Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Cricket News / ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତ୍ତି

Ritu Das
Browse all articles by Ritu Das
·6 months ago·2 min read
ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତ୍ତି
india

Key Points

ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ, ୩୫ ବର୍ଷୀୟ ସାମି ପୁଣିଥରେ ଚୟନକର୍ତ୍ତାଙ୍କ ପ୍ରାଥମିକତା ତାଲିକାକୁ ଫେରିଛନ୍ତି।
ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ, ୩୫ ବର୍ଷୀୟ ସାମି ପୁଣିଥରେ ଚୟନକର୍ତ୍ତାଙ୍କ ପ୍ରାଥମିକତା ତାଲିକାକୁ ଫେରିଛନ୍ତି। ୨୦୨୭ ଦିନିକିଆ ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ତାଙ୍କର ଦଳକୁ ପ୍ରତ୍ୟାବର୍ତ୍ତନ ଏବେ ଏକ ବଡ଼ ସମ୍ଭାବନା ଭାବେ ଉଭା ହୋଇଛି।

ବିସିସିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସାମିଙ୍କ ଘରୋଇ କ୍ରିକେଟ୍‌ ପ୍ରଦର୍ଶନ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ସବିଶେଷ ତଥ୍ୟ ଅନୁଯାୟୀ, ବିଜୟ ହଜାରେ ଓ ସୟଦ ମୁସ୍ତାକ ଅଲି ଟ୍ରଫିରେ ୬ଟି ମ୍ୟାଚରେ ସେ ୧୭ଟି ୱିକେଟ୍ ନେଇଛନ୍ତି। ଚଳିତ ସିଜିନ୍‌ରେ ମାତ୍ର ୪ଟି ମ୍ୟାଚ୍‌ ଖେଳି ସେ ୨୦ଟି ୱିକେଟ୍ ହାସଲ କରି ନିଜର ଧାର ବଜାୟ ରଖିଛନ୍ତି।

ଏହାସହ ପଢ଼ନ୍ତୁ: ଗମ୍ଭୀରଙ୍କୁ ଛାଡ଼ିବୁନି ସେ ହିଁ ରହିବେ କୋଚ୍‌: BCCI


୨୦୨୫ ମାର୍ଚ୍ଚରେ ଚାମ୍ପିଅନ୍ସ ଟ୍ରଫି ପରଠାରୁ ସାମି ଭାରତ ପାଇଁ କୌଣସି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିନାହାନ୍ତି। ତେବେ ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ତାଙ୍କୁ ଦଳରେ ସାମିଲ କରାଯାଇପାରେ। ଚୟନ କମିଟିର ଅଧ୍ୟକ୍ଷ ଅଜିତ ଅଗରକର ପୂର୍ବରୁ ସୂଚନା ଦେଇଥିଲେ ଯେ, ଯଦି ସାମି ସମ୍ପୂର୍ଣ୍ଣ ଫିଟ୍ ରୁହନ୍ତି, ତେବେ ତାଙ୍କ ଭଳି ଜଣେ ଅଭିଜ୍ଞ ୱିକେଟ୍-ଟେକର ବୋଲରଙ୍କୁ ଦଳ ବାହାରେ ରଖିବାର କୌଣସି କାରଣ ନାହିଁ।
୨୦୨୩ ବିଶ୍ୱକପ୍ ପରଠାରୁ ସାମି ଆଣ୍ଠୁ ଏବଂ ଗୋଡ଼ର ଆଘାତ ସହ ସଂଘର୍ଷ କରି ଆସୁଛନ୍ତି। ଅସ୍ତ୍ରୋପଚାର ଏବଂ ଦୀର୍ଘ ଦିନର ରିହାବିଲିଟେସନ୍ ପରେ ସେ ଏବେ ପଡ଼ିଆକୁ ଫେରିଛନ୍ତି। ଯଦିଓ ସେ ନିଜକୁ ଫିଟ୍ ବୋଲି ଦାବି କରୁଛନ୍ତି, ଚୟନକର୍ତ୍ତାମାନେ ତାଙ୍କର କାର୍ଯ୍ୟଭାର ଏବଂ ଫିଟ୍‌ନେସ୍‌କୁ ନେଇ ସତର୍କ ଅଛନ୍ତି। “ମହମ୍ମଦ ସାମିଙ୍କ ନାମ ନିୟମିତ ଭାବେ ଆଲୋଚନା ହେଉଛି। ତାଙ୍କ ଭଳି ଦକ୍ଷ ବୋଲର ଯେକୌଣସି ସମୟରେ ୱିକେଟ୍ ନେଇପାରିବେ। ୨୦୨୭ ବିଶ୍ୱକପ୍ ପାଇଁ ସେ ଏକ ବିକଳ୍ପ ହୋଇପାରନ୍ତି।”

