Videos
|
Sports

World Cup 2027 Schedule / ୨୦୨୭ ODI ବିଶ୍ୱକପ୍ କାର୍ଯ୍ୟସୂଚୀ ତୟାର; ନୋଟ୍ କରନ୍ତୁ ତାରିଖ, ଏହି ଦିନ ଘୋଷଣା କରିବ ICC

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·2 min read
୨୦୨୭ ODI ବିଶ୍ୱକପ୍ କାର୍ଯ୍ୟସୂଚୀ ତୟାର; ନୋଟ୍ କରନ୍ତୁ ତାରିଖ, ଏହି ଦିନ ଘୋଷଣା କରିବ ICC
World Cup 2027 Schedule

Key Points

୨୦୨୭ ଦିନିକିଆ ବିଶ୍ଵକପକୁ ସମସ୍ତଙ୍କ ଅପେକ୍ଷା
ପୁଣି ନିଜ ଗେମ୍‌ରେ ଜଲୱା ଦେଖାଇବେ ରୋ-କୋ
କାର୍ଯ୍ଯସୂଚୀ ପ୍ରସ୍ତୁତ ହୋଇସାରିଛି
ଏହି ଦିନ ଘୋଷଣା କରିବ ଆଇସିସି
କେପ୍ ଟାଉନ୍: ୨୦୨୭ ବିଶ୍ୱକପ୍ ଦକ୍ଷିଣ ଆଫ୍ରିକା, ନାମିବିଆ ଏବଂ ଜିମ୍ବାୱେରେ ଆୟୋଜିତ ହେବାକୁ ଯାଉଛି । ଆଇସିସି ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଅକ୍ଟୋବର ୧ ତାରିଖରେ ବିଶ୍ୱକପ୍ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିବେ । ଏହି ବିଶ୍ଵକପ୍ କିମ୍ବଦନ୍ତୀ ଭାରତୀୟ ବ୍ୟାଟର ବିରାଟ କୋହଲିଙ୍କ ଶେଷ ବିଶ୍ଵକପ୍ ହୋଇପାରେ । ସେପଟେ କ୍ରୀଡାପ୍ରେମୀ ରୋ-କୋଙ୍କ ଯୋଡ଼ି ଦେଖିବାକୁ ଚାହିଁ ବସିଛନ୍ତି । ଏଣୁ ସାରା ଦୁନିଆ କାର୍ଯ୍ୟସୂଚୀକୁ ଅପେକ୍ଷା କରିଛି ।

କ୍ରିକେଟ ବିଶ୍ୱକପ୍ ପ୍ରତି ୪ ବର୍ଷରେ ଥରେ ଖେଳାଯାଏ, ଯାହା ୧୯୭୫ରୁ ଆରମ୍ଭ ହୋଇଥିଲା । କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ୨୦୨୩ ମସିହା ପରେ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାରେ ବିଶ୍ୱକପ୍ ଅନୁଷ୍ଠିତ ହେବ । ବିଶ୍ୱକପ୍ ଆସନ୍ତା ବର୍ଷ ୨୦୨୭ ଅକ୍ଟୋବର ୨ ତାରିଖରେ ଆରମ୍ଭ ହୋଇପାରେ ଏବଂ ଫାଇନାଲ୍ ନଭେମ୍ବର ୨୧ ତାରିଖରେ ଅନୁଷ୍ଠିତ ହୋଇପାରେ । ବିଶ୍ୱକପ୍ ଟିକେଟ୍ ପାଇଁ ବାଲେଟ୍ ମଧ୍ୟ ଅକ୍ଟୋବର ୧ ତାରିଖରେ ଆରମ୍ଭ ହେବ । ଅର୍ଥାତ୍ ଟିକେଟ୍ ତୁରନ୍ତ କ୍ରୟ ପାଇଁ ଉପଲବ୍ଧ ହେବ ନାହିଁ । ପ୍ରଶଂସକମାନେ ଅକ୍ଟୋବର ୧ ତାରିଖରୁ ଟିକେଟ୍ ବାଲେଟ୍ ପାଇଁ ପଞ୍ଜୀକରଣ କରିପାରିବେ ।

  • ବିଶ୍ଵକପ୍ ଖେଳିବା ପାଇଁ ୧୦ ଦଳର ସ୍ଥାନ ପକ୍କା
ବିଶ୍ୱକପରେ ଅଂଶଗ୍ରହଣ କରୁଥିବା ୧୪ଟି ଦଳ ମଧ୍ୟରୁ ୧୦ଟି ଦଳ ସେପ୍ଟେମ୍ବର ୩୦ ସୁଦ୍ଧା ନିଶ୍ଚିତ ହୋଇଯିବ, ଯାହା ଯୋଗ୍ୟତା ପାଇଁ ଶେଷ ତାରିଖ ରହିଛି । ଏହି ଦଳଗୁଡ଼ିକ ମଧ୍ୟରୁ ଦୁଇଟି ଦଳ ହେବ ଆୟୋଜକ ଦକ୍ଷିଣ ଆଫ୍ରିକା ଏବଂ ଜିମ୍ବାୱେ । ବାକି ୮ଟି ଦଳ ଆଇସିସି ODI ରାଙ୍କିଙ୍ଗ ଆଧାରରେ ଯୋଗ୍ୟତା ଅର୍ଜନ କରିବେ । ବାକି ୪ଟି ଦଳ ଯୋଗ୍ୟତା ଅର୍ଜନ କରି ପ୍ରବେଶ କରିବେ ଏବଂ ସୂଚୀରେ ଯୋଗ୍ୟତା ଅର୍ଜନ ୧, ୨, ୩ ଏବଂ ୪ ଭାବରେ ତାଲିକାଭୁକ୍ତ ହେବେ । ତୃତୀୟ ଆୟୋଜକ ନାମ୍ବିଆର ଯୋଗ୍ୟତା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ।

ପଢନ୍ତୁ ଏହି ଖବର: ଅବସରକୁ ନେଇ ବିରାଟ କୋହଲିଙ୍କ ବଡ଼ ଘୋଷଣା; କହିଲେ, ୨୦୨୭ ମୋ ପାଇଁ ଶେଷ ବିଶ୍ବକପ୍‌

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ୱେଷ୍ଟଇଣ୍ଡିଜକୁ କ୍ଵାଲିଫାଏ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପଡ଼ିବ
ବର୍ତ୍ତମାନ ଭାରତ (ନମ୍ବର ୧), ନ୍ୟୁଜିଲାଣ୍ଡ (ନମ୍ବର ୨), ପାକିସ୍ତାନ (ନମ୍ବର ୪), ଅଷ୍ଟ୍ରେଲିଆ (ନମ୍ବର ୫), ଇଂଲଣ୍ଡ (ନମ୍ବର ୬), ଶ୍ରୀଲଙ୍କା (ନମ୍ବର ୭), ଆଫଗାନିସ୍ତାନ (ନମ୍ବର ୮) ଏବଂ ବାଂଲାଦେଶ (ନମ୍ବର ୯) ରାଙ୍କିଙ୍ଗ ମାଧ୍ୟମରେ ସ୍ଥାନ ପାଇବା ପାଇଁ ଦୌଡ଼ରେ ଅଛନ୍ତି । ସେପଟେ ତୃତୀୟ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ପୂର୍ବରୁ ଆୟୋଜକ ଭାବରେ ନିଜର ସ୍ଥାନ ସୁରକ୍ଷିତ କରିସାରିଛି । ଭାରତ ବିପକ୍ଷରେ ଏବେ ଦିନିକିଆ ସିରିଜ୍ ଖେଳୁଥିବା ୱେଷ୍ଟଇଣ୍ଡିଜ୍ ସିଧାସଳଖ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିନାହିଁ ଏବଂ ଆସନ୍ତା ବର୍ଷ ଆରମ୍ଭରେ ହେବାକୁ ଥିବା ଯୋଗ୍ୟତା ଅର୍ଜନ ମ୍ୟାଚ୍ ମାଧ୍ୟମରେ ଦଳକୁ ବିଶ୍ୱକପ୍ ପାଇଁ ନିଜ ସ୍ଥାନ ସୁରକ୍ଷିତ କରିବାକୁ ପଡ଼ିବ । ଏଠାରେ କହିରଖୁଛୁ କି, ପ୍ରଥମ ଏବଂ ଦ୍ୱିତୀୟ ବିଶ୍ୱକପ୍ ଜିତିଥିବା ୱେଷ୍ଟଇଣ୍ଡିଜ୍ ୨୦୨୩ ବିଶ୍ୱକପ୍ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିପାରି ନଥିଲା ।