Videos
|
Sports

Mohammed Shami / ପତ୍ନୀ ହସିନଙ୍କୁ କଡ଼ା ଜବାବ ଦେଲେ କ୍ରିକେଟର ମହମ୍ମଦ ସାମି

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ପତ୍ନୀ ହସିନଙ୍କୁ କଡ଼ା ଜବାବ ଦେଲେ କ୍ରିକେଟର ମହମ୍ମଦ ସାମି
Mohammed Shami Responds to Wife

Key Points

ପୁଣି ଚର୍ଚ୍ଚାରେ କ୍ରିକେଟର ମହମ୍ମଦ ସାମି
ପତ୍ନୀଙ୍କ ସହ ଏକ ବିବାଦରେ ଦେଲେ କଡ଼ା ଜବାବ
ଲକ୍ଷ୍ନୌ: ଭାରତୀୟ ଟିମର ସୁପରଷ୍ଟାର ଦ୍ରୁତ ବୋଲର ମହମ୍ମଦ ସାମି ପୁଣି ପତ୍ନୀଙ୍କ ସହ ଏକ ବିବାଦକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ପତ୍ନୀ ହସିନଙ୍କୁ କଡ଼ା ଜବାବ ଦେଇଛନ୍ତି ସାମି । କିଛି ମାସ ପୂର୍ବରୁ ସାମି ପ୍ରଥମେ ରାଷ୍ଟ୍ରୀୟ ଲୋକଦଳର ଜାତୀୟ ସଭାପତି ଜୟନ୍ତ ଚୌଧୁରୀଙ୍କୁ ଭେଟିଥିଲେ ଏହାପରେ ସେ ଉତ୍ତର ପ୍ରଦେଶ ନିର୍ବାଚନ ୨୦୨୭ରେ ମୈଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହୋଇଥିଲା । ଏହାପରେ ପତ୍ନୀ ହସିନ ସାମିଙ୍କ ସମେତ ତାଙ୍କ ପରିବାରକୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ । ସେ ସାମିଙ୍କ ବିପକ୍ଷରେ ନିର୍ବାଚନ ଲଢିବେ ବୋଲି କହିଥିଲେ । ଏବେ ଏହା ଉପରେ ନିଜ ଜବାବ ରଖିଛନ୍ତି ସାମି ।

  • କଡ଼ା ଜବାବ ଦେଲେ ସାମି
ହସିନ ଜହାଁ ସାମିଙ୍କ ପରିବାରକୁ ଚ୍ୟାଲେଞ୍ଜ କରି ସେପ୍ଟେମ୍ବର ମାସ ଶେଷ ସୁଦ୍ଧା କହିଥିଲେ ଯେ ଯଦି ତାଙ୍କ ପରିବାରର କେହି ନିର୍ବାଚନ ଲଢେ, ତେବେ ସେ ତାଙ୍କ ବିପକ୍ଷରେ ମୈଦାନକୁ ଓହ୍ଲାଇବେ । ଗତ ୮ ବର୍ଷ ଧରି ଏହି ଦମ୍ପତିଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଛି । ଏବେ ଉଭୟଙ୍କ ଛାଡ଼ପତ୍ର ମାମଲା କୋର୍ଟରେ ବିଚାରଧୀନ ରହିଛି । ଏପରି ସ୍ଥିତିରେ ଉଭୟକୁ ଜବାବ ଦେଉଥିବା ନଜିର ରହିଛି । ହସିନ ଜହାଁଙ୍କ ସେହି ଚ୍ୟାଲେଞ୍ଜ ପରେ ସମସ୍ତେ ସାମିଙ୍କ ଜବାବକୁ ଅପେକ୍ଷା କରିଥିଲେ । ଏବେ ସାମି ମୁହଁ ଖୋଲିଛନ୍ତି ।

