Palash Controversy / ପୁଣି ଚର୍ଚ୍ଚାରେ ପଲାଶ: ୪୦ ଲକ୍ଷ ଟଙ୍କା ନେଇ ଦେଉନାହାନ୍ତି ଧରା
·7 months ago·2 min read

Key Points
ସ୍ମୃତି ମନ୍ଧାନାଙ୍କ ସହ ବ୍ରେକଅପ୍ ପରେ ଗାୟକ ପଲାଶ ମୁଛଲ ଏବେ ପୁଣି ଚର୍ଚ୍ଚାରେ । କିନ୍ତୁ ଏଥର ତାଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆସିଛି।
ସ୍ମୃତି ମନ୍ଧାନାଙ୍କ ସହ ବ୍ରେକଅପ୍ ପରେ ଗାୟକ ପଲାଶ ମୁଛଲ ଏବେ ପୁଣି ଚର୍ଚ୍ଚାରେ । କିନ୍ତୁ ଏଥର ତାଙ୍କ ବିରୁଦ୍ଧରେ ଗମ୍ଭୀର ଠକେଇ ଅଭିଯୋଗ ଆସିଛି। ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାରେ ଗାୟକଙ୍କ ବିରୋଧରେ ୪୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ଆସିଛି। ପୋଲିସ ନିଶ୍ଚିତ କରିଛି ଯେ, ଏହି ମାମଲାର ପ୍ରାଥମିକ ତଦନ୍ତ ଚାଲିଛି।
ଏହି ଅଭିଯୋଗ ଆଣିଛନ୍ତି ୩୪ ବର୍ଷୀୟ ଅଭିନେତା ଏବଂ ପ୍ରଯୋଜକ ବିଦ୍ୟାନ ମାନେ । ପଲାଶଙ୍କ ବିରୋଧରେ ସାଙ୍ଗଲି ପୋଲିସ ଷ୍ଟେସନରେ ଏଫଆଇଆର ଦାଖଲ କରିଛନ୍ତି ପ୍ରଯୋଜକ। ଅଭିଯୋଗ ଅନୁଯାୟୀ, ମାନେଙ୍କୁ ଏକ ପ୍ରୋଜେକ୍ଟରେ ନିବେଶ କରିବାକୁ ପଲାଶ କହିଥିଲେ। ଏପରିକି ସେଥିରେ ତାଙ୍କୁ ଏକ ଭୂମିକା ଦେବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ମାନେ ଦାବି କରିଛନ୍ତି ଯେ ସେ ୪୦ ଲକ୍ଷ ଟଙ୍କା ନିବେଶ କରିଥିଲେ। କିନ୍ତୁ, ଚଳଚ୍ଚିତ୍ର ନିର୍ମାଣ ହୋଇନଥିଲା କି ଟଙ୍କା ଫେରସ୍ତ କରାଯାଇ ନଥିଲା।
ଏହାସହ ପଢ଼ନ୍ତୁ: IND vs NZ: ଦ୍ଵିତୀୟ ଟି-୨୦ରେ ଏହି ଦୁଇ ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର
ପଲାଶ ମୁଛଲ ପ୍ରଥମ ଥର ପାଇଁ ବିବାଦରେ ଫସି ନାହାନ୍ତି। ଏହା ପୂର୍ବରୁ ମଧ୍ୟ ପଲାଶ ତାଙ୍କ ନିର୍ବନ୍ଧ ଏବଂ ବିବାହକୁ ନେଇ ଚର୍ଚ୍ଚାରେ ରହିଥିଲେ। ପ୍ରକୃତରେ, ପଲାଶ କିଛି ଦିନ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଖେଳାଳି ସ୍ମୃତି ମନ୍ଧାନାଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଥାଆନ୍ତେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଲାଶ ଏବଂ ସ୍ମୃତିଙ୍କର ନିର୍ବନ୍ଧ ବି ସରିଥିଲା । କିନ୍ତୁ ବିବାହର କିଛି ସମୟ ପୂର୍ବରୁ ସ୍ମୃତିଙ୍କ ବାପାଙ୍କ ସ୍ଵାସ୍ଥ୍ୟ ଅଚାନକ ଖରାପ ହୋଇଗଲା ଏବଂ ବିବାହ ଘୁଞ୍ଚାଇବାକୁ ସ୍ଥିର ହେଲା । କିନ୍ତୁ କିଛି ଦିନ ବ୍ୟବଧାନ ପରେ ଉଭୟରେ ସେମାନଙ୍କ ବିବାହ ଭାଙ୍ଗିଥିବା ନେଇ ଉଭୟରେ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ । ଅନେକ ରିପୋର୍ଟରେ ଅଭିଯୋଗ କରାଯାଇଥିଲା ଯେ, ପଲାଶ ସ୍ମୃତିଙ୍କୁ ଧୋକା ଦେଇ ଅନ୍ୟ ଝିଅ ସହ ଡେଟିଂ କରୁଥିଲେ।
ଏହାସହ ପଢ଼ନ୍ତୁ: ସ୍ମୃତିଙ୍କ ପୋଷ୍ଟ ପରେ ବଡ଼ ଅପଡେଟ୍ ଦେଲେ ପଲାଶ, କହିଲେ 'ମୁଁ ନେବି କାର୍ଯ୍ୟାନୁଷ୍ଠାନ..'
କେବଳ ଏତିକି ନୁହେଁ, ଏହା ମଧ୍ୟ ଦାବି କରାଯାଇଥିଲା ଯେ ପଳାଶ ସ୍ମୃତିଙ୍କୁ ବିବାହ କରିବାକୁ ଯାଉଛନ୍ତି, କିନ୍ତୁ ସେ ଅନ୍ୟ କାହାକୁ ଡେଟ୍ କରିବାକୁ କହୁଥିଲେ। ସେମାନଙ୍କ ମେସେଜର ଅନେକ ସ୍କ୍ରିନସଟ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତଥାପି, କେହି ବି ଆନୁଷ୍ଠାନିକ ଭାବରେ ବ୍ରେକଅପ୍ ପଛର କାରଣ ପ୍ରକାଶ କରିନାହାଁନ୍ତି। ଏବେ, ପଲାଶ ଏବଂ ସ୍ମୃତି ଅଲଗା ହୋଇଯାଇଛନ୍ତି ଏବଂ ଆଗକୁ ବଢ଼ି ଯାଇଛନ୍ତି।

Related Topics
Explore more stories