Vaibhav vs Sanju / ସଞ୍ଜୁଙ୍କୁ ଅଣଦେଖା, ବୈଭବଙ୍କୁ ସୁଯୋଗ; ଚୟନକର୍ତ୍ତାଙ୍କ ଉପରେ ବର୍ଷିଲେ ଏହି ପୂର୍ବତନ କ୍ରିକେଟର
·2 months ago·3 min read

Key Points
ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ
ଏପଟେ ସଞ୍ଜୁ ସାମସନଙ୍କୁ ଅଣଦେଖା
ସିଲେକ୍ଟରଙ୍କ ଉପରେ ବର୍ଷିଲେ ପାର୍ଥିବ
ଏପଟେ ସଞ୍ଜୁ ସାମସନଙ୍କୁ ଅଣଦେଖା
ସିଲେକ୍ଟରଙ୍କ ଉପରେ ବର୍ଷିଲେ ପାର୍ଥିବ
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ଭାରତୀୟ ଟିମର ଚୟନକୁ ନେଇ ବିବାଦ ଲାଗି ରହିଛି । ଇଂଲିଶ ଟିମଠାରୁ ଭାରତୀୟ ଟିମ ସିରିଜ ହାରିଥିବାବେଳେ ଗତ ମ୍ୟାଚରେ ଏକ ଲଜ୍ଜାଜନକ ପରାଜୟର ସାମ୍ନା କରିଛି । ଏହାରି ମଧ୍ୟରେ ଭାରତର ପୂର୍ବତନ ୱିକେଟକିପର୍ ପାର୍ଥିବ ପଟେଲ ଯୁବ ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ ଓ ସଞ୍ଜୁ ସାମସନଙ୍କୁ ନେଇ ମତ ପ୍ରକାଶ କରିଛନ୍ତି । ୧୫ ବର୍ଷୀୟ ବୈଭବଙ୍କୁ ସୁଯୋଗ ଦିଆଯାଇଥିବାବେଳେ ସଞ୍ଜୁଙ୍କୁ ଟିମରୁ ବାଦ୍ ଦିଆଯାଇଥିଲା, ଯାହାକୁ ସେ ନାପସନ୍ଦ କରିଛନ୍ତି ।
'ଜିଓଷ୍ଟାର'ରେ କଥାବାର୍ତ୍ତା ସମୟରେ ପାର୍ଥିବ ପଟେଲ ବାର୍ତ୍ତାଳାପ ସମୟରେ କହିଛନ୍ତି ଯେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଟିମରେ ସ୍ଥାନ ଦେବା ନିହାତି ଭାବନାତ୍ମକ ରୂପରେ ସଠିକ୍ ହୋଇପାରେ, କିନ୍ତୁ ଯଦି ଚୟନ ପ୍ରକ୍ରିୟାକୁ ତର୍କ ଓ ପ୍ରଦର୍ଶନ ଆଧାରରେ ଦେଖାଯାଏ ତେବେ ସଞ୍ଜୁ ସାମସନଙ୍କୁ ଦଳରୁ ବାଦ୍ ଦିଆଗଲା କାହିଁକି ତାହା ବୁଝାପଡୁନାହିଁ । ଗତ ୧୧ରୁ ୧୨ ବର୍ଷ ଧରି ସଞ୍ଜୁ ସାମସନଙ୍କ ସହିତ ଏପରି ହେଉଛି । ତାଙ୍କ ନିରନ୍ତରତା ବା କନସିଷ୍ଟେନ୍ସି ପାଇଁ ତାଙ୍କୁ ଦଳରୁ ବାଦ ଦିଆଯାଉଥିବା କୁହାଯାଉଛି, ହେଲେ ଏଥର ଯାହା ହେଲା ତାହାର ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ।

- 'ସବୁବେଳେ ସଞ୍ଜୁ ହିଁ କାହିଁକି'
- ସଞ୍ଜୁଙ୍କ ସ୍ଥାନରେ ଆସି ବି ବୈଭବ ଫେଲ୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- କ୍ରିକେଟ୍ ପ୍ରଶଂସକଙ୍କ ମାନସିକତା କିପରି ରୁହେ ?
ପଢନ୍ତୁ ଏହି ଖବର: ଇଂଲଣ୍ଡ ସିରିଜ୍ ପରେ ଶେଷ ହେବ କି ଏହି ୩ ଖେଳାଳିଙ୍କ T20 କ୍ୟାରିୟର ? ବାରମ୍ବାର ହେଉଛନ୍ତି ଫେଲ୍
ଏଠାରେ କହିରଖୁଛୁ କି, ପାର୍ଥିବ ପଟେଲଙ୍କ ଏପରି ମନ୍ତବ୍ୟ ସେତେବେଳେ ଆସିଛି ଯେତେବେଳେ ବୈଭବ ସୂର୍ଯ୍ୟବଂଶୀ ଓ ସଞ୍ଜୁ ସାମସନଙ୍କୁ ନେଇ କ୍ରିକେଟ ଜଗତରେ ବିଶେଷ ଆଲୋଚନା ହେଉଛି । ଗୋଟିଏ ପଟେ ଭବିଷ୍ୟତକୁ ଦେଖି ଯୁବ ବ୍ୟାଟ୍ସମ୍ୟାନ୍ ବୈଭବଙ୍କୁ ସୁଯୋଗ ଦିଆଯାଉଛି । ଅନ୍ୟପଟେ କେଉଁ ଆଧାରରେ ଖେଳାଳିଙ୍କୁ ଦଳରେ ସ୍ଥାନ ମିଳୁଛି ତାକୁ ନେଇ ବି ଚର୍ଚ୍ଚା ହେଉଛି ।
Related Topics
Explore more stories