ସାମି ରୁରକିର ସ୍ଵାଧୀନ ବିଧାୟକ ଉମେଶ କୁମାରଙ୍କୁ ଭେଟିବାକୁ ଯାଇଥିଲେ । ଏହି ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ କଥାବାର୍ତ୍ତା ସମୟରେ ସେ କହିଛନ୍ତି, "ଯାହାକୁ ଯେଉଁଠୁ ନିର୍ବାଚନ ଲଢିବାକୁ ଅଛି, ସେ ଲଢୁ । ମୋତେ କୌଣସି ସମସ୍ୟା ନାହିଁ । ଏଠି ତ ଖୋଲା ମୈଦାନ ଅଛି । ଯାହାକୁ ଆସିବାକୁ ଅଛି ଆସନ୍ତୁ ।" ପତ୍ନୀ ହସିନଙ୍କ ସେହି କଥା ଉପରେ ସାମି ଏହି ଜବାବ ରଖିଥିବା ପରି ମନେ ହେଉଛି । କୁହାଯାଉଛି ସାମି ନିଜେ ନିର୍ବାଚନ ଲଢିପାରନ୍ତି । ଯଦି ସେ ଟିମ ଇଣ୍ଡିଆ ପାଇଁ ଖେଳନ୍ତି, ତେବେ ତାଙ୍କ ଭାଇ ରାଷ୍ଟ୍ରୀୟ ଲୋକଦଳରୁ ନିର୍ବାଚନ ଲଢିପାରନ୍ତି ।

  • ଟିମକୁ କମବ୍ୟାକ୍ କରିପାରନ୍ତି ସାମି
ନିକଟରେ ଭାରତୀୟ ଟିମର ଅନ୍ୟତମ ସୁପରଷ୍ଟାର ଦ୍ରୁତ ବୋଲର ଭୁବନେଶ୍ଵର କୁମାର ଟିମ ଇଣ୍ଡିଆୁ ଫେରିଛନ୍ତି । ଏହାପରେ ମହମ୍ମଦ ସାମି ବି ଫେରିପାରନ୍ତି ବୋଲି ଆଶା କରାଯାଉଛି । ସାମି ଶେଷ ଥର ଲାଗି ଟିମ ଇଣ୍ଡିଆ ଲାଗି ୨୦୨୫ ଚାମ୍ପିଆନ୍ସ ଟ୍ରଫି ପାଇଁ ଖେଳିଥିଲେ । ଏହାପରେ ସେ କିଛି ସମୟ ଇଞ୍ଜୁରୀ ପାଇଁ ବସିଥିଲେ । ମାତ୍ର ଫିଟ୍ ହେବାପରେ ମଧ୍ୟ ତାଙ୍କୁ ଭାରତ ପାଇଁ ଖେଳିବାକୁ ସୁଯୋଗ ଦିଆଯାଇନାହିଁ । ସେ ଅନ୍ତର୍ଜାତୀୟ ଟିମରେ ନୁହେଁ, ବରଂ ଘରୋଇ କ୍ରିକେଟରେ ଲଗାତାର ଖେଳୁଥିବା ଦେଖିବାକୁ ମିଳିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଡାନ୍ସ ଟିଚର୍ ସାଜିଲେ ବିରାଟ କୋହଲି; ଜୈସୱାଲଙ୍କୁ ଶିଖାଇଲେ ଠୁମକା...

  • ଘରୋଇ କ୍ରିକେଟରେ ଜବରଦସ୍ତ ସାମି
ମହମ୍ମଦ ସାମି ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରୁଛନ୍ତି । ଏହାପରେ ମଧ୍ଯ ତାଙ୍କୁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ଲାଗି ସୁଯୋଗ ଦିଆଯାଇନାହିଁ । ମାତ୍ର ଏବେ ମୁଖ୍ୟ ଚୟନକର୍ତ୍ତା ପଦରୁ ଅଜିତ ଅଗରକର ହଟିଯାଇଛନ୍ତି । ତାଙ୍କ ସ୍ଥାନରେ ପ୍ରଜ୍ଞାନ ଓଝାଙ୍କୁ ଏହି ଦାୟିତ୍ଵ ଦିଆଯାଇଛି । ଏପରି ସ୍ଥିତିରେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ କିମ୍ବା ଟେଷ୍ଟ ସିରିଜରେ କୌଣସି ଏକ ଫର୍ମାଟରେ ସାମିଙ୍କୁ ସୁଯୋଗ ଦିଆଯାଇପାରେ । ଯଦି ସେହି ମ୍ୟାଚରେ ସାମି ଭଲ ପ୍ରଦର୍ଶନ କରନ୍ତି, ତେବେ ସେ ଟିମ୍ ଇଣ୍ଡିଆ ଲାଗି ଉଭୟ ଫର୍ମାଟରେ ଖେଳିପାରନ୍ତି ।