Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ମୁମ୍ବାଇ, ଜୟପୁର ଓ ରାୟପୁର ଷ୍ଟାଡିୟମ୍‌ରେ ହୋଇପାରିବନି କ୍ରିକେଟ୍ ମ୍ୟାଚ୍; NGT ଲଗାଇଲେ କଟକଣା

Sports

Cricket Matches Banned / ମୁମ୍ବାଇ, ଜୟପୁର ଓ ରାୟପୁର ଷ୍ଟାଡିୟମ୍‌ରେ ହୋଇପାରିବନି କ୍ରିକେଟ୍ ମ୍ୟାଚ୍; NGT ଲଗାଇଲେ କଟକଣା

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ମୁମ୍ବାଇ, ଜୟପୁର ଓ ରାୟପୁର ଷ୍ଟାଡିୟମ୍‌ରେ ହୋଇପାରିବନି କ୍ରିକେଟ୍ ମ୍ୟାଚ୍; NGT ଲଗାଇଲେ କଟକଣା
NGT Cracks Down on 3 Cricket Stadiums

Key Points

ନ୍ୟାସନାଲ ଗ୍ରୀନ୍ ଟ୍ରିବୁନାଲ୍ (NGT) ଏହି ୩ କ୍ରିକେଟ୍ ଷ୍ଟାଡିୟମ୍ ଉପରେ ଅନ୍ତରୀଣ ରୋକ୍ ଲଗାଇଛନ୍ତି । ଏହାକୁ ପରିବେଶ ନିୟମର ପାଳନରେ ଗମ୍ଭୀର ଅବହେଳା ବୋଲି କହିଛନ୍ତି NGT ।
ନୂଆଦିଲ୍ଲୀ: ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମ୍, ରାୟପୁରର ସହିଦ ବୀର ନାରାୟଣ ସିଂହ ଷ୍ଟାଡିୟମ୍ ଓ ମୁମ୍ବାଇ ଡ. ଡିୱାଇ ପାଟିଲ୍ ଷ୍ଟାଡିୟମ୍‌ରେ ଖେଳାଯିବ ନାହିଁ କୌଣସି ମ୍ୟାଚ୍ । ନ୍ୟାସନାଲ ଗ୍ରୀନ୍ ଟ୍ରିବୁନାଲ୍ (NGT) ଏହି ୩ କ୍ରିକେଟ୍ ଷ୍ଟାଡିୟମ୍ ଉପରେ ଅନ୍ତରୀଣ ରୋକ୍ ଲଗାଇଛନ୍ତି । ଭୂତଳ ଜଳର ମନଇଚ୍ଛା ବ୍ୟବହାରକୁ ନେଇ କଠୋର ହୋଇଛନ୍ତି ଟ୍ରିବୁନାଲ୍ ।

ଏହାକୁ ପରିବେଶ ନିୟମର ପାଳନରେ ଗମ୍ଭୀର ଅବହେଳା ବୋଲି କହିଛନ୍ତି NGT । ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୭ ତାରିଖରେ ହେବ । ଶୁଣାଣି ତାରିଖ ପର୍ଯ୍ୟନ୍ତ ଅଥବା ଟ୍ରିବୁନାଲର ବିଶେଷ ଅନୁମତି ନ ମିଳିବା ଯାଏ ଉପରୋକ୍ତ୩ ଷ୍ଟାଡିୟମ୍‌ରେ କୌଣସି ପ୍ରକାରେ କ୍ରିକେଟ୍ କମ୍ବା ଅନ୍ଯ ଖେଳ ଆୟୋଜନ ହୋଇପାରିବ ନାହିଁ ।

ଏଥିସହ ପଢ଼ନ୍ତୁ: ଗୌତମ ଗମ୍ଭୀରଙ୍କ ଟିମ୍‌ରେ ହଲଚଲ, କୋଚିଂ ଷ୍ଟାଫର ଏହି ବଡ଼ ସଦସ୍ୟ ଛାଡ଼ିବେ ଦଳ ? 

ପିଚ୍ ପାଇଁ ମନଇଚ୍ଛା ପାଣି ବ୍ୟବହାର

ଏହାପଛର କାରଣ ଷ୍ଟାଡିୟମ୍‌ରେ ଭୂତଳ ଜଳର ମନଇଚ୍ଛା ବ୍ୟବହାର ବୋଲି କୁହାଯାଉଛି । ଆବେଦନରେ ଦର୍ଶାଯାଇଛି ଯେ, "ଷ୍ଟାଡିୟମ୍‌ରେ ସବୁଜତା ଓ ପିଚ୍‌କୁ ପ୍ରସ୍ତୁତ କରି ରଖିବା ପାଇଁ ଭୂତଳ ପାନୀୟ ଯୋଗ୍ୟ ଜଳର ମାତ୍ରାଧିକ ବ୍ୟବହାର କରାଯାଉଛି । ଯେତେବେଳେ କି ବିକଳ୍ପ ଭାବେ ସିୱେଜ ଟ୍ରିଟମେଣ୍ଟ ପ୍ଲାଣ୍ଟର ପାଣି ଓ ବର୍ଷା ଜଳର ଉପଯୋଗ କରାଯାଇ ପାରିବ ।"

ମାମଲା NGTରେ ପହଞ୍ଚିଛି । ଟ୍ରିବୁନାଲ୍ କହିଛନ୍ତି, "ପରିବେଶ ସନ୍ତୁଳନ ରକ୍ଷା ସହ ଜଡ଼ିତ ନିର୍ଦ୍ଦେଶକୁ ସମସ୍ତ ସଂସ୍ଥା ପାଳନ କରିବାକୁ ପଡ଼ିବ । ନିର୍ଦ୍ଦେଶକୁ ଅଣଦେଖା କରି ଅନୁପାଳନ ରିପୋର୍ଟ ସମୟରେ ପ୍ରସ୍ତୁତ ନକରିବା ସ୍ଥିତିରେ ଟ୍ରିବୁନାଲ୍ ଅନ୍ତରୀଣ ନିର୍ଦ୍ଦେ ଜାରି କରିପାରିବେ ।"

ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଷ୍ଟାଡିୟମ୍ କର୍ତ୍ତୃପକ୍ଷ ଉତ୍ତର ରଖିବା ଦରକାର ଯେ, ପରିବେଶ ସମ୍ବନ୍ଧୀୟ ଗାଇଡଲାଇନ୍‌ର ପାଳନ କେତେ ହୋଇଛି । ଯାହାପରେ ହିଁ ଖେଳ ଗତିବିଧି ଉପରେ ଲାଗିଥିବା ରୋକ୍ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ପାରିବ ।

ଏଥିସହ ପଢ଼ନ୍ତୁ: ଭାରତ-ଇଂଲଣ୍ଡ ପଞ୍ଚମ ଟି-୨୦ରେ ବଦଳିଲା ସମୟ, ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌...

NGT ସ୍ପଷ୍ଟ ଭାବେ କହିଛନ୍ତି, ବଡ଼ ଆୟୋଜନ ପାଇଁ ସମ୍ବନ୍ଧିତ ପକ୍ଷ ଅପିଲ୍ କରିପାରିବେ । ଭୂତଳ ଜଳର ସୀମିତ ଉପଯୋଗ କରିବା ସହ ମୈଦାନର ରକ୍ଷାଣବେକ୍ଷଣ ପାଇଁ ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ପାଣିର ବ୍ୟବହାର କରାଯାଇ ପାରିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored