Videos
|
Sports

Dhoni Retires from IPL / ଆଉ IPL ଖେଳିବେନି ମହେନ୍ଦ୍ର ସିଂ ଧୋନି; ନେଲେ ଅବସର

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଆଉ IPL ଖେଳିବେନି ମହେନ୍ଦ୍ର ସିଂ ଧୋନି; ନେଲେ ଅବସର
MS Dhoni Retires from IPL

Key Points

କ୍ରିକେଟ୍ ଜଗତରୁ ଆସିଲା ବଡ଼ ଖବର
ଆଉ IPL ଖେଳିବେନି ମହେନ୍ଦ୍ର ସିଂ ଧୋନି
ନୂଆଦିଲ୍ଲୀ: କ୍ରିକେଟ୍ ଜଗତରୁ ଆସିଲା ବଡ଼ ଖବର । ଆଉ ଆଇପିଏଲ ଖେଳିବେନି ଧୋନି । ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ବଡ଼ ଘୋଷଣା । ଭାରତୀୟ କ୍ରିକେଟର ମହାନ ଖେଳାଳି ଏମ.ଏସ୍. ଧୋନିଙ୍କୁ ଦଳର 'ଟିମ୍ ମେଣ୍ଟର' ଭାବେ ନିଯୁକ୍ତ କରାଯାଇଛି । ଧୋନି ଆଇପିଏଲ୍ ୨୦୨୭ ଠାରୁ ଚେନ୍ନାଇ ସୁପର କିଙ୍ଗ୍ସ ସହିତ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବେ । ଧୋନିଙ୍କ ନେତୃତ୍ୱରେ CSK ସର୍ବାଧିକ ୫ ଥର ଆଇପିଏଲ୍ ଟ୍ରଫି ଏବଂ ଦୁଇଥର ଚାମ୍ପିଅନ୍ସ ଲିଗ୍ ଟି-୨୦ ଜିତିଛି।

ଧୋନି CSK ପକ୍ଷରୁ ସବୁଠାରୁ ଅଧିକ ୨୭୨ଟି ମ୍ୟାଚ୍ ଖେଳିଛନ୍ତି ଏବଂ ଦଳ ପାଇଁ ୫୩୧୪ ରନ୍ ସଂଗ୍ରହ କରିଛନ୍ତି । ତାଙ୍କର କୁଲ୍ ଅନ୍ଦାଜ୍, ଦ୍ରୁତ ଷ୍ଟମ୍ପିଂ ଏବଂ ହେଲିକପ୍ଟର ସଟ୍ କ୍ରିକେଟ୍ ପ୍ରଶଂସକଙ୍କ ହୃଦୟରେ ସର୍ବଦା ଅମର ରହିବ । ଧୋନିଙ୍କ ଆଇପିଏଲ ଅବସର ଘୋଷଣାକୁ ନେଇ CSK ମାଲିକ ଏନ. ଶ୍ରୀନିବାସନ କହିଛନ୍ତି, "ଧୋନିଙ୍କ ବିନା CSK କଳ୍ପନା କରାଯାଇପାରିବ ନାହିଁ ।" ଧୋନିଙ୍କ ଅଧିନାୟକତ୍ୱରେ, CSK ପାଞ୍ଚଟି IPL ଏବଂ ଦୁଇଟି ଚାମ୍ପିଅନ୍ସ ଲିଗ୍ T20 ଟାଇଟଲ ଜିତିଛି ।

  • ୨୦୦୮ରୁ CSK ପାଇଁ ଖେଳିଆସୁଥିଲେ
ଏମଏସ ଧୋନି ପ୍ରଥମେ ଯେତେବେଳେ ଆଇପିଏଲ ଖେଳିଥିଲେ, ଅର୍ଥାତ୍ ୨୦୦୮ ମସିହାରୁ ସେ ଚେନ୍ନାଇ ସୁପରକିଙ୍ଗସ୍ ଟିମରୁ ଖେଳିଆସୁଛନ୍ତି । ମଝିରେ ଯେତେବେଳଏ ଦୁଇ ବର୍ଷ ଲାଗି ସିଏସକେ ସସପେଣ୍ଡ ହୋଇଥିଲା, ସେତେବେଳେ ଧୋନି ଅନ୍ୟ ଦଳରୁ ଆଇପିଏଲ ଖେଳୁଥିଲେ । କିନ୍ତୁ ଯେମିତି ଏହି ଫ୍ରାଞ୍ଚାଇଜ୍ ଆଇପିଏଲକୁ ଫେରିଥିଲା, ପୁଣିଥରେ ଦଳ ସହ ଯୋଡ଼ି ହୋଇଥିଲେ ମାହି । ସିଏସକେ ପ୍ରଶଂସକଙ୍କ ଲାଗି ଧୋନି କୌଣସି ଭାବାବେଗଠାରୁ କମ ନୁହେଁ । ସେବେଠାରୁ ଧୋନି ଏଯାବତ୍ ସେହି ଗୋଟିଏ ଦଳରୁ ଆଇପିଏଲ ଖେଳିଆସୁଛନ୍ତି ।

ପଢନ୍ତୁ ଏହି ଖବର: 'ଖେଳାଳିଙ୍କୁ ଭାଇ ପରି ବୁଝିପାରୁଥିବା କୋଚ୍ ଦରକାର; ଧୋନିଙ୍କୁ ଆଣ...


  • ଗତବର୍ଷ ଗୋଟିଏ ବି IPL ମ୍ୟାଚ୍ ଖେଳିନଥିଲେ
ଚେନ୍ନାଇ ସୁପରକିଙ୍ଗସ୍ ଟିମ ଆସନ୍ତା ବର୍ଷ ୨୦୨୭ରେ ଧୋନିଙ୍କ ବିନା ମୈଦାନକୁ ଓହ୍ଲାଇବ । ଗତବର୍ଷ ଧୋନି ଆହତ ଥିବା ଯୋଗୁଁ ଗୋଟିଏ ବି ଆଇପିଏଲ ମ୍ୟାଚ୍ ଖେଳିପାରିନଥିଲେ । ତାଙ୍କ ସ୍ଥାନରେ ସଞ୍ଜୁ ସାମସନ୍ କିପିଂ କରିଥିଲେ । ଗତ ଆଇପିଏଲ ସିଜିନରେ ଧୋନି ଟିମ ସହିତ ଯାତ୍ରା ମଧ୍ୟ କରୁନଥିଲେ, କାରଣ ତାଙ୍କୁ ଆଘାତ ଲାଗିଥିଲା । ଧୋନି ଆଇପିଏଲ ନିଜର ଶେଷ ମ୍ୟାଚ୍ ୨୦୨୫ ମେ ୨୫ ତାରିଖରେ ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ଅହମ୍ମଦାବାଦରେ ଖେଳିଥିଲେ । କିନ୍ତୁ ସେ ବ୍ୟାଟିଂ କରିପାରିନଥିଲେ । ଏହାପୂର୍ବରୁ ସେ ରାଜସ୍ଥାନ ରୟାଲ୍ସ (RR) ବିପକ୍ଷରେ ଦିଲ୍ଲୀରେ ଖେଳିଥିଲେ, ସେତେବେଳେ ତାଙ୍କ ବ୍ଯାଟ୍‌ରୁ ୧୬ ରନ୍ ଆସିଥିଲା ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: