Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Neeraj Chopra Army / ଲେଫ୍ଟନାଣ୍ଟ କର୍ଣ୍ଣେଲ ହେଲେ ନୀରଜ ଚୋପ୍ରା, ଜାଣନ୍ତୁ କେତେ ମିଳିବ ଦରମା...

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ଲେଫ୍ଟନାଣ୍ଟ କର୍ଣ୍ଣେଲ ହେଲେ ନୀରଜ ଚୋପ୍ରା, ଜାଣନ୍ତୁ କେତେ ମିଳିବ ଦରମା...

Key Points

ନୀରଜ ଚୋପ୍ରାଙ୍କୁ ମିଳିଲା ବଡ଼ ଦାୟିତ୍ବ । କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ହେଲେ ଲେଫ୍ଟନାଣ୍ଟ କର୍ଣ୍ଣେଲ । ଜାଣନ୍ତୁ କେତେ ମିଳିବ ଦରମା...
ଭାରତର ଷ୍ଟାର ଆଥଲେଟ୍ ନୀରଜ ଚୋପ୍ରାଙ୍କୁ ବୁଧବାର ଭାରତୀୟ ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀରେ ପଦୋନ୍ନତି ଦିଆଯାଇଛି । କ୍ରୀଡାରେ ଉଲ୍ଲେଖନୀୟ ସଫଳତା ଏବଂ ଯୁବପିଢ଼ିଙ୍କୁ ପ୍ରେରଣା ଦେବା ପାଇଁ ନୀରଜଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ଉପସ୍ଥିତିରେ ଦିଲ୍ଲୀରେ ତାଙ୍କୁ ଏହି ପଦବୀ ପ୍ରଦାନ କରାଯାଇଛି । ନୀରଜ ଚୋପ୍ରା ୨୦୧୬ରେ ନାଏବ ସୁବେଦାର ଭାବରେ ଭାରତୀୟ ସେନାରେ ଯୋଗ ଦେଇଥିଲେ । ୨୦୨୧ରେ ତାଙ୍କୁ ସୁବେଦାର ପଦବୀକୁ ପଦୋନ୍ନତି ଦିଆଯାଇଥିଲା ।

ଦି ଗେଜେଟ୍ ଅଫ୍ ଇଣ୍ଡିଆ ଅନୁଯାୟୀ, ଏହି ନିଯୁକ୍ତି ଏପ୍ରିଲ ୧୬ରେ କାର୍ଯ୍ୟକାରୀ ହୋଇଥିଲା । ସେ ୨୦୧୬ରେ ଭାରତୀୟ ସେନାରେ ଯୋଗ ଦେଇଥିଲେ ଏବଂ ଆଥଲେଟିକ୍ସରେ ତାଙ୍କର ସ୍ଥିର ପ୍ରଦର୍ଶନ ପାଇଁ ୨୦୧୮ରେ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ଏହାର ତିନି ବର୍ଷ ପରେ ଅର୍ଥାତ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ପୁରୁଷ ଜାଭେଲିନ୍ ଥ୍ରୋ'ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ । ଏହି ବିଜୟ ସହିତ ସେ ଲକ୍ଷ ଲକ୍ଷ ଭାରତୀୟ ଯୁବକଙ୍କ ପାଇଁ ପ୍ରେରଣା ପାଲଟିଥିଲେ । ନୀରଜଙ୍କ ଏହି ଉଲ୍ଲେଖନୀୟ ସଫଳତା ପାଇଁ ୨୦୨୧ ମସିହାରେ ତାଙ୍କୁ ଖେଳରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ଅଧିକ ପଢ଼ନ୍ତୁ: ଅଲାଜୁକ ଦେଶ ! ହାରିବା ପରେ ବି ଟ୍ରଫି ଦେବାକୁ ନାରାଜ ପାକିସ୍ତାନ...


ଭାରତୀୟ ଆଥଲେଟିକ୍ସରେ ନୀରଜ ଚୋପ୍ରାଙ୍କ ଅବଦାନ ଅତୁଳନୀୟ । ୨୦୨୨ରେ, ସେ ଭାରତୀୟ ସେନା ଦ୍ୱାରା ପ୍ରଦାନ କରାଯାଇଥିବା ସର୍ବୋଚ୍ଚ ଶାନ୍ତି ସମୟର ସମ୍ମାନ, ପରମ ବିଶେଷ ସେବା ପଦକ ପାଇଥିଲେ । ଜାଭେଲିନ୍ ଥ୍ରୋ'ରେ ତାଙ୍କର ନିରନ୍ତର ସଫଳତା ଆଧାରରେ, ତାଙ୍କୁ ୨୦୨୨ରେ ସୁବେଦାର ମେଜର ପଦବୀକୁ ଉନ୍ନୀତ କରାଯାଇଥିଲା। ସେହି ବର୍ଷ, ତାଙ୍କୁ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା। ନୀରଜ ଚୋପ୍ରାଙ୍କୁ ଶେଷ ଥର ପାଇଁ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ନଜର ଆସିଥିଲେ, ସେହି ଟୁର୍ଣ୍ଣାମେଣ୍ଟରେ ସେ ଅଷ୍ଟମ ସ୍ଥାନ ଅଧିକାର କରିଥିଲେ ।


ଭାରତୀୟ ସେନାରେ ପଦବୀ ବୃଦ୍ଧି ସହିତ ନୀରଜ ଚୋପ୍ରାଙ୍କ ଦରମା ମଧ୍ୟ ବୃଦ୍ଧି ପାଇବ । ଭାରତୀୟ ପ୍ରତିରକ୍ଷା ଏକାଡେମୀର ସରକାରୀ ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ, ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କୁ ମାସିକ ୧ ଲକ୍ଷ ୨୧ ହଜାରରୁ ୨ ଲକ୍ଷ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ମିଳିଥାଏ । ଏହା ବ୍ୟତୀତ, ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ନୀରଜ ଚୋପ୍ରା ବାର୍ଷିକ ପ୍ରାୟ ୪ କୋଟି ଟଙ୍କା ରୋଜଗାର କରନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Neeraj Chopra Promoted to Lieutenant Colonel in Indian Army – Know His New Salary | Argus News