Videos
|
Sports

Mbappe Golden Boot / ଫ୍ରାନ୍ସ ହାରିଲା, କିନ୍ତୁ ଏମ୍‌ବାପେ ଜିତିବେ ଗୋଲ୍ଡେନ୍ ବୁଟ୍ ? ମେସିଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍

Santosh Kumar Sahoo
Browse all articles by Santosh Kumar Sahoo
·1 month ago·2 min read
ଫ୍ରାନ୍ସ ହାରିଲା, କିନ୍ତୁ ଏମ୍‌ବାପେ ଜିତିବେ ଗୋଲ୍ଡେନ୍ ବୁଟ୍ ? ମେସିଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍
FIFA World Cup

Key Points

ବିଶ୍ୱକପ୍ ନୁହେଁ, ଗୋଲ୍ଡେନ୍ ବୁଟ୍ ଜିତିବେ ଏମ୍‌ବାପେ ?
ପୁଣି ରିପିଟ୍‌ ହୋଇପାରେ ୨୦୨୨ର ଇତିହାସ
ମେସିଙ୍କ ୮ ଗୋଲ୍ ବନାମ ଏମ୍‌ବାପେଙ୍କ ୧୦ ଗୋଲ୍
ବିଶ୍ୱକପ୍ ଟ୍ରଫି ହାତରୁ ଖସିଯାଇପାରେ, କିନ୍ତୁ ଗୋଲ୍‌ର ବାଦଶାହା ହେବାର ଗୌରବ ଛଡ଼ାଇ ନିଆଯାଇପାରେନି । ୨୦୨୨ ବିଶ୍ୱକପ୍‌ରେ ଦଳକୁ ଚାମ୍ପିଅନ୍ କରିପାରିନଥିଲେ ମଧ୍ୟ ଗୋଲ୍ଡେନ୍ ବୁଟ୍ ଜିତି ସମସ୍ତଙ୍କ ହୃଦୟ ଜିତିଥିଲେ କିଲିଆନ୍ ଏମ୍‌ବାପେ। ଏଥର ମଧ୍ୟ ପରିସ୍ଥିତି ପ୍ରାୟ ସମାନ । ଫ୍ରାନ୍ସ ଟ୍ରଫି ଦୌଡ଼ରୁ ବାଦ ପଡ଼ିଥିଲେ ମଧ୍ୟ, ଗୋଲ୍ଡେନ୍ ବୁଟ୍ ରେସ୍‌ରେ ଏବେ ବି ଶୀର୍ଷରେ ରହିଛନ୍ତି ଏମ୍‌ବାପେ। ତେବେ ଦଳର ବିଫଳତା ମଧ୍ୟରେ ପୁଣି ଥରେ ବ୍ୟକ୍ତିଗତ ସଫଳତାର ନୂଆ ଇତିହାସ ରଚିବେ କି ଫ୍ରାନ୍ସର ଏହି ଷ୍ଟାର ଫରୱାର୍ଡ? ଏବେ ସମସ୍ତଙ୍କ ନଜର ସେହି ପ୍ରଶ୍ନ ଉପରେ ।

୨୦୨୬ ଫିଫା ବିଶ୍ବକପ୍‌ରେ ଦଳ ୪ ନମ୍ବରରେ ରହିଛି । କିନ୍ତୁ ଗୋଲ୍‌ ସ୍କୋରରେ ଆଗରେ ରହିଛନ୍ତି ଫ୍ରାନ୍ସର ଏମ୍‌ବାପେ । ଫୁଟବଲ୍‌ରେ ଦଳୀୟ ସଫଳତା ଯେତିକି ଗୁରୁତ୍ୱପୂର୍ଣ୍ଣ, ବ୍ୟକ୍ତିଗତ ପ୍ରଦର୍ଶନ ମଧ୍ୟ ସେତିକି ଚର୍ଚ୍ଚାରେ ରହିଥାଏ । ୨୦୨୨ ବିଶ୍ୱକପ୍‌ରେ ଏହାର ସବୁଠାରୁ ବଡ଼ ଉଦାହରଣ ଥିଲେ ଫ୍ରାନ୍ସର ଷ୍ଟାର ଫୁଟବଲର ଷ୍ଟ୍ରାଇକର କିଲିଆନ୍ ଏମ୍‌ବାପେ । ଫାଇନାଲ୍‌ରେ ଆର୍ଜେଣ୍ଟିନାଠାରୁ ଫ୍ରାନ୍ସ ପରାଜିତ ହୋଇଥିଲା, କିନ୍ତୁ ଏମ୍‌ବାପେ ନିଜର ଅଦ୍ଭୁତ ଗୋଲ୍ ସ୍କୋରିଂ କ୍ଷମତା ବଳରେ ଗୋଲ୍ଡେନ୍ ବୁଟ୍ ଜିତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଅଧିକ ପଢ଼ନ୍ତୁ: ୩୯ ବର୍ଷର ମେସି vs ୧୯ ବର୍ଷର ୟାମାଲ, ବିଶ୍ୱକପ୍ ଫାଇନାଲରେ ମହାଯୁଦ୍ଧ...କିଏ ଲେଖିବ ଇତିହାସ


ଏଥର ମଧ୍ୟ ପରିସ୍ଥିତି କିଛିଟା ସମାନ ଦେଖିବାକୁ ମିଳୁଛି । ଫ୍ରାନ୍ସ ଚଳିତ ବିଶ୍ୱକପ୍‌ରେ ଚତୁର୍ଥ ସ୍ଥାନରେ ରହି ଟ୍ରଫି ଦୌଡ଼ରୁ ବାଦ୍‌ ପଡ଼ିଛି । କିନ୍ତୁ ଏମ୍‌ବାପେଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଏମ୍‌ବାପେ ଦୁଇଟି ଗୋଲ୍‌ ସ୍କୋର କରି ଗୋଲ୍ଡେନ୍ ବୁଟ୍ ଦୌଡ଼ରେ ଆଗରେ ଅଛନ୍ତି । ଆଉ ଲଗାତର ଦ୍ବିତୀୟ ବିଶ୍ବକପ୍‌ରେ ଗୋଲ୍ଡେନ୍‌ ବୁଟ୍‌ ଜିତିବାର ଦାବିଦାର ଭାବେ ବିବେଚିତ ହେଉଛନ୍ତି ।

ଯଦିଓ ଫ୍ରାନ୍ସ ଫାଇନାଲ୍‌ରେ ପହଞ୍ଚିପାରିନି, କିନ୍ତୁ ଏମ୍‌ବାପେ ସବୁବେଳେ ପ୍ରତିପକ୍ଷ ଡିଫେନ୍ସ ପାଇଁ ସବୁବେଳେ ବଡ଼ ବିପଦ ସାବ୍ୟସ୍ତ ହୋଇଛନ୍ତି । ଏମ୍‌ବାପେଙ୍କ ଗତି, ଫିନିଶିଂ ଏବଂ ଗୋଲ୍ କରିବାର କ୍ଷମତା ତାଙ୍କୁ ଅନ୍ୟ ସମସ୍ତଙ୍କଠାରୁ ଅଲଗା କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଅନୁସାରେ, ଫ୍ରାନ୍ସର ଏମ୍‌ବାପେ ଚଳିତ ବିଶ୍ବକପ୍‌ରେ ୧୦ଟି ଗୋଲ୍‌ ସ୍କୋର କରିଥିବା ବେଳେ ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲର ଲିଓନାଲ ମେସି ୮ଟି ଗୋଲ୍‌ ସ୍କୋର କରିଛନ୍ତି । ଆଉ ଏବେ ନଜର ରହିଛି ବିଶ୍ୱକପ୍‌ ଫାଇନାଲ୍ ଉପରେ । ଆର୍ଜେଣ୍ଟିନା ପକ୍ଷରୁ ମେସି ଯଦି ୨ରୁ ଅଧିକ ଗୋଲ୍‌ ସ୍କୋର ନ କରନ୍ତି ତେବେ ଏଥର ମଧ୍ୟ ଟ୍ରଫି ନ ଜିତି ଗୋଲ୍ଡେନ୍ ବୁଟ୍ ନିଜ ନାମରେ କରିପାରନ୍ତି ଫ୍ରାନ୍ସର ଏମ୍‌ବାପେ । ୨୦୨୨ ପରି ଏଥର ମଧ୍ୟ ଫ୍ରାନ୍ସ ଖାଲି ହାତରେ ଫେରିପାରେ, କିନ୍ତୁ ଏମ୍‌ବାପେଙ୍କ ବ୍ୟକ୍ତିଗତ ସଫଳତା ପୁଣିଥରେ ଫୁଟବଲ୍ ଇତିହାସରେ ଏକ ସ୍ୱତନ୍ତ୍ର ଛାପ ଛାଡ଼ିପାରେ ।
Will Mbappe Win the 2026 World Cup Golden Boot Again? | Argus News