India Coaching Staff / ଗୌତମ ଗମ୍ଭୀରଙ୍କ ଟିମ୍ରେ ହଲଚଲ, କୋଚିଂ ଷ୍ଟାଫର ଏହି ବଡ଼ ସଦସ୍ୟ ଛାଡ଼ିବେ ଦଳ ?
·1 hour ago·2 min read

Key Points
ଟିମ୍ ଇଣ୍ଡିଆରେ ସଙ୍କଟ
ପରାଜୟ ପରେ କୋଚିଂ ଷ୍ଟାଫରେ ବଡ଼ ଝଟକା
ଟିମ୍ ଇଣ୍ଡିଆରୁ ବିଦାୟ ନେବେ କୋଚ୍?
ପରାଜୟ ପରେ କୋଚିଂ ଷ୍ଟାଫରେ ବଡ଼ ଝଟକା
ଟିମ୍ ଇଣ୍ଡିଆରୁ ବିଦାୟ ନେବେ କୋଚ୍?
ପ୍ରଥମେ ଆର୍ୟଲାଣ୍ଡ । ଆଉ ଏବେ ଇଂଲଣ୍ଡ । ଲଗାତର ଦୁଇଟି ସିରିଜରେ ପରାଜୟ ବରଣ କରିଛି ଭାରତ । ଟି-୨୦ କ୍ରିକେଟରେ ଟିମ୍ ଇଣ୍ଡିଆର ଖରାପ ପ୍ରଦର୍ଶନ ପରେ ଏବେ ବଡ଼ ଝଟକା ଆସିବାକୁ ଯାଉଛି । ଭାରତୀୟ ଦଳ ଭିତରେ ଏକ ବଡ଼ ପରିବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ରିପୋର୍ଟ ଅନୁସାରେ, ଭାରତୀୟ ଦଳର କୋଚିଂ ଷ୍ଟାଫର ଜଣେ ପ୍ରମୁଖ ସଦସ୍ୟ ଖୁବ ଶୀଘ୍ର ଦଳ ଛାଡ଼ିପାରନ୍ତି । ତେବେ କିଏ ସେହି କୋଚ୍ ? କାହିଁକି ହେଉଛି ଏହି ବଡ଼ ପରିବର୍ତ୍ତନ, ଆସନ୍ତୁ ଜାଣିବା...
ଟିମ୍ ଇଣ୍ଡିଆର ସପୋର୍ଟ ଷ୍ଟାଫର ଜଣେ ପ୍ରମୁଖ ସଦସ୍ୟ ଖୁବ ଶୀଘ୍ର ନିଜ ପଦ ଛାଡ଼ିପାରନ୍ତି । ତେବେ ସେ କିଏ, ତାଙ୍କ ନାମ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ସେ ଦଳ ଭିତରେ ମତଭେଦ ଯୋଗୁଁ ଏହି ନିଷ୍ପତ୍ତି ନେଉଛନ୍ତି କିମ୍ବା ଅନ୍ୟ କୌଣସି ଟିମ୍ ସହ ଯୋଗ ଦେବାକୁ ଯାଉଛନ୍ତି, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ।
ଅଧିକ ପଢ଼ନ୍ତୁ: ସଞ୍ଜୁଙ୍କୁ ଅଣଦେଖା, ବୈଭବଙ୍କୁ ସୁଯୋଗ; ଚୟନକର୍ତ୍ତାଙ୍କ ଉପରେ ବର୍ଷିଲେ ଏହି ପୂର୍ବତନ କ୍ରିକେଟର
ଖବର ଅନୁଯାୟୀ, ସମ୍ପୃକ୍ତ କୋଚଙ୍କ ସହ ଜଣେ IPL ଫ୍ରାଞ୍ଚାଇଜ ଆଲୋଚନା ଜାରି ରଖିଛି । କୁହାଯାଉଛି, ସେହି ଫ୍ରାଞ୍ଚାଇଜର ବିଶ୍ୱର ବିଭିନ୍ନ ଦେଶରେ ଟିମ୍ ରହିଛି । ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଟିମ୍ ଇଣ୍ଡିଆର କୋଚିଂ ଷ୍ଟାଫରେ ଗୋଟିଏ କିମ୍ବା ଦୁଇଟି ବଡ଼ ପରିବର୍ତ୍ତନ ହୋଇପାରେ ବୋଲି ଆଲୋଚନା ଜୋର ଧରିଛି । ଗୌତମ ଗମ୍ଭୀରଙ୍କ ନେତୃତ୍ୱରେ କୋଚିଂ ଷ୍ଟାଫ୍ ଜୁଲାଇ ୨୦୨୪ରେ ଦାୟିତ୍ୱ ନେଇଥିଲା । ପରେ ବୋଲିଂ କୋଚ୍ ମର୍ଣ୍ଣି ମୋର୍କେଲ ମଧ୍ୟ ଷ୍ଟାଫରେ ସାମିଲ ହୋଇଥିଲେ । କିନ୍ତୁ ନିକଟରେ ଲଗାତାର ଖରାପ ଫଳାଫଳ ପରେ ଦଳ ଭିତରେ ଚାପ ବଢ଼ିଥିବା ଚର୍ଚ୍ଚା ହେଉଛି ।
ଟିମ୍ ଇଣ୍ଡିଆ ଟି-୨୦ରେ ସଂଘର୍ଷ କରୁଛି
ଆୟର୍ଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଟିମ୍ ଇଣ୍ଡିଆ ଲଜ୍ଜାଜନକ ପରାଜୟ ବରଣ କରିଛି । ଆୟର୍ଲାଣ୍ଡ ପ୍ରଥମ ଥର ପାଇଁ ଭାରତକୁ ପରାସ୍ତ କରିଛି । ଏହା ବ୍ୟତୀତ, ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଟିମ୍ ଇଣ୍ଡିଆ ୩-୦ରେ ପଛୁଆ ଅଛି । ଏହି ପରିସ୍ଥିତିରେ କୋଚିଂ ଷ୍ଟାଫରେ ପରିବର୍ତ୍ତନର ଖବର ଟିମ୍ ଭିତରେ ଚାଲିଥିବା ଚାପକୁ ଆହୁରି ସ୍ପଷ୍ଟ କରୁଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories