Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

IND vs PAK / ପାକିସ୍ତାନ ଟିମର ଆତଙ୍କବାଦୀ ପ୍ରେମ ! ମସୁଦ ଆଝାହାର ପରିବାରକୁ କରିବେ ଆର୍ଥିକ ସହାୟତା

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
ପାକିସ୍ତାନ ଟିମର ଆତଙ୍କବାଦୀ ପ୍ରେମ ! ମସୁଦ ଆଝାହାର ପରିବାରକୁ କରିବେ ଆର୍ଥିକ ସହାୟତା

Key Points

ଏସିଆ କପ୍ ହାରିବା ପରେ ପଦାରେ ପଡ଼ିଛି ପାକିସ୍ତାନର ଆତଙ୍କୀ ପ୍ରେମ । ପ୍ରେସ୍ କନଫରେନ୍ସରେ ବଡ଼ ବୟାନ ଦେଲେ ପାକ୍ କ୍ୟାପଟେନ୍ । ଆତଙ୍କୀ ପରିବାରକୁ କରିବେ ସାହାଯ୍ୟ । 

ଏସିଆ କପ୍-୨୦୨୫ ଫାଇନାଲରେ ଶୋଚନୀୟ ପରାଜୟ ବରଣ କରିଛି ପାକିସ୍ତାନ । ଏହି ହାଇଭୋଲଟେଜ୍ ମ୍ୟାଚରେ ଭାରତ ପାକିସ୍ତାନକୁ ୫ ଓ୍ବିକେଟରେ ପରାସ୍ତ କରିଛି । ତେବେ ଏହି ପରାଜୟ ପରେ ବିଳିବିଳାଉଛି ପାକିସ୍ତାନ । ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କଠାରୁ ଆରମ୍ଭ କରି ପାକିସ୍ତାନୀ ଅଧିନାୟକ ସଲମାନ ଅଲି ଆଗା ପର୍ଯ୍ୟନ୍ତ ସମସ୍ତେ ଭାରତୀୟ ଦଳ ଉପରେ ନିଜର ହତାଶା ପ୍ରକାଶ କରିଛନ୍ତି ।


ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଥିଲେ ଯେ କ୍ରିକେଟର ସଂସ୍କୃତି ଏବଂ ଭାବନାକୁ ନଷ୍ଟ କରି ଭାରତୀୟ ପ୍ରଧାନମନ୍ତ୍ରୀ ମୋଦି ଉପମହାଦେଶରେ ଶାନ୍ତି ଏବଂ ସମସ୍ୟାର ସମାଧାନର ସମ୍ଭାବନାକୁ ନଷ୍ଟ କରୁଛନ୍ତି । ସେହିପରି ପାକିସ୍ତାନୀ ଅଧିନାୟକ ସଲମାନ ଅଲି ଆଗା ଭାରତୀୟ ଦଳ ପାକିସ୍ତାନୀ ଟିମକୁ ନୁହେଁ ବରଂ କ୍ରିକେଟକୁ ଅପମାନିତ କରୁଥିବା ଅଭିଯୋଗ କରିଛନ୍ତି ।


କେବଳ ଏତିକି ନୁହେଁ ମ୍ୟାଚ୍ ପରର ପ୍ରେସ୍ କନଫରେନ୍ସରେ ପାକିସ୍ତାନୀ କ୍ୟାପଟେନଙ୍କ ଆତଙ୍କବାଦୀ ପ୍ରେମ ମଧ୍ୟ ପଦାରେ ପଡ଼ିଛି । ସେ କହିଛନ୍ତି, ସମଗ୍ର ପାକିସ୍ତାନୀ ଦଳ ଭାରତୀୟ ଆକ୍ରମଣରେ ମୃତ ନାଗରିକଙ୍କୁ ସେମାନଙ୍କର ମ୍ୟାଚ୍ ଫି' ଦାନ କରିବ ।


ଅଧିକ ପଢ଼ନ୍ତୁ: ଭାରତ ଜିତିଲା ଏସିଆ କପ୍, କିନ୍ତୁ ଟ୍ରଫି ହୋଟେଲ ନେଇ ପଳେଇଲେ ପାକିସ୍ତାନ ମନ୍ତ୍ରୀ
କିନ୍ତୁ ବାସ୍ତବରେ ମେ' ୭ରେ ପାକିସ୍ତାନ ଉପରେ ଭାରତ ଯେଉ ଆକ୍ରମଣ କରିଥିଲା ସେଥିରେ ସାଧାରଣ ନାଗରିକ ନୁହଁନ୍ତି ବରଂ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ, ଜୈଶ ମୁଖ୍ୟ ମାସୁଦ ଆଝାରଙ୍କ ପରିବାର ସଦସ୍ୟ ଏବଂ ଲସ୍କର-ଏ-ତୈବାର ଆତଙ୍କବାଦୀମାନେ ପ୍ରାଣ ହରାଇଥିଲେ । ସଲମାନ ଅଲି ଆଗା ସାଧାରଣ ନାଗରିକ ବୋଲି କହୁଥିବା ଏହି ବ୍ୟକ୍ତିମାନେ ପ୍ରକୃତରେ ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୈବା ଆତଙ୍କବାଦୀ ଏବଂ ମାସୁଦ ଆଝାରର ପରିବାରର ସଦସ୍ୟ ଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଭାରତର ଆକ୍ରମଣରେ ଆତଙ୍କବାଦୀ ମସୁଦ ଆଝାରର ପରିବାର ଧ୍ୱଂସ ପାଇଗଲା


ଭାରତର ଆକ୍ରମଣରେ ଆତଙ୍କବାଦୀ ମସୁଦ ଆଝାରର ପରିବାରର ୧୪ ଜଣ ସଦସ୍ୟ ନିହତ ହୋଇଥିଲେ । ଏଥିରେ ମାସୁଦ ଆଝାରର ଦୁଇ ଭାଇ, କାନ୍ଦାହାର ଅପହରଣରେ ସାମିଲ ଥିବା ଆତଙ୍କବାଦୀ ୟୁସୁଫ ଆଝାର ଏବଂ ବାହାୱଲପୁରରେ ଜୈଶ ମୁଖ୍ୟାଳୟର ପରିଚାଳନାକାରୀ ମହମ୍ମଦ ଜମିଲ ଅହମଦ ସାମିଲ ଥିଲେ । ଏହା ବ୍ୟତୀତ, ମହମ୍ମଦ ଜମିଲ ଅହମଦଙ୍କ ପୁଅ ଆତଙ୍କବାଦୀ ହମଜା ଜମିଲ, ଯିଏ କାଶ୍ମୀରରେ ଜୈଶ-ଏ-ମହମ୍ମଦର କାର୍ଯ୍ୟ ପରିଚାଳନା କରୁଥିଲେ, ସେ ମଧ୍ୟ ସେହି ଜୈଶ ମୁଖ୍ୟାଳୟରେ ରହୁଥିଲେ।

ଆଉ ଏବେ ପାକିସ୍ତାନୀ କ୍ୟାପଟେନଙ୍କ ଘୋଷଣା ପରେ ଏହା ସ୍ପଷ୍ଟ ହୋଇଯାଇଛି ପାକିସ୍ତାନ ସରକାରଙ୍କ ସହ କ୍ରିକେଟର ମଧ୍ୟ ଆତଙ୍କବାଦୀଙ୍କୁ ପରୋକ୍ଷରେ ସପୋର୍ଟ କରୁଛନ୍ତି । ଏଥିସହ ପାକିସ୍ତାନୀ ସାଧାରଣ ଲୋକଙ୍କ ନାଁରେ ବିଶ୍ବର କୁଖ୍ୟାତ ଆତଙ୍କବାଦୀଙ୍କୁ ଆର୍ଥିକ ସମର୍ଥନ କରୁଛି ।


ପାକିସ୍ତାନୀ ଦଳର ଆତଙ୍କବାଦୀଙ୍କ ପ୍ରତି ପ୍ରେମ


ପାକିସ୍ତାନୀ ଦଳର ଆତଙ୍କବାଦୀଙ୍କ ପ୍ରତି ପ୍ରେମ କିଛି ନୂଆ ନୁହେଁ । ଏହା ପୂର୍ବରୁ ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଖେଳିବା ସମୟରେ ତାଲିବାନକୁ ସମର୍ଥନ କରିବା କାରଣରୁ ଦକ୍ଷିଣ ଏସିଆରେ "ତାଲିବାନ ଖାନ" ଭାବରେ ପରିଚିତ ହୋଇଥିଲେ ।

Sponsored
Pakistan Captain Sparks Row With Terror Support Statement | Argus News