2 Held at PM Modi Event / PMOର ନକଲି ପରିଚୟପତ୍ର, ବନ୍ଧୁକ ସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ ୨ ଜଣଙ୍କୁ ଧରିଲା ପୋଲିସ
·25 mins ago·2 min read

Key Points
BKC ସ୍ଥିତ ନୀତା ଅମ୍ବାନୀ ସାଂସ୍କୃତିକ କେନ୍ଦ୍ରରୁ ପୋଲିସ ସନ୍ଦିଗ୍ଧଙ୍କୁ ଧରିଛି । ବ୍ୟକ୍ତି ଜଣଙ୍କ ନିଜକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଅଧିକାରୀ ବୋଲି ଦାବି କରୁଛନ୍ତି । ତାଙ୍କ ନାଁ ରୋହନ ପାରେଖ ହୋଇଥିବା ବେଳେ ବୟସ ୨୪ ବର୍ଷ ହେବ ।
ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁମ୍ବାଇ କାର୍ଯ୍ୟକ୍ରମ ସ୍ଥଳରୁ ୨ ସନ୍ଦିଗ୍ଧକୁ ପୋଲିସ ହେପାଜତକୁ ନେଇଛି । ପୋଲିସ ହେପାଜତକୁ ନେଇ ଦୁଇ ସନ୍ଦିଗ୍ଧଙ୍କ ଠାରୁ ନକଲି ପରିଚୟପତ୍ର (ID Card) ଜବତ କରାଯାଇଛି । ଧରା ପଡ଼ିଥିବା ବ୍ୟକ୍ତି ନିଜକୁ ପିଏମଓର ଅଧିକାରୀ ବୋଲି ଦାବି କରୁଛନ୍ତି । ସେହିଭଳି ଅନ୍ୟ ଜଣଙ୍କୁ ପୋଲିସ ହେପାଜତକୁ ନେବା ସହ ବନ୍ଧୁକ ଜବତ କରିଛି ।
BKC ସ୍ଥିତ ନୀତା ଅମ୍ବାନୀ ସାଂସ୍କୃତିକ କେନ୍ଦ୍ରରୁ ପୋଲିସ ସନ୍ଦିଗ୍ଧଙ୍କୁ ଧରିଛି । ବ୍ୟକ୍ତି ଜଣଙ୍କ ନିଜକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଅଧିକାରୀ ବୋଲି ଦାବି କରୁଛନ୍ତି । ତାଙ୍କ ନାଁ ରୋହନ ପାରେଖ ହୋଇଥିବା ବେଳେ ବୟସ ୨୪ ବର୍ଷ ହେବ । ସୂତ୍ର ଅନୁସାରେ, ରୋହନଙ୍କ ନିକଟରେ PMOର ନକଲି ପରିଚୟତ୍ର ଥିଲା । ରୋହନ ଜଣେ ସୁରକ୍ଷାକର୍ମୀଙ୍କ ସହ ବୁଲୁଥିଲେ, ତାଙ୍କ ପାଖରେ ବନ୍ଧୁକ ଥିଲା । ଏବେ ମୁମ୍ବାଇ କ୍ରାଇମବ୍ରାଞ୍ଚ ସମଗ୍ର ମାମଲାର ଯାଞ୍ଚ କରୁଛି ।
ଏଥିସହ ପଢ଼ନ୍ତୁ: 'ଶରିଆ କୋର୍ଟର ଆଦେଶ କାହାର ବିବାହକୁ ଭାଙ୍ଗିପାରିବ ନାହିଁ... ଛତିଶଗଡ଼ ହାଇକୋର୍ଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପୂର୍ବରୁ ରୋହନ ପାରେଖ ଜଣେ ବଡିଗାର୍ଡଙ୍କ ସହ ହାଇ-ସିକ୍ୟୁରିଟି ଅଞ୍ଚଳରେ ବୁଲୁଥିଲା । ଯାଞ୍ଚ ବେଳେ ଅଧିକାରୀ ଜାଣି ପାରିଥିଲେ ରୋହନ ପିଏମ୍ଓର ନକଲି ପରିଚୟପତ୍ର ନେଇ ବୁଲୁଛି । କାର୍ଡର ଯାଞ୍ଚରୁ ତାହା ନକଲି ଜଣାପଡ଼ିବା ପରେ ପୋଲିସ ହେପାଜତକୁ ନେଇଥିଲା ।
ମୁମ୍ବାଇ ପୋଲିସ କହିଛି, "ରୋହନ ପାରେଖ ଓ ତାର ଅଙ୍ଗରକ୍ଷୀ ଉଭୟଙ୍କୁ ଗିରଫ କରାଯାଇଛି । ମାମଲାର ଯାଞ୍ଚ ଏବେ କ୍ରାଇମବ୍ରାଞ୍ଚ କରୁଛି ।" ତେବେ ରୋହନ, ଅଙ୍ଗରକ୍ଷୀ ସହ କେଉଁ ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ସ୍ଥଳକୁ ଆସିଥିଲା ତାହା ସ୍ପଷ୍ଟ ହୋଇ ନାହିଁ । ଉଭୟଙ୍କୁ ଶୀଘ୍ର ପୋଲିସ କୋର୍ଟରେ ହାଜର କରିବ । ତେବେ, ଉଭୟ କେଉଁ ଉଦ୍ଦେଶ୍ୟରେ ଆସିଥିଲେ ସେ ଦିଗର କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ, ଅଭିଯୁକ୍ତ ରୋହନ ପାରେଖ ଡ୍ରୋନ୍ ଟେକ୍ର ବ୍ୟବସାୟ କରୁଥିବା ବେଳେ ଖାର୍ ଅଞ୍ଚଳରେ । ଉଭୟଙ୍କ ନାଁରେ BKC ଥାନାରେ ମାମଲା ରୁଜୁ କରାଯାଇଛି ।
ଏଥିସହ ପଢ଼ନ୍ତୁ: ପ୍ରାଇଭେଟ୍ ଚାକିରି କରୁଛନ୍ତି କି ? PF କଟୁଥିଲେ ଅବସର ପରେ ମିଳିବ ମାସିକ ପେନସନ୍, ଜାଣନ୍ତୁ କେତେ ଟଙ୍କା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସନ୍ଧ୍ୟାରେ ଗ୍ଲୋବାଲ୍ ଫିନଟେକ୍ ଫେଷ୍ଟ (GFF) ୨୦୨୬ର ଉଦଘାଟନ କିଛନ୍ତି । ଗ୍ଲୋବାଲ୍ ଫିନଟେକର ସପ୍ତମ ସଂସ୍କରଣ ସେପ୍ଟେମ୍ବର ୮ରୁ ୧୧ ପର୍ଯ୍ୟନ୍ତ ମୁମ୍ବାଇରେ ଆୟୋଜିତ ହେଉଛି । ୨୦୨୦ରୁ ଜିଏଫଏଫ୍ ଏକ ଆନ୍ତର୍ଜାତୀୟ ବିଚାର ନେତୃତ୍ଵ ମଞ୍ଚ ଭାବେ ଉଭା ହୋଇଛି ।

Mumbai Police say, "Two individuals have been detained from the venue in Mumbai where Prime Minister Narendra Modi was scheduled to attend an event. A gun was recovered from one of the individuals. The Mumbai Police detained a man at the Nita Mukesh Ambani Cultural Centre (NMACC)…
— ANI (@ANI) September 8, 2026
ମୁମ୍ବାଇ ପୋଲିସ କହିଛି, "ରୋହନ ପାରେଖ ଓ ତାର ଅଙ୍ଗରକ୍ଷୀ ଉଭୟଙ୍କୁ ଗିରଫ କରାଯାଇଛି । ମାମଲାର ଯାଞ୍ଚ ଏବେ କ୍ରାଇମବ୍ରାଞ୍ଚ କରୁଛି ।" ତେବେ ରୋହନ, ଅଙ୍ଗରକ୍ଷୀ ସହ କେଉଁ ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ସ୍ଥଳକୁ ଆସିଥିଲା ତାହା ସ୍ପଷ୍ଟ ହୋଇ ନାହିଁ । ଉଭୟଙ୍କୁ ଶୀଘ୍ର ପୋଲିସ କୋର୍ଟରେ ହାଜର କରିବ । ତେବେ, ଉଭୟ କେଉଁ ଉଦ୍ଦେଶ୍ୟରେ ଆସିଥିଲେ ସେ ଦିଗର କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ, ଅଭିଯୁକ୍ତ ରୋହନ ପାରେଖ ଡ୍ରୋନ୍ ଟେକ୍ର ବ୍ୟବସାୟ କରୁଥିବା ବେଳେ ଖାର୍ ଅଞ୍ଚଳରେ । ଉଭୟଙ୍କ ନାଁରେ BKC ଥାନାରେ ମାମଲା ରୁଜୁ କରାଯାଇଛି ।
ଏଥିସହ ପଢ଼ନ୍ତୁ: ପ୍ରାଇଭେଟ୍ ଚାକିରି କରୁଛନ୍ତି କି ? PF କଟୁଥିଲେ ଅବସର ପରେ ମିଳିବ ମାସିକ ପେନସନ୍, ଜାଣନ୍ତୁ କେତେ ଟଙ୍କା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସନ୍ଧ୍ୟାରେ ଗ୍