Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Kane Williamson / ଟି-୨୦ ବିଶ୍ବକପ୍‌ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ଼ ଝଟକା, ଅବସର ନେଲେ କେନ୍ ଓ୍ବିଲିୟମସନ୍‌

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ଟି-୨୦ ବିଶ୍ବକପ୍‌ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ଼ ଝଟକା, ଅବସର ନେଲେ କେନ୍ ଓ୍ବିଲିୟମସନ୍‌

Key Points

୨୦୨୬ରେ ହେବ ଟି-୨୦ ବିଶ୍ବକପ୍ । ଏହା ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ଼ ଝଟକା । ଅବସର ଘୋଷଣା କଲେ ଓ୍ବିଲିୟମସନ୍ ।
ଟି-୨୦ ବିଶ୍ବକପ୍‌ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ଼ ଝଟକା । ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ କେନ୍ ୱିଲିୟମସନ୍ ୩୫ ବର୍ଷ ବୟସରେ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି । ଏହି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ୧୫ ଅକ୍ଟୋବର ୨୦୧୧ରେ ହରାରେ ଜିମ୍ବାୱେ ବିପକ୍ଷରେ ତାଙ୍କର ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ୱିଲିୟମସନ ଶେଷ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ୧୭ ଜୁନ୍ ୨୦୨୪ରେ ପାପୁଆ ନ୍ୟୁ ଗିନି ବିପକ୍ଷରେ ଥିଲା । ଏହି ଇନିଂସରେ ସେ ୧୭ ବଲ୍‌ରେ ଦୁଇଟ ଚୌକା ସହ ଅପରାଜିତ ୧୮ ରନ୍‌ କରିଥିଲେ ।


ଟେଷ୍ଟ ଫର୍ମାଟ୍ ଉପରେ ପ୍ରମୁଖ ବୟାନ

ଟି-୨୦ରୁ ଅବସର ନେବା ସହ କେନ୍ ୱିଲିୟମସନ୍ ତାଙ୍କ ଟେଷ୍ଟ କ୍ୟାରିୟର ଉପରେ ଏକ ବଡ଼ ବୟାନ ଦେଇଛନ୍ତି। ସେ ନ୍ୟୁଜିଲାଣ୍ଡ ପାଇଁ ଟେଷ୍ଟ କ୍ରିକେଟ୍‌ରେ ଅଧିକ ଧ୍ୟାନ ଦେବେ ବୋଲି ସ୍ପଷ୍ଟ କରିଛନ୍ତି । ନ୍ୟୁଜିଲାଣ୍ଡ ଆସନ୍ତା ଡିସେମ୍ବର ମାସରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ତିନି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ । ଏହି ସିରିଜ୍‌ରେ ୱିଲିୟମସନ୍ ଖେଳୁଥିବାର ଦେଖିବାକୁ ମିଳିବେ ।

ଅଧିକ ପଢ଼ନ୍ତୁ: କପିଲ ଓ ଧୋନିଙ୍କ ପରେ ଇତିହାସ ରଚିବେ ହରମନ, ଆଜି ଭାରତ ଜିତିବ ତୃତୀୟ ବିଶ୍ବକପ୍‌ !

ଅବସର ଘୋଷଣା କରି ୱିଲିୟମସନ୍ କହିଛନ୍ତି, "ଟି-୨୦ରେ ସ୍ମୃତି ଓ ଅଭିଜ୍ଞତା ପାଇଁ ମୁଁ ବହୁତ କୃତଜ୍ଞ । ଏହା ମୋ ଓ ଦଳ ପାଇଁ ସଠିକ୍ ସମୟ । ଏହା ଆଗାମୀ ସିରିଜ୍ ଏବଂ ଆମର ପରବର୍ତ୍ତୀ ପ୍ରମୁଖ ଲକ୍ଷ୍ୟ ଟି-୨୦ ବିଶ୍ୱକପ୍ ପାଇଁ ଦଳକୁ ସ୍ପଷ୍ଟତା ଦେବ । ନ୍ୟୁଜିଲ୍ୟାଣ୍ଡ ଦଳରେ ବହୁତ ପ୍ରତିଭାବାନ ଖେଳାଳି ଅଛନ୍ତି । ଏହି ଖେଳାଳିମାନଙ୍କୁ ବିଶ୍ୱକପ୍ ପାଇଁ ପ୍ରସ୍ତୁତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ୱିଲିୟମସନ୍ କହିଛନ୍ତି।"

କେନ୍ ୱିଲିୟମସନଙ୍କ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର ବିଷୟରେ ଯଦି କହିବା ତାହାଲେ, ସେ ୨୦୧୧ ରୁ ୨୦୨୪ ମଧ୍ୟରେ ନ୍ୟୁଜିଲ୍ୟାଣ୍ଡ ପାଇଁ ୯୩ ମ୍ୟାଚ୍ ଖେଳିଥିଲେ । ଏହି ସମୟ ମଧ୍ୟରେ ସେ ୯୦ ଇନିଂସରେ ୩୩.୪୪ ହାରରେ ୨୫୭୫ ରନ୍ କରିଥିଲେ । ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୱିଲିୟମସନଙ୍କ ୧୮ଟି ଅର୍ଦ୍ଧଶତକ ଅଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Kane Williamson Retires from T20Is Ahead of T20 World Cup — Focus on Test Cricket | Argus News