Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

MS Dhoni IPL / IPL ୨୦୨୬ ହେବ କି ଧୋନିଙ୍କ ଶେଷ ସିଜନ୍ ? ଇରଫାନ୍‌ ପଠାନ୍‌ ଦେଲେ ବଡ଼ ବୟାନ

Santosh Kumar Sahoo
Browse all articles by Santosh Kumar Sahoo
·4 months ago·2 min read
IPL ୨୦୨୬ ହେବ କି ଧୋନିଙ୍କ ଶେଷ ସିଜନ୍ ? ଇରଫାନ୍‌ ପଠାନ୍‌ ଦେଲେ ବଡ଼ ବୟାନ
MS Dhoni

Key Points

MS ଧୋନି ଖେଳିବେ କି ଶେଷ IPL ?
ଇରଫାନ ପଠାନଙ୍କ ବୟାନରେ ଚର୍ଚ୍ଚା
ଧୋନିଙ୍କ ବିନା IPL କଳ୍ପନା କରିବା କଷ୍ଟକର
IPL ୨୦୨୬ ଆରମ୍ଭ ହେବାକୁ ଆଉ ଦୁଇ ସପ୍ତାହ ବାକି ଅଛି । ମାର୍ଚ୍ଚ ୨୮ରୁ ଆରମ୍ଭ ହେବାକୁ ଯାଉଛି ଫଟାଫଟ୍‌ କ୍ରିକେଟର ମହାକୁମ୍ଭ ଆଇପିଏଲ । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍‌ ମହେନ୍ଦ୍ର ସିଂ ଧୋନି କେବଳ IPL ଖେଳନ୍ତି । ତେଣୁ ଆଇପିଏଲ ଆରମ୍ଭକୁ ଉତ୍ସାହର ସହ ଅପେକ୍ଷା କରିଥାନ୍ତି ଧୋନିଙ୍କ ଫ୍ୟାନ୍ସ । IPL ୨୦୨୬ରେ ଧୋନିଙ୍କୁ ପୁଣି ଥରେ ପଡ଼ିଆରେ ଦେଖିବା ପାଇଁ ପ୍ରଶଂସକମାନେ ବେଶ୍‌ ଉତ୍ସାହିତ ଅଛନ୍ତି । ପ୍ରତିବର୍ଷ ପ୍ରଶଂସକମାନେ ଚିନ୍ତା କରନ୍ତି ଯେ ଏହା ଧୋନିଙ୍କର ଶେଷ IPL ହୋଇପାରେ । ଏହି ଭାବନା ୨୦୨୬ରେ ମଧ୍ୟ ରହିଛି । ଆଉ ଏସବୁ ମଧ୍ୟରେ ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନ ଧୋନିଙ୍କ ଭବିଷ୍ୟତ ଉପରେ ଏକ ବଡ଼ ବୟାନ ଦେଇଛନ୍ତି ।

କ’ଣ ଏମଏସ ଧୋନି ଆଇପିଏଲରେ ଶେଷ ଥର ପାଇଁ ଖେଳିବେ ?


ଇରଫାନ ପଠାନ ଏକ ଶୋ’ରେ ଏମଏସ ଧୋନିଙ୍କ ଭବିଷ୍ୟତ ବିଷୟରେ କହିଥିଲେ । ସେ ବିଶ୍ୱାସ କରନ୍ତି ଯେ ଏହା ଖେଳାଳି ଭାବରେ ଧୋନିଙ୍କର ଶେଷ ବର୍ଷ ହୋଇପାରେ । ସେ କହିଛନ୍ତି, "ଏମଏସ ଧୋନି ବିନା CSK ଦଳ ଅସମ୍ପୂର୍ଣ୍ଣ । ହୁଏତ ଆମେ ତାଙ୍କୁ ଶେଷ ଥର ପାଇଁ ହଳଦିଆ ଜର୍ସିରେ ଦେଖିବୁ । ତାଙ୍କ ବିନା CSK ଏବଂ IPL କଳ୍ପନା କରିବା ବହୁତ କଷ୍ଟକର ।''

ଏମଏସ ଧୋନି ଯୁବପିଢ଼ିଙ୍କୁ ସାହାଯ୍ୟ କରିବେ

ଇରଫାନ ପଠାନ ବିଶ୍ୱାସ କରନ୍ତି ଯେ ଏମଏସ ଧୋନି ଆଇପିଏଲ ୨୦୨୬ ସମୟରେ CSK ପାଇଁ ନୂତନ ଲିଡର୍‌ ବିକଶିତ କରିବାକୁ ଚେଷ୍ଟା କରିବେ । ସେ କହିଛନ୍ତି, "ଧୋନି ଏହି ସିଜନରେ ସମସ୍ତଙ୍କୁ ଏକାଠି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ମୁଁ ଜାଣିନାହିଁ ସେ ଏଥର କେତେ ମ୍ୟାଚ୍ ଖେଳିବେ, କିନ୍ତୁ ଡ୍ରେସିଂ ରୁମରେ ତାଙ୍କର ଉପସ୍ଥିତି ଦଳ ପାଇଁ ବହୁତ ସହାୟକ ହେବ । ସଞ୍ଜୁ ସାମସନ ମଧ୍ୟ ନେତୃତ୍ୱ ଗୋଷ୍ଠୀର ଅଂଶ ହୋଇଥିବାରୁ ତାଙ୍କୁ ଲାଭ ହେବ ।"

ପଠାନ ଆହୁରି କହିଛନ୍ତି, "ଋତୁରାଜ ଗାୟକୱାଡ ଅଧିନାୟକ ହେବେ, କିନ୍ତୁ ଏକ ଗ୍ରୁପ୍‌ ଭାବରେ ଭବିଷ୍ୟତ ପାଇଁ ଦୁଇ କିମ୍ବା ତିନି ଜଣଙ୍କୁ ପ୍ରସ୍ତୁତ କରାଯିବ । ଏମଏସ ଧୋନି ଏହି କ୍ଷେତ୍ରରେ ସାହାଯ୍ୟ କରିବେ । ତାଙ୍କର ଫିଟନେସ୍ ଏବଂ ବ୍ୟାଟିଂ କ୍ରମ ଏବେ ବି ପ୍ରଶ୍ନରେ ରହିବ । CSK ପରିଚାଳନା ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେବ ଏବଂ ତାଙ୍କର ଷଷ୍ଠ IPL ଟ୍ରଫି ସହିତ ତାଙ୍କୁ ଏକ ଭଲ ବିଦାୟ ଦେବାକୁ ଚାହୁଁଛି ।"

ଏଥିସହ ପଢ଼ନ୍ତୁ: ‘ଭାରତର ଜର୍ସି ପିନ୍ଧିବା ମୋର ସ୍ବପ୍ନ ଥିଲା...’, ୫ ବର୍ଷର ଯାତ୍ରାକୁ ମନେ ପକାଇଲେ ସୂର୍ଯ୍ୟକୁମାର
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Will Mahendra Singh Dhoni Retire After Indian Premier League 2026? Irfan Pathan Makes Big Prediction | Argus News