Rohit Sharma / ଦିନିକିଆ କ୍ୟାପଟେନ୍ ପଦରୁ ରୋହିତ ନିଜେ ଓହରିଲେ ନା ବିଦା କଲେ ?

Key Points
ଟେଷ୍ଟ ପରେ ଏବେ ଦିନିକିଆରେ କ୍ୟାପଟେନ୍ ହେଲେ ଗିଲ୍ । ତେବେ ଦିନିକିଆର ଅଧିନାୟକ ପଦରୁ ରୋହିତ ନିଜେ ଓହରିଲେ ନା ତାଙ୍କୁ ବିଦା କରାଗଲା ହୋଇନି ସ୍ପଷ୍ଟ ।
ପ୍ରଥମେ ଟେଷ୍ଟ, ଆଉ ଏବେ ଦିନିକିଆରେ ଭାରତୀୟ ଦଳର ଅଧିନାୟକ ହୋଇଛନ୍ତି ଶୁବମନ ଗିଲ୍ । ଅଜିତ ଅଗରକରଙ୍କ ନେତୃତ୍ବରେ ଚୟନ କମିଟି ଶନିବାର ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦିନିକିଆ ଓ ଟି-୨୦ ଦଳ ଘୋଷଣା କରିଛି । ତେବେ ସିରିଜ୍ ପାଇଁ ଦିନିକିଆ ଦଳରେ ଷ୍ଟାର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ସାମିଲ କରାଯାଇଛି । କିନ୍ତୁ ସବୁଠୁ ବଡ଼ କଥା ହେଉଛି ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ରୋହିତ ଶର୍ମା ଅଧିନାୟକ ଭାବେ ନୁହେଁ ବରଂ ଜଣେ ବିଶେଷଜ୍ଞ ବ୍ୟାଟ୍ସମ୍ୟାନ୍ ଭାବେ ଖେଳିବେ ।
ତେବେ ରୋହିତ ଶର୍ମାଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଯାଇଛି କି ସେ ନିଜେ ଏହି ପଦରୁ ଓହରି ଯାଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ମୁଖ୍ୟ ଚୟନ କର୍ତ୍ତା ଅଜିତ ଅଗରକରଙ୍କ ଏକ ବୟାନରୁ ଅନୁମାନ କରାଯାଉଛି କି ରୋହିତଙ୍କୁ ଅଧିନାୟକ ପଦରୁ ହଟାଯାଇଛି । ଅଗରକର ଟିମ୍ ଘୋଷଣା ସମୟରେ ଜୋର ଦେଇ କହିଛନ୍ତି ଯେ ଚୟନକର୍ତ୍ତା ତିନୋଟି ଫର୍ମାଟ ପାଇଁ ଅଲଗା ଅଲଗା କ୍ୟାପଟେନ୍ ରଖିବା ପକ୍ଷରେ ନାହାନ୍ତି ।
ଅଧିକ ପଢ଼ନ୍ତୁ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା; ନେତୃତ୍ଵ ନେବେ ଶୁବମନ ଗିଲ୍
ଅଜିତ ଅଗରକର ଟିମ୍ ଘୋଷଣା ସମୟରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, 'ତିନିଟି ଫର୍ମାଟ୍ ପାଇଁ ତିନି ଜଣ ଭିନ୍ନ ଭିନ୍ନ ଅଧିନାୟକ ରଖିବା ବାସ୍ତବରେ ଅସମ୍ଭବ । ODI କ୍ରିକେଟ୍ ବର୍ତ୍ତମାନ ସବୁଠାରୁ କମ୍ ଖେଳାଯାଉଥିବା ଫର୍ମାଟ୍ । ଆମର ଧ୍ୟାନ ଆଗାମୀ T-୨୦ ବିଶ୍ୱକପ୍ ଉପରେ। ଆମେ ଗିଲ୍ଙ୍କୁ ଆଡଜଷ୍ଟ କରିବା ପାଇଁ ସମୟ ଦେବାକୁ ଚାହୁଁଛୁ ବୋଲି ଅଜିତ୍ ଅଗରକର କହିଛନ୍ତି ।
ରୋହିତ ଏବଂ ବିରାଟ ସମ୍ପୂର୍ଣ୍ଣ ଫିଟ୍: ଅଜିତ ଅଗରକର
ସେପଟେ ଅଜିତ ଅଗରକର ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ନେଇ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, "ବିରାଟ କୋହଲି ଏବଂ ରୋହିତ ଶର୍ମା ଦଳରେ ଯୋଗଦେବା ପାଇଁ ସମସ୍ତ ଆବଶ୍ୟକୀୟ ଔପଚାରିକତା ପୂରଣ କରିଛନ୍ତି। ଆମେ ସର୍ବଦା ମନୋନୀତ ଖେଳାଳିଙ୍କ ନାମ ସେଣ୍ଟର ଅଫ୍ ଏକ୍ସଲେନ୍ସ (COE)କୁ ପଠାଉ ଏବଂ ସେମାନଙ୍କ ଫିଟନେସ୍ ନିଶ୍ଚିତ କରୁ । ସେହିପରି ଅଗରକର ଏହା ମଧ୍ୟ କହିଛନ୍ତି ଯେ ରୋହିତ ଶର୍ମା କିମ୍ବା ବିରାଟ କୋହଲି କେହି ୨୦୨୭ ବିଶ୍ୱକପରେ ଖେଳିବା ପାଇଁ ପ୍ରତିବଦ୍ଧ ନୁହଁନ୍ତି।
📱 Get Argus News App
✨ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତର ଏକଦିବସୀୟ ଦଳ: ଶୁବମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର (ଉପ-ଅଧିନାୟକ), ଅକ୍ଷର ପଟେଲ, କେଏଲ ରାହୁଲ (ୱିକେଟକିପର), ନୀତିଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କୃଷ୍ଣ, ଧ୍ରୁବ ଜୁରେଲ (ୱିକେଟକିପର), ଯଶସ୍ୱୀ ଜୟସୱାଲ।
ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତର ଟି-୨୦ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁବମନ ଗିଲ (ଉପ-ଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ନୀତିଶ କୁମାର ରେଡ୍ଡୀ, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା (ୱିକେଟକିପର), ବରୁଣ ଚକ୍ରବର୍ତ୍ତୀ, ଜସପ୍ରିତ ବୁମରାହ, ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ହର୍ଷିତ ରାଣା, ସଞ୍ଜୁ ସାମସନ (ୱିକେଟକିପର), ରିଙ୍କୁ ସିଂହ ଏବଂ ୱାଶିଂଟନ ସୁନ୍ଦର।
ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତର ସଂପୂର୍ଣ୍ଣ ସୂଚୀ:
ଅକ୍ଟୋବର ୧୯: ପ୍ରଥମ ଦିନିକିଆ, ପର୍ଥ
ଅକ୍ଟୋବର ୨୩: ଦ୍ୱିତୀୟ ଦିନିକିଆ, ଆଡିଲେଡ୍
ଅକ୍ଟୋବର ୨୫: ତୃତୀୟ ଦିନିକିଆ, ସିଡନି
ଅକ୍ଟୋବର ୨୯: ପ୍ରଥମ ଟି-୨୦, କାନବେରା
ଅକ୍ଟୋବର ୩୧: ଦ୍ୱିତୀୟ ଟି-୨୦, ମେଲବୋର୍ଣ୍ଣ
ନଭେମ୍ବର ୨: ତୃତୀୟ ଟି-୨୦, ହୋବାର୍ଟ
୬ ନଭେମ୍ବର: ଚତୁର୍ଥ ଟି-୨୦, ଗୋଲ୍ଡ କୋଷ୍ଟ
୮ ନଭେମ୍ବର: ପଞ୍ଚମ ଟି-୨୦, ବ୍ରିସବେନ
Related Topics
Explore more stories