧିକ ସ୍କୋର ୧୩୧ ରନ୍ । ଅନ୍ୟପଟେ କିରନ୍ ପୋଲାର୍ଡ ୧୪,୮୦୩ ରନ୍ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।
ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀ ନିଜ କ୍ୟାରିୟରର ଆରମ୍ଭରୁ ହିଁ ଚମତ୍କାର ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ୨୦୨୬ ଆଇପିଏଲ୍ରେ ସର୍ବାଧିକ ରନ୍ କରି ସେ ଅରେଞ୍ଜ କ୍ୟାପ୍ ଜିତିଥିଲେ। ଏହାଛଡ଼ା ଗତ ଜୁଲାଇ ମାସରେ ସେ ଅନ୍ତର୍ଜାତୀୟ କ୍ରିକେଟରେ ମଧ୍ୟ ଡେବ୍ୟୁ କରିସାରିଛନ୍ତି । ବୈଭବ ୨୦୨୫ ଆଇପିଏଲ୍ରୁ ନିଜ ପ୍ରତିଭାର ଝଲକ ଦେଖାଇ ଚର୍ଚ୍ଚାକୁ ଆସିଥିଲେ ।
ବୈଭବଙ୍କ ଟି-୨୦ କ୍ୟାରିୟରକୁ ଦେଖିଲେ, ସେ ଏପର୍ଯ୍ୟନ୍ତ ୪୦ଟି ମ୍ୟାଚ୍ ଖେଳି ୪୦ଟି ଇନିଂସ୍ରେ ୪୨.୮୨ ହାରାହାରି ଓ ୨୧୬.୩୨ ଷ୍ଟ୍ରାଇକ୍ ରେଟ୍ରେ ୧୬୭୦ ରନ୍ କରିଛନ୍ତି । ଏହି ସମୟରେ ତାଙ୍କ ବ୍ୟାଟ୍ରୁ ୪ଟି ଶତକ ଓ ୮ଟି ଅର୍ଦ୍ଧଶତକ ଆସିଥିବା ବେଳେ ସର୍ବାଧିକ ସ୍କୋର ୧୪୪ ରନ୍ ରହିଛି । ବଟଲରଙ୍କ ଏହି ଭବିଷ୍ୟବାଣୀ ପରେ ବୈଭବଙ୍କ ଭବିଷ୍ୟତକୁ ନେଇ କ୍ରିକେଟ୍ ମହଲରେ ଆଲୋଚନା ଜୋର ଧରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories