Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଲଲିତ ମୋଦିଙ୍କ ବିସ୍ଫୋରକ ଦାବି, ମୋତେ ମାରିବାକୁ ଚାହୁଁଥିଲେ ଦାଉଦ ଇବ୍ରାହିମ୍‌

Sports

Lalit Modi Dawood Ibrahim Claim / ଲଲିତ ମୋଦିଙ୍କ ବିସ୍ଫୋରକ ଦାବି, ମୋତେ ମାରିବାକୁ ଚାହୁଁଥିଲେ ଦାଉଦ ଇବ୍ରାହିମ୍‌

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଲଲିତ ମୋଦିଙ୍କ ବିସ୍ଫୋରକ ଦାବି, ମୋତେ ମାରିବାକୁ ଚାହୁଁଥିଲେ ଦାଉଦ ଇବ୍ରାହିମ୍‌
Lalit Modi

Key Points

ଅଣ୍ଡରୱର୍ଲ୍ଡ ଓ IPL ସଂଯୋଗ
ଲଲିତ ମୋଦିଙ୍କ ବଡ଼ ବୟାନ
ଦାଉଦ ଇବ୍ରାହିମ ମୋତେ ମାରିବାକୁ ଚାହୁଁଥିଲା: ଲଲିତ ମୋଦି
ଆଇପିଏଲ୍‌ର ଜନକ ଭାବେ ପରିଚିତ ଲଲିତ ମୋଦି ଏବେ ଏମିତି ଏକ ଦାବି କରିଛନ୍ତି, ଯାହା କ୍ରିକେଟ୍ ଓ ଅଣ୍ଡରୱର୍ଲ୍ଡର ସମ୍ପର୍କକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ କରିଛି । ଲଳିତ ମୋଦିଙ୍କ କହିବା ଅନୁସାରେ, ଅଣ୍ଡରୱର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ କେବଳ ତାଙ୍କୁ ଧମକ ଦେଇନଥିଲା, ବରଂ ତାଙ୍କ ଉପରେ ତିନିଥର ହତ୍ୟା ଉଦ୍ୟମ ମଧ୍ୟ କରାଇଥିଲେ ।

ଶେଷ ହୋଇଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ । ମେ' ୩୧ ତାରିଖରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଗୁଜରାଟକୁ ହରାଇ RCB ଚାମ୍ପିଅନ୍‌ ହୋଇଥିଲା । ତେବେ ଆଇପିଏଲ ଶେଷ ହେବା ପରେ ଏହି ଲିଗ୍‌ର ପ୍ରତିଷ୍ଠାତା ଲଳିତ ମୋଦି ଏକ ବଡ଼ ଖୁଲାସା କରିଛନ୍ତି ।

ଲଳିତ ମୋଦି ଦାବି କରିଛନ୍ତି ଯେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ । ସମ୍ବାଦ ସରବରାହ ସଂସ୍ଥା ANI ସହିତ ଆଲୋଚନା କରି ଲଳିତ ମୋଦି କହିଛନ୍ତି, ଘଟଣାଟି ୨୦୧୨ର ଯେତେବେଳେ ଲଣ୍ଡନର ଜଣେ ଫିକ୍ସର ତାଙ୍କ ସହିତ ଯୋଗାଯୋଗ କରିଥିଲେ । ଦିନ ୩:୩୦ଟା ଥିଲା ଯେତେବେଳେ ଏହି ତଥାକକଥିତ ଫିକ୍ସର ଲଳିତ ମୋଦିଙ୍କୁ ତାଙ୍କ ଆପାର୍ଟମେଣ୍ଟରେ "ବାବା" ନାମକ ଜଣେ ମଧ୍ୟସ୍ଥିଙ୍କୁ ଭେଟିବା ପାଇଁ ଚାପ ପକାଇଥିଲେ ।

ଦାଉଦ ଇବ୍ରାହିମ୍ ସହିତ ଟେଲିଫୋନ୍ ବାର୍ତ୍ତାଳାପ

ଲଳିତ ମୋଦିଙ୍କ ଆପାର୍ଟମେଣ୍ଟରେ ପହଞ୍ଚିବା ପରେ ମଧ୍ୟସ୍ଥି ଏକ ସାଟେଲାଇଟ୍ ଫୋନରୁ ଏକ ନମ୍ବର ଡାଏଲ୍ କରିଥିଲେ, ଅନ୍ୟ ପାର୍ଶ୍ୱରେ ଦାଉଦ ଇବ୍ରାହିମ୍ ଥିଲେ । ଫୋନ୍ ସ୍ପିକରରେ ଥିଲା ଏବଂ ଏକ ସ୍ୱର କହିଲା, "ଏବେ ଠୁ ତୁମର କାମ ସରିଗଲା !" ଏବଂ ତା'ପରେ କଲ୍ ବିଚ୍ଛିନ୍ନ ହୋଇଗଲା ।

ଅଧିକ ପଢ଼ନ୍ତୁ: ଭାରତୀୟ ଟିମରେ ବଡ଼ ପରିବର୍ତ୍ତନ …ହଟିଲେ ସୂର୍ଯ୍ୟା, ଶ୍ରେୟସ ଆୟର ହେଲେ ଟି-୨୦ ଟିମର ନୂଆ କ୍ୟାପଟେନ


ପୂର୍ବତନ IPL ପ୍ରତିଷ୍ଠାତା କହିଛନ୍ତି ଯେ ଏହି ଘଟଣା ପରେ ମଧ୍ୟସ୍ଥି ତାଙ୍କୁ ବାରମ୍ବାର ଯୋଗାଯୋଗ କରି ଟଙ୍କା ଦାବି କରିଥିଲେ । ସେ ଦାବି କରିଥିଲେ ଯେ ଅଣ୍ଡରୱାର୍ଲ୍ଡ IPL ନିୟନ୍ତ୍ରଣ କରିବାକୁ ଚାହୁଁଛି । ଦାଉଦ ଇବ୍ରାହିମଙ୍କ ଗ୍ରୁପ୍‌ (ଡି-କମ୍ପାନୀ ସିଣ୍ଡିକେଟ୍) ଦାବି କରିଥିଲା ​​ଯେ ଲଳିତ ମୋଦିଙ୍କ ପ୍ରଶାସନିକ ନିଷ୍ପତ୍ତି ସେମାନଙ୍କୁ ବେଟିଂ ବଜାରରେ ଯଥେଷ୍ଟ କ୍ଷତି ପହଞ୍ଚାଇଥିଲା ।

ଏହା ପରେ ଯେତେବେଳେ ଲଳିତ ମୋଦିଙ୍କୁ ପଚରାଗଲା ଯେ ଦାଉଦ ଇବ୍ରାହିମର ପ୍ରଭାବ ତାଙ୍କୁ କ୍ରିକେଟ ଆଡମିନଷ୍ଟ୍ରେସନ୍‌ ଛାଡିବାକୁ ବାଧ୍ୟ କରିଥିଲା କି ? ମୋଦି ଉତ୍ତର ଦେଇଥିଲେ ଯେ ଏହା ତାଙ୍କ କ୍ରିକେଟ ଛାଡିବାର ଏକ ମୁଖ୍ୟ କାରଣ ଥିଲା ।

ଲଲିତ ମୋଦି ଆହୁରି କହିଥିଲେ ଯେ ୨୦୦୯ ମସିହାରେ ଭାରତରେ ଲୋକସଭା ନିର୍ବାଚନ ଥିବାରୁ ଆଇପିଏଲ୍‌କୁ ଦକ୍ଷିଣ ଆଫ୍ରିକାକୁ ସ୍ଥାନାନ୍ତର କରାଯାଇଥିଲା । ଏହି ନିଷ୍ପତ୍ତି ସଟ୍ଟା ବଜାରରେ ବଡ଼ ପ୍ରଭାବ ପକାଇଥିଲା । ଅଧିକାଂଶ ଲୋକ ଭାବିନଥିଲେ ଯେ ଟୁର୍ଣ୍ଣାମେଣ୍ଟକୁ ଅନ୍ୟ ଦେଶକୁ ନିଆଯିବ, ତେଣୁ ସେମାନେ ବହୁତ ଟଙ୍କା ବାଜି ଲଗାଇଥିଲେ । କିନ୍ତୁ ହଠାତ୍ ଆଇପିଏଲ ଦକ୍ଷିଣ ଆଫ୍ରିକାକୁ ସ୍ଥାନାନ୍ତର ହେବା ପରେ ବୁକିମାନଙ୍କୁ ପ୍ରବଳ କ୍ଷତି ସହିବାକୁ ପଡ଼ିଥିଲା । ତେଣୁ ଡି-କମ୍ପାନୀ ସେହି କ୍ଷତିର ଟଙ୍କା ତାଙ୍କଠାରୁ ଆଦାୟ କରିବାକୁ ଚାହୁଁଥିଲା ।

ଜୀବନ ନେବାକୁ ତିନୋଟି ଆକ୍ରମଣ

ଲଲିତ ମୋଦିଙ୍କ ଅନୁସାରେ, ଯେତେବେଳେ ସେ ମାଫିଆଙ୍କ ପକ୍ଷରୁ ମିଳିଥିବା କୋଟି କୋଟି ଟଙ୍କାର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ, ସେତେବେଳେ ଦାଉଦ ଇବ୍ରାହିମ ତାଙ୍କ ଉପରେ ତିନୋଟି ହତ୍ୟା ଉଦ୍ୟମ କରିଥିଲେ । ଏପରିକି ତାଙ୍କ ପୁଅଙ୍କୁ ଅପହରଣ ମଧ୍ୟ କରାଯାଇଥିଲା, ଯାହାକୁ ‘ବାବା ଆଭିନ୍’ ନାମକ ଜଣେ ବ୍ୟକ୍ତି କରିଥିବା ସେ ଅଭିଯୋଗ କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Lalit Modi Claims Dawood Ibrahim Tried to Kill Him | Argus News