Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Cricket News / ‘ଭାରତର ଜର୍ସି ପିନ୍ଧିବା ମୋର ସ୍ବପ୍ନ ଥିଲା...’, ୫ ବର୍ଷର ଯାତ୍ରାକୁ ମନେ ପକାଇଲେ ସୂର୍ଯ୍ୟକୁମାର

Santosh Kumar Sahoo
Browse all articles by Santosh Kumar Sahoo
·4 months ago·2 min read
‘ଭାରତର ଜର୍ସି ପିନ୍ଧିବା ମୋର ସ୍ବପ୍ନ ଥିଲା...’, ୫ ବର୍ଷର ଯାତ୍ରାକୁ ମନେ ପକାଇଲେ ସୂର୍ଯ୍ୟକୁମାର
Suryakumar Yadav

Key Points

ସ୍ୱପ୍ନରୁ ଇତିହାସ ପର୍ଯ୍ୟନ୍ତ...
ସୂର୍ଯ୍ୟକୁମାରଙ୍କ ୫ ବର୍ଷର ଅଦ୍ଭୁତ ଯାତ୍ରା
ଭାରତର ଜର୍ସି ପିନ୍ଧିବା ମୋର ସ୍ୱପ୍ନ ଥିଲା
ମାର୍ଚ୍ଚ ୮ରେ ଇତିହାସ ରଚିଥିଲା ଟିମ୍‌ ଇଣ୍ଡିଆ । ଟି-୨୦ ବିଶ୍ବକପ୍‌ ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଲଗାତର ଦ୍ବିତୀୟ ଥର ପାଇଁ ଚାମ୍ପିଅନ୍‌ ହୋଇଥିଲା ସୂର୍ଯ୍ୟକୁମାରଙ୍କ ନେତୃତ୍ବାଧୀନ ଭାରତ । ତେବେ ଏହି ବିଜୟ ପରେ ଭାରତର ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ତାଙ୍କ ପାଞ୍ଚ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରକୁ ମନେ ପକାଇ ଶନିବାର ଏକ ବିଶେଷ ବାର୍ତ୍ତା ସେୟାର କରିଛନ୍ତି । ତାଙ୍କ ଯାତ୍ରାକୁ ମନେ ପକାଇ ସେ ଏହାକୁ ଏକ "ଅବିଶ୍ୱସନୀୟ ଯାତ୍ରା" ବୋଲି ବର୍ଣ୍ଣନା କରିଛନ୍ତି । ଏହି ଯାତ୍ରାରେ ତାଙ୍କୁ ପ୍ରଶଂସକ, ସାଥୀ ଖେଳାଳି ଏବଂ ପରିବାର ପକ୍ଷରୁ ପ୍ରଚୁର ସମର୍ଥନ ମିଳିଛି । ଯେତେବେଳେ ସୂର୍ଯ୍ୟକୁମାର ଯାଦବ ପ୍ରଥମେ ଭାରତୀୟ ଦଳର ଜର୍ସି ପିନ୍ଧିଥିଲେ, ବହୁତ କମ୍ ଲୋକ କଳ୍ପନା କରିଥିବେ ଯେ ସେ ଟି-୨୦ କ୍ରିକେଟର ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଜଣେ ହେବେ ।

ଏକ ସ୍ୱତନ୍ତ୍ର ଭିଡିଓ ସେୟାର କରି ସୂର୍ଯ୍ୟକୁମାର ଯାଦବ ଲେଖିଛନ୍ତି, "ପାଞ୍ଚ ବର୍ଷ ପୂର୍ବେ ଏକ ସ୍ୱପ୍ନ ସତ ହୋଇଥିଲା । ଭାରତୀୟ ଜର୍ସି ପିନ୍ଧିବା ଏମିତି ଏକ ଅନୁଭବ ଯାହାକୁ ମୁଁ ଆଜି ମଧ୍ୟ ସମ୍ପୂର୍ଣ୍ଣ ଭାବରେ ବର୍ଣ୍ଣନା କରିପାରିବି ନାହିଁ । ଆମେ ଭବିଷ୍ୟତରେ ଦଳ ପାଇଁ ଆହୁରି ଅନେକ ସ୍ମରଣୀୟ ମୁହୂର୍ତ୍ତ ସୃଷ୍ଟି କରିବୁ ।"

ଏଥିସହ ପଢ଼ନ୍ତୁ: ବିରାଟ କୋହଲି ନୁହେଁ, ଏହି ଖେଳାଳି ହେଲେ RCBର ଅଧିନାୟକ, ଦିନେଶ କାର୍ତ୍ତିକ ତାଙ୍କର ପ୍ଲେଇଂ 11 ବାଛିଲେ

ଟିମ୍ ଇଣ୍ଡିଆରେ ସ୍ଥାନ ପାଇବା ପାଇଁ ସୂର୍ଯ୍ୟକୁମାର ଯାଦବଙ୍କୁ ବହୁତ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା । ଘରୋଇ କ୍ରିକେଟ୍ ଏବଂ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)ରେ କ୍ରମାଗତ ପ୍ରଭାବଶାଳୀ ପ୍ରଦର୍ଶନ ପରେ, ସେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ଆଉ ଅଳ୍ପ ଦିନ ମଧ୍ୟରେ ସେ ଟି-୨୦ ଫର୍ମାଟରେ ସର୍ବୋତ୍ତମ ବ୍ୟାଟ୍ସମ୍ୟାନ୍‌ମାନଙ୍କ ମଧ୍ୟରେ ଜଣେ ହୋଇପାରିଛନ୍ତି ।

ସୂର୍ଯ୍ୟକୁମାର ଯାଦବ ଏପର୍ଯ୍ୟନ୍ତ ୧୧୩ ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ୩୨୭୨ ରନ କରିଛନ୍ତି । ଏହି ସମୟ ମଧ୍ୟରେ ତାଙ୍କର ହାରାହାରି ୩୬.୩୫ ଏବଂ ଷ୍ଟ୍ରାଇକ ରେଟ୍ ୧୬୨.୯୪ ରହିଛି । ଯାହା ଟି-୨୦ କ୍ରିକେଟରେ ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂକୁ ପ୍ରତିଫଳିତ କରେ । ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ତାଙ୍କ ନାମରେ ଚାରୋଟି ଶତକ ଏବଂ ୨୫ ଅର୍ଦ୍ଧଶତକ ମଧ୍ୟ ଅଛି ।

ସୂର୍ଯ୍ୟକୁମାର ଯାଦବ କେବଳ ଜଣେ ବ୍ୟାଟ୍ସମ୍ୟାନ ଭାବରେ ନୁହେଁ ବରଂ ଜଣେ ଅଧିନାୟକ ଭାବରେ ମଧ୍ୟ ନିଜକୁ ପ୍ରମାଣିତ କରିଛନ୍ତି । ସେ ୫୨ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ଭାରତର ଅଧିନାୟକତ୍ୱ କରିଛନ୍ତି । ସେଥିରୁ ୪୦ ଟି ମ୍ୟାଚ୍‌ ଜିତି ଥିବା ବେଳେ ୮ଟି ମ୍ୟାଚ୍‌ରେ ପରାଜୟ ବରଣ କରିଛନ୍ତି ।

ସୂର୍ଯ୍ୟକୁମାର ୨୦୨୪ ରେ ଟି-୨୦ ବିଶ୍ୱକପ ଜିତିଥିବା ଭାରତୀୟ ଦଳର ଅଂଶ ଥିଲେ । ପରବର୍ତ୍ତୀ ସମୟରେ ଅଧିନାୟକ ଭାବରେ ସେ ସମ୍ପ୍ରତି ଦଳକୁ ଆଉ ଏକ ଟି-୨୦ ବିଶ୍ୱକପ ବିଜୟ ପାଇଁ ନେତୃତ୍ୱ ନେଇ ଇତିହାସ ରଚିଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କ କାହାଣୀ ଦର୍ଶାଏ ଯେ କଠିନ ପରିଶ୍ରମ ଏବଂ ଧର୍ଯ୍ୟ ସହିତ ବିଳମ୍ବରେ ସୁଯୋଗ ମଧ୍ୟ ଇତିହାସ ସୃଷ୍ଟି କରିପାରିବ ।

ଏଥିସହ ପଢ଼ନ୍ତୁ: ବିଶ୍ବବିଜୟ ପରେ ମା’ ବୈଷ୍ଣୋଦେବୀଙ୍କ ଦର୍ଶନ କଲେ ଅଭିଷେକ, ୨୧ ବଲରେ ୫୨ ରନର ହିରୋର ଆଧ୍ୟାତ୍ମିକ ଯାତ୍ରା
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Suryakumar Yadav Reflects on 5-Year Journey with Team India After T20 World Cup Glory | Argus News