ଏହାସହ ପଢ଼ନ୍ତୁ: ନ୍ୟୁଜିଲାଣ୍ଡ ସିରିଜ୍‌ ପୂର୍ବରୁ ବିରାଟଙ୍କ ବଡ଼ ନିଷ୍ପତ୍ତି, ଖେଳିବେ ବିଜୟ ହଜାରେ ଟ୍ରଫିର ତୃତୀୟ ମ୍ୟାଚ୍‌

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ୍‌ରେ ଦମଦାର ପ୍ରଦର୍ଶନରେ ଘରୋଇ ମ୍ୟାଚ୍‌ ଖେଳୁଛନ୍ତି ବିରାଟ କୋହଲି । ସେ ବିଜୟ ହଜାରେ ଟ୍ରଫିର ପ୍ରଥମ ଦୁଇଟି ମ୍ୟାଚ୍‌ ଖେଳିଛନ୍ତି । ଆଉ ଏବେ ବିରାଟ କୋହଲି ବିଜୟ ହଜାରେ ଟ୍ରଫିରେ ଦିଲ୍ଲୀ ପାଇଁ ତାଙ୍କର ତୃତୀୟ ମ୍ୟାଚ୍ ଖେଳିବାକୁ ପ୍ରସ୍ତୁତ ବୋଲି ସୂଚନା ମିଳିଛି । ଏହି ଅଭିଜ୍ଞ ବ୍ୟାଟସମ୍ୟାନ ଜାନୁଆରୀ ୬ ତାରିଖରେ ବେଙ୍ଗାଲୁରୁରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସେଣ୍ଟର ଅଫ୍ ଏକ୍ସଲେନ୍ସରେ ରେଲୱେ ବିପକ୍ଷରେ ମ୍ୟାଚ୍ ଖେଳିବେ ବୋଲି ଆଶା କରାଯାଉଛି । ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ) ସଭାପତି ରୋହନ ଜେଟଲି କୋହଲିଙ୍କ ଉପଲବ୍ଧତା ସମ୍ପର୍କରେ ଜାତୀୟ ଗଣମାଧ୍ୟମରେ କହିଛନ୍ତି । ସେ କହିଛନ୍ତି, ବିଜୟ ହଜାରେ ଟ୍ରଫିର ତିନୋଟି ମ୍ୟାଚ୍‌ ପାଇଁ ତାଙ୍କର ଉପଲବ୍ଧତା ସ୍ପଷ୍ଟ କରିଛନ୍ତି ବୋଲି ବିରାଟ କହିଛନ୍ତି ।

ବିରାଟ କୋହଲି ଖେଳିଥିବା ଦୁଇଟି ଘରୋଇ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିଥିଲେ । ସେ ପ୍ରଥମ ମ୍ୟାଚ୍‌ରେ ୧୩୧ ରନ୍‌ ଓ ଦ୍ବିତୀୟ ମ୍ୟାଚ୍‌ରେ ୭୭ ରନ୍‌ କରିଥିଲେ । ସେ ଲିଷ୍ଟ ଏ କ୍ରିକେଟରେ ୧୬ ହଜାର ରନ୍‌ ମଧ୍ୟ ପୂରଣ କରିଥିଲେ । ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିବାରେ କୋହଲି ଦ୍ରୁତତମ ବ୍ୟାଟସମ୍ୟାନ୍ ହୋଇଥିଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mohammed Shami Set for Team India Comeback? Selectors May Revise World Cup Plans | Argus News