Mohammad Amir IPL 2027 / IPL 2027ରେ ଖେଳିବେ କି ପାକିସ୍ତାନୀ ମହମ୍ମଦ ଆମିର ? ବ୍ରିଟିଶ୍ ନାଗରିକତା ପରେ ଦେଲେ ବଡ଼ ବୟାନ
·1 hour ago·2 min read

Key Points
ମହମ୍ମଦ ଆମିରଙ୍କ IPL ଏଣ୍ଟ୍ରି ନେଇ ବଡ଼ ଖବର
ପାକିସ୍ତାନ ଛାଡ଼ି ବ୍ରିଟିଶ୍ ନାଗରିକ ହେଲେ ଆମିର
ଏବେ IPL ଖେଳିବା ନେଇ କହିଲେ ଏମିତି

ପାକିସ୍ତାନର ଦ୍ରୁତ ବୋଲର ମହମ୍ମଦ ଆମିରଙ୍କୁ ମିଳିଲା ବ୍ରିଟିଶ ନାଗରିକତା । ଆମିରଙ୍କୁ ବ୍ରିଟିଶ ନାଗରିକତା ମିଳିବା ପରେ ତାଙ୍କୁ ନେଇ କ୍ରିକେଟ ଜଗତରେ ବେଶ୍ ଚର୍ଚ୍ଚା ସୃଷ୍ଟି ହୋଇଛି । ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି - ଆମିର କ'ଣ ଆଗାମୀ ଦିନରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)ରେ ଖେଳିବେ ?
ବ୍ରିଟିଶ ନାଗରିକତା ସମ୍ପର୍କିତ ସମସ୍ତ ଆଇନଗତ ପ୍ରକ୍ରିୟା ପୂରଣ ହେବା ପରେ ମହମ୍ମଦ ଆମିର ଏବେ IPL ଅକ୍ସନ୍ ପାଇଁ ପଞ୍ଜୀକରଣ କରିବାକୁ ଯୋଗ୍ୟ ହୋଇଛନ୍ତି । ବର୍ତ୍ତମାନ ସେ ‘ଦ ହଣ୍ଡ୍ରେଡ୍’ ଲିଗ୍ରେ ଘରୋଇ ଖେଳାଳି ଭାବେ ଖେଳୁଛନ୍ତି । ପୂର୍ବରୁ ସେ ଏହି ଲିଗ୍ରେ ବିଦେଶୀ ଖେଳାଳି ଭାବେ ଖେଳିଥିଲେ ।
ସବୁଠୁ ରୋଚକ କଥା ହେଉଛି, ଆଗାମୀ ସମୟରେ ଆମିର ପାକିସ୍ତାନ ସୁପର ଲିଗ୍ (PSL)ରେ ବିଦେଶୀ ଖେଳାଳି ଭାବେ ଖେଳିବେ । ଏହା ସହିତ ସେ IPLରେ ନାମ ଦେବାକୁ ମଧ୍ୟ ଯୋଗ୍ୟ ହୋଇଛନ୍ତି । ତେବେ IPLରେ ଖେଳିବା ଯୋଜନା ବିଷୟରେ ପଚରାଯିବାରୁ ଆମିର କହିଛନ୍ତି ଯେ, ବର୍ତ୍ତମାନ ତାଙ୍କର ପ୍ରାଥମିକତା PSL ରହିଛି ଏବଂ IPL ବିଷୟରେ ସେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାନ୍ତି ।
‘ଦ ହଣ୍ଡ୍ରେଡ୍’ ଲିଗ୍ ସମୟରେ ଆମିର କହିଥିଲେ, “୨୦୨୭ରେ ମୁଁ ପାକିସ୍ତାନ ସୁପର ଲିଗ୍ରେ ବିଦେଶୀ ଖେଳାଳି ଭାବେ ଖେଳିବି । IPL ବିଷୟରେ ଏବେ ମୋତେ ଜଣାନାହିଁ ଯେ ମୁଁ ଖେଳିବି କି ନାହିଁ ।”
ସୂଚନାଯୋଗ୍ୟ, ଆମିରଙ୍କ ପୂର୍ବରୁ ଆଜହର ମହମୁଦ ମଧ୍ୟ ବ୍ରିଟିଶ ନାଗରିକତା ନେବା ପରେ IPLରେ ଖେଳିଥିଲେ। ସେ ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ IPLରେ ଖେଳିଥିଲେ । ସେ ପଞ୍ଜାବ କିଙ୍ଗ୍ସ ଓ ପରେ କୋଲକାତା ନାଇଟ୍ ରାଇଡର୍ସ ଦଳର ଅଂଶ ଥିଲେ ।
୩୪ ବର୍ଷୀୟ ମହମ୍ମଦ ଆମିର ପାକିସ୍ତାନ ପାଇଁ ୩୬ଟି ଟେଷ୍ଟ, ୬୧ଟି ଦିନିକିଆ ଓ ୬୨ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଏଥିରେ ସେ ଟେଷ୍ଟରେ ୧୧୯, ଦିନିକିଆରେ ୮୧ ଓ ଟି-୨୦ରେ ୭୧ଟି ୱିକେଟ୍ ନେଇଛନ୍ତି । ବାମହାତୀ ଦ୍ରୁତ ବୋଲର ଭାବେ ସେ ବିଶ୍ୱର ଅନେକ ଲିଗ୍ରେ ଖେଳିଛନ୍ତି ।
କାହିଁକି IPLରେ ପାକିସ୍ତାନୀ ଖେଳାଳି ଖେଳୁନାହାନ୍ତି ?
IPLର ପ୍ରଥମ ସିଜନ୍ରେ ଶାହିଦ ଆଫ୍ରିଦି, ଶୋଏବ ଅଖତର ଓ ଶୋଏବ ମଲିକଙ୍କ ଭଳି ଅନେକ ପାକିସ୍ତାନୀ ଖେଳାଳି ସାମିଲ ଥିଲେ । କିନ୍ତୁ ୨୦୦୮ ମସିହାର ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶର ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା । ଆଉ ଏହା ପରେ ବିସିସିଆଇ IPLରେ ପାକିସ୍ତାନୀ ଖେଳାଳିଙ୍କ ଅଂଶଗ୍ରହଣ ଉପରେ ରୋକ ଲଗାଇଥିଲା ।
ଏବେ ବ୍ରିଟିଶ ନାଗରିକତା ପାଇବା ପରେ ମହମ୍ମଦ ଆମିରଙ୍କ IPL ଯାତ୍ରା ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ସେ ଆଗାମୀ ଅକ୍ସନ୍ରେ ନାମ ଦେବେ କି ନାହିଁ, ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ଅଧିକ ପଢ଼ନ୍ତୁ: ହକି ବିଶ୍ବକପ୍ରେ କେବେ ହେବ ଭାରତ-ପାକିସ୍ତାନ ମହାମୁକାବିଲା ? ସାମ୍ନାକୁ ଆସିଲା ତାରିଖ...
ସୂଚନାଯୋଗ୍ୟ, ଆମିରଙ୍କ ପୂର୍ବରୁ ଆଜହର ମହମୁଦ ମଧ୍ୟ ବ୍ରିଟିଶ ନାଗରିକତା ନେବା ପରେ IPLରେ ଖେଳିଥିଲେ। ସେ ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ IPLରେ ଖେଳିଥିଲେ । ସେ ପଞ୍ଜାବ କିଙ୍ଗ୍ସ ଓ ପରେ କୋଲକାତା ନାଇଟ୍ ରାଇଡର୍ସ ଦଳର ଅଂଶ ଥିଲେ ।
୩୪ ବର୍ଷୀୟ ମହମ୍ମଦ ଆମିର ପାକିସ୍ତାନ ପାଇଁ ୩୬ଟି ଟେଷ୍ଟ, ୬୧ଟି ଦିନିକିଆ ଓ ୬୨ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଏଥିରେ ସେ ଟେଷ୍ଟରେ ୧୧୯, ଦିନିକିଆରେ ୮୧ ଓ ଟି-୨୦ରେ ୭୧ଟି ୱିକେଟ୍ ନେଇଛନ୍ତି । ବାମହାତୀ ଦ୍ରୁତ ବୋଲର ଭାବେ ସେ ବିଶ୍ୱର ଅନେକ ଲିଗ୍ରେ ଖେଳିଛନ୍ତି ।
କାହିଁକି IPLରେ ପାକିସ୍ତାନୀ ଖେଳାଳି ଖେଳୁନାହାନ୍ତି ?
IPLର ପ୍ରଥମ ସିଜନ୍ରେ ଶାହିଦ ଆଫ୍ରିଦି, ଶୋଏବ ଅଖତର ଓ ଶୋଏବ ମଲିକଙ୍କ ଭଳି ଅନେକ ପାକିସ୍ତାନୀ ଖେଳାଳି ସାମିଲ ଥିଲେ । କିନ୍ତୁ ୨୦୦୮ ମସିହାର ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶର ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା । ଆଉ ଏହା ପରେ ବିସିସିଆଇ IPLରେ ପାକିସ୍ତାନୀ ଖେଳାଳିଙ୍କ ଅଂଶଗ୍ରହଣ ଉପରେ ରୋକ ଲଗାଇଥିଲା ।
ଏବେ ବ୍ରିଟିଶ ନାଗରିକତା ପାଇବା ପରେ ମହମ୍ମଦ ଆମିରଙ୍କ IPL ଯାତ୍ରା ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ସେ ଆଗାମୀ ଅକ୍ସନ୍ରେ ନାମ ଦେବେ କି ନାହିଁ, ତାହା ଉପରେ ରହିଛି ସମସ୍ତଙ୍କ ନଜର ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories