Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Messi Redemption Story / ଲୁହରୁ ଲେଜେଣ୍ଡ୍ ପର୍ଯ୍ୟନ୍ତ ! ଯେଉଁ ଷ୍ଟାଡିୟମରେ ମେସିଙ୍କ ଆଖିରୁ ଝରିଥିଲା ଲୁହ… ସେଠି ଉଠାଇବେ ବିଶ୍ୱକପ୍ ଟ୍ରଫି ?

Santosh Kumar Sahoo
Browse all articles by Santosh Kumar Sahoo
·8 hours ago·2 min read
ଲୁହରୁ ଲେଜେଣ୍ଡ୍ ପର୍ଯ୍ୟନ୍ତ ! ଯେଉଁ ଷ୍ଟାଡିୟମରେ ମେସିଙ୍କ ଆଖିରୁ ଝରିଥିଲା ଲୁହ… ସେଠି ଉଠାଇବେ ବିଶ୍ୱକପ୍ ଟ୍ରଫି ?
Messi

Key Points

ଯେଉଁଠି ଅବସର ଘୋଷଣା କରିଥିଲେ ମେସି
ସେହିଠି ଲେଖିବେ କି ବିଜୟର ଇତିହାସ?
ମେସିଙ୍କ ଜୀବନର ସବୁଠାରୁ ବଡ଼ ଫାଇନାଲ୍ କାହାଣୀ
ଦିନେ ଯେଉଁ ଷ୍ଟାଡିୟମରେ ଝରିଥିଲା ମେସିଙ୍କ ଆଖିରୁ ଲୁହ । ଏବେ ସେହି ଷ୍ଟାଡିୟମ ହିଁ ହୋଇପାରେ ତାଙ୍କ ପାଇଁ ସବୁଠାରୁ ବଡ଼ ସଫଳତାର ସାକ୍ଷୀ । ଯେଉଁ ଷ୍ଟାଡିୟମରେ ୨୦୧୬ରେ ପରାଜୟର ଯନ୍ତ୍ରଣାରେ ଇଣ୍ଟର ନ୍ୟାସନାଲ ଫୁଟବଲରୁ ଅବସର ଘୋଷଣା କରିଥିଲେ ଲିଓନେଲ୍ ମେସି, ଏବେ ସେହି ଷ୍ଟାଡିୟମ୍‌ରେ ବିଶ୍ୱକପ୍ ଟ୍ରଫି ଉଠାଇବାର ସ୍ୱପ୍ନ ନେଇ ମଇଦାନକୁ ଓହ୍ଲାଇବେ । ଯେଉଁଠାରେ ଦିନେ ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ଦୁଃଖ ଲେଖାଯାଇଥିଲା, ସେଠାରେ ଆଜି ଲେଖାଯାଇପାରେ ଫୁଟବଲ୍ ଇତିହାସର ସବୁଠାରୁ ସୁନ୍ଦର କାହାଣୀ । ଲୁହରୁ ଲେଜେଣ୍ଡ ହେବା ପର୍ଯ୍ୟନ୍ତ ମେସିଙ୍କ ଏହି ଯାତ୍ରା ଏବେ ପହଞ୍ଚିଛି ଆଉ ଏକ ଐତିହାସିକ ମୁହୂର୍ତ୍ତରେ...

ଫୁଟବଲ୍‌ରେ ଭାଗ୍ୟ କେବେ କେଉଁ ମୋଡ଼ ନେବ, ତାହା କହିବା କଷ୍ଟକର । ୨୦୧୬ ମସିହାରେ କୋପା ଆମେରିକା ଫାଇନାଲ୍‌ରେ ପରାଜୟ ପରେ ଲିଓନେଲ୍ ମେସି ଭାଙ୍ଗି ପଡ଼ିଥିଲେ । ଭାବବିହ୍ୱଳ ହୋଇ ସେ ଆନ୍ତର୍ଜାତିକ ଫୁଟବଲ୍‌ରୁ ଅବସର ମଧ୍ୟ ଘୋଷଣା କରିଥିଲେ । ଆଉ ସେହି ମୁହୂର୍ତ୍ତ କେବଳ ଆର୍ଜେଣ୍ଟିନା ପାଇଁ ନୁହେଁ, ବରଂ ସମଗ୍ର ଫୁଟବଲ୍ ଜଗତକୁ ଭାବୁକ କରିଦେଇଥିଲା ।

ଅଧିକ ପଢ଼ନ୍ତୁ: ୩୯ ବର୍ଷର ମେସି vs ୧୯ ବର୍ଷର ୟାମାଲ, ବିଶ୍ୱକପ୍ ଫାଇନାଲରେ ମହାଯୁଦ୍ଧ...କିଏ ଲେଖିବ ଇତିହାସ


କିନ୍ତୁ ସମୟ ବଦଳିଲା, ପରିସ୍ଥିତି ମଧ୍ୟ ବଦଳିଲା । ଫୁଟବଲ ପ୍ରେମୀଙ୍କ ଅନୁରୋଧ ଏବଂ ଦେଶ ପ୍ରତି ଦାୟିତ୍ୱବୋଧ ତାଙ୍କୁ ପୁଣିଥରେ ଜାତୀୟ ଦଳକୁ ଫେରାଇ ଆଣିଲା । ଆଉ ଏହା ପରେ ମେସି ପଛକୁ ଫେରିନଥିଲେ । ତାଙ୍କ ନେତୃତ୍ବରେ ଆର୍ଜେଣ୍ଟିନା ୨୦୨୧ରେ କୋପା ଆମେରିକା, ୨୦୨୨ରେ ଫିଫା ବିଶ୍ୱକପ୍ ଏବଂ ୨୦୨୪ରେ ପୁଣି କୋପା ଆମେରିକା ଜିତି ନୂଆ ଇତିହାସ ସୃଷ୍ଟି କରିଥିଲା ।

ଆଉ ଏବେ ଭାଗ୍ୟ ପୁଣି ଥରେ ମେସିଙ୍କୁ ସେହି ସ୍ମୃତି ସହ ଯୋଡ଼ିଛି । ୨୦୧୬ରେ ଯେଉଁ ଷ୍ଟାଡିୟମରେ ସେ ନିରାଶାରେ ଅବସର ଘୋଷଣା କରିଥିଲେ, ସେହି ଷ୍ଟାଡିୟମ୍‌ରେ ଏବେ ବିଶ୍ୱକପ୍ ଟ୍ରଫି ଉଠାଇବାର ସୁଯୋଗ ତାଙ୍କ ସାମ୍ନାରେ ରହିଛି । ଫୁଟବଲ୍ ଇତିହାସରେ ଏଭଳି କାହାଣୀ ବହୁତ କମ୍ ଦେଖିବାକୁ ମିଳେ, ଯେଉଁଠାରେ ଜଣେ ଖେଳାଳିଙ୍କ ସବୁଠାରୁ ବଡ଼ ନିରାଶାର ସ୍ଥାନ ହିଁ ତାଙ୍କର ସବୁଠାରୁ ବଡ଼ ଗୌରବର ମଞ୍ଚ ପାଲଟିଯାଏ ।

ଯଦି ମେସିଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ଫାଇନାଲ୍‌ରେ ବିଜୟୀ ହୁଏ, ତେବେ ସେହି ଷ୍ଟାଡିୟମ୍ ତାଙ୍କ ଜୀବନର ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ଅଧ୍ୟାୟର ସାକ୍ଷୀ ହେବ—ଗୋଟିଏ ପଟେ ଲୁହ ଓ ନିରାଶା, ଅନ୍ୟ ପଟେ ବିଜୟ ଆଉ ଗୌରବ । ଆଉ ଏହି କାରଣରୁ ଏହି ଫାଇନାଲ କେବଳ ଟ୍ରଫି ପାଇଁ ନୁହେଁ ବରଂ ମେସିଙ୍କ ଜୀବନରେ ଏକ ଇମୋସନାଲ ଅଧ୍ୟାୟ ଲେଖିବାର ସୁଯୋଗ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored