Team India T20 Squad / ଇଂଲଣ୍ଡ ସିରିଜ୍ ପରେ ଶେଷ ହେବ କି ଏହି ୩ ଖେଳାଳିଙ୍କ T20 କ୍ୟାରିୟର ? ବାରମ୍ବାର ହେଉଛନ୍ତି ଫେଲ୍
·3 hours ago·2 min read

Key Points
ଇଂଲଣ୍ଡ ସିରିଜ୍ ପରେ ବଡ଼ ଆକ୍ସନ୍
ଏହି ୩ ଖେଳାଳିଙ୍କ କ୍ୟାରିୟର ସଙ୍କଟରେ
ପ୍ରସିଦ୍ଧ, ୱାଶିଂଟନ ଓ ତିଲକଙ୍କ ପାଇଁ ବାଜିଲା ବିପଦ ଘଣ୍ଟି

ପ୍ରଥମେ ଆୟର୍ଲାଣ୍ଡ । ଆଉ ଏବେ ଇଂଲଣ୍ଡ । ଲଗାତର ଦୁଇଟି ସିରିଜ୍ ହାରିଛି ଟିମ୍ ଇଣ୍ଡିଆ । ଲଗାତର ଦୁଇଥର ବିଶ୍ବ ବିଜୟୀ ହେବା ପରେ ଭାରତ ଏବେ କ୍ରମାଗତ ଭାବେ ଦୁଇଟି ଟି-୨୦ ସିରିଜ୍ ହାରିଛି । ଆର୍ୟଲାଣ୍ଡ ଓ ଇଂଲଣ୍ଡ – ଉଭୟ ଦଳ ଟିମ୍ ଇଣ୍ଡିଆକୁ ପରାସ୍ତ କରିଛନ୍ତି । ୭ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତ କ୍ରମାଗତ ଦୁଇଟି ଟି-୨୦ ସିରିଜ୍ ହାରିଥିବାରୁ ଟିମ୍ ମ୍ୟାନେଜମେଣ୍ଟ ଓ ଚୟନକର୍ତ୍ତାମାନଙ୍କ ଉପରେ ଚାପ ବଢ଼ିଛି । ଏହି ପରିସ୍ଥିତିରେ ତିନିଜଣ ଷ୍ଟାର୍ ଖେଳାଳିଙ୍କ ଟି-୨୦ ଭବିଷ୍ୟତ ନେଇ ପ୍ରଶ୍ନ ଉଠୁଛି ।
ପ୍ରସିଦ୍ଧ କ୍ରିଷ୍ଣା
ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା ଟି-୨୦ ଫର୍ମାଟରେ ଆଶାନୁରୂପ ପ୍ରଦର୍ଶନ କରିପାରୁନାହାନ୍ତି । ସେ ଆୟର୍ଲାଣ୍ଡ ଓ ଇଂଲଣ୍ଡ ବିପକ୍ଷରେ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିଥିଲେ, କିନ୍ତୁ ଉଭୟ ମ୍ୟାଚ୍ରେ ନିରାଶାଜନକ ପ୍ରଦର୍ଶନ କରିଥିଲେ । ଏହା ପରେ ଟି-୨୦ ଦଳରେ ତାଙ୍କ ସ୍ଥାନ ବଜାୟ ରଖିବା କଷ୍ଟକର ହୋଇପାରେ ।
ଅଧିକ ପଢ଼ନ୍ତୁ: ଟିମ୍ ଇଣ୍ଡିଆର ନୂଆ ମିଶନ୍, ଡିସେମ୍ବରରେ ନେପାଳ ବିପକ୍ଷରେ ହେବ ବଡ଼ T20 ଲଢ଼େଇ
ଓ୍ବାଶିଂଟନ ସୁନ୍ଦର
ସ୍ପିନ୍ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦରଙ୍କ ସ୍ଥାନ ମଧ୍ୟ ବିପଦରେ ରହିଛି । ସେ ବ୍ୟାଟ୍ ଓ ବଲ୍ ଉଭୟରେ ଲଗାତାର ଭଲ ପ୍ରଦର୍ଶନ କରିପାରୁନାହାନ୍ତି । ଏହି କାରଣରୁ ଟି-୨୦ ଦଳରୁ ତାଙ୍କୁ ବାଦ ଦିଆଯିବାର ସମ୍ଭାବନା ବଢ଼ିଛି ।
ଏହି ଦୁଇ ଖେଳାଳିଙ୍କ ଏକଦିବସୀୟ ଦଳରେ ସ୍ଥାନ ମଧ୍ୟ ସୁରକ୍ଷିତ ନୁହେଁ। ଯଦି ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ରେ ମଧ୍ୟ ସେମାନେ ଭଲ ପ୍ରଦର୍ଶନ କରିପାରିବେ ନାହିଁ, ତେବେ ଟି-୨୦ ସହିତ ୨୦୨୭ ଆଇସିସି ୱାର୍ଲ୍ଡ କପ୍ ଯୋଜନାରୁ ମଧ୍ୟ ସେମାନେ ବାଦ୍ ପଡ଼ିପାରନ୍ତି ।
ତିଲକ ବର୍ମା
ଅନ୍ୟପଟେ ଦଳର ଉପ-ଅଧିନାୟକ ତିଲକ ବର୍ମାଙ୍କ ପ୍ରଦର୍ଶନକୁ ନେଇ ମଧ୍ୟ ସମାଲୋଚନା ବଢ଼ିଛି । ସେ ଲଗାତାର ସ୍ଲୋ ବ୍ୟାଟିଂ କରୁଥିବା ସହ ଖରାପ ସଟ୍ ଖେଳି ନିଜ ଓ୍ବିକେଟ୍ ହରାଉଛନ୍ତି । ଏହି ପ୍ରଦର୍ଶନ ଜାରି ରହିଲେ ତାଙ୍କୁ ପ୍ଲେଇଂ ଇଲେଭେନ୍ରୁ ବାଦ୍ ଦିଆଯାଇପାରେ । ଯଦି ତିଲକ ବର୍ମାଙ୍କ ଖରାପ ଫର୍ମ ଜାରି ରହେ, ତେବେ ପ୍ରଥମେ ତାଙ୍କଠାରୁ ଉପଅଧିନାୟକ ପଦର ଦାୟିତ୍ୱ କାଢ଼ି ନିଆଯାଇପାରେ । ତା’ପରେ ସେ ପ୍ଲେଇଂ ଇଲେଭେନ୍ରୁ ବାହାର ହେବା ସହ ଟିମ୍ରେ ନିଜ ସ୍ଥାନ ମଧ୍ୟ ହରାଇପାରନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories