Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Dhoni practice video / IPL ୨୦୨୬ ପାଇଁ ଅଭ୍ୟାସ ଆରମ୍ଭ କଲେ ଧୋନି, ଭାଇରାଲ ହେଲା ଭିଡିଓ

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
IPL ୨୦୨୬ ପାଇଁ ଅଭ୍ୟାସ ଆରମ୍ଭ କଲେ ଧୋନି, ଭାଇରାଲ ହେଲା ଭିଡିଓ
MS Dhoni

Key Points

ମଇଦାନରେ ମହେନ୍ଦ୍ର ସିଂହ ଧୋନି
IPL 2026 ପୂର୍ବରୁ ଆରମ୍ଭ କଲେ ଅଭ୍ୟାସ
ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
ଫେବୃଆରୀ ୭ରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ବକପ୍‌ । ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଜାରି ରଖିଛନ୍ତି ସମସ୍ତ ଦଳ । ତେବେ ଟି-୨୦ ବିଶ୍ବକପ୍‌ ପରେ ଆରମ୍ଭ ହେବ ଫଟାଫଟ୍‌ କ୍ରିକେଟର ମହାକୁମ୍ଭ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌-ଆଇପିଏଲ ୨୦୨୬ । ଯଦିଓ ଏଥିପାଇଁ ବିସିସିଆଇ ବିଧିବଦ୍ଧ ଭାବେ ତାରିଖ ଘୋଷଣା କରିନାହିଁ କିନ୍ତୁ ସମସ୍ତ ଫ୍ରାଞ୍ଚାଇଜ୍‌ ସେମାନଙ୍କ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ କରିସାରିଲେଣି ।



ଆଇପିଏଲ ଆଗାମୀ ସଂସ୍କରଣ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସର ଷ୍ଟାର ମହେନ୍ଦ୍ର ସିଂହ ଧୋନି ଅଭ୍ୟାସ ଆରମ୍ଭ କରିଛନ୍ତି । ଏନେଇ ଝାଡ଼ଖଣ୍ଡ ରାଜ୍ୟ କ୍ରିକେଟ ଆସୋସିଏସନ୍‌ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛି । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି ।

ଅଧିକ ପଢ଼ନ୍ତୁ: କ୍ରିକେଟ୍‌ ଖେଳିବାକୁ ପାକିସ୍ତାନ ଯିବ କି ଟିମ୍‌ ଇଣ୍ଡିଆ ? ଜାଣନ୍ତୁ ଏନେଇ କ'ଣ କହିଲେ ବିସିସିଆଇ ଉପାଧ୍ୟକ୍ଷ



ଝାଡ଼ଖଣ୍ଡ ରାଜ୍ୟ କ୍ରିକେଟ ଆସୋସିଏସନ୍‌ର ଅଫିସିଆଲ୍ ସୋସିଆଲ ମିଡିଆ ପେଜ୍‌ର ଏମଏସ ଧୋନିଙ୍କ ଅଭ୍ୟାସ କରିବାର ଏକ ଭିଡିଓ ସେୟାର କରିଛି । ସୌରଭ ତିୱାରୀ ମଧ୍ୟ ତାଙ୍କ ସହିତ ଥିବା ଦେଖିବାକୁ ମିଳୁଛି । ପୂର୍ବତନ କ୍ରିକେଟର ସୌରଭ ତିୱାରୀ ବର୍ତ୍ତମାନ ଜେଏସସିଏର ସଚିବ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଆଇପିଏଲରେ ମଧ୍ୟ ଧୋନିଙ୍କ ସହ ଖେଳିଛନ୍ତି ।

ଅଧିକ ପଢ଼ନ୍ତୁ: ଅଷ୍ଟ୍ରେଲିଆ ଗସ୍ତ ପାଇଁ ଘୋଷଣା ହେଲା ଟିମ୍‌ ଇଣ୍ଡିଆ, ଦଳକୁ ଫେରିଲେ ଷ୍ଟାର ବ୍ୟାଟ୍ସମ୍ୟାନ୍



ଏମଏସ ଧୋନି ଆଇପିଏଲ ୨୦୨୬ ପାଇଁ ଅଭ୍ୟାସ ଆରମ୍ଭ କରିଛନ୍ତି

ମହେନ୍ଦ୍ର ସିଂ ଧୋନି ତାଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପାଞ୍ଚ ଥର ଚାମ୍ପିଅନ୍‌ କରିଛନ୍ତି । ସେ ପୂର୍ବରୁ ଦୁଇଥର ଅଧିନାୟକତ୍ୱ ଛାଡିଥିଲେ କିନ୍ତୁ ବିଭିନ୍ନ କାରଣ ଯୋଗୁଁ ତାଙ୍କୁ ପୁଣି ଥରେ ଅଧିନାୟକତ୍ବକୁ ଫେରିବାକୁ ପଡିଲା । ବର୍ତ୍ତମାନ ଋତୁରାଜ ଗାୟକ୍ବାଡ୍ ଅଧିନାୟକ ରହିଛନ୍ତି । ତେବେ ଏଥର CSK ଟ୍ରେଡ୍‌ ମାଧ୍ୟମରେ ସଞ୍ଜୁ ସାମସନଙ୍କୁ ମଧ୍ୟ ନିଜ ଦଳରେ ସାମିଲ କରିଛି । ସଞ୍ଜୁଙ୍କୁ ଧୋନିଙ୍କ ଉତ୍ତରାଧିକାରୀ ଭାବରେ ବିବେଚନା କରାଯାଉଛି, ତେଣୁ ଏହା ଦେଖିବା ଆକର୍ଷଣୀୟ ହେବ ଯେ ଧୋନି ଆଇପିଏଲ ୨୦୨୬ରେ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳିବେ ନା ଚୁଡ଼ାନ୍ତ ଏକାଦଶରେ ରହିବେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
MS Dhoni Starts Practice for IPL 2026, Video Goes Viral | Argus News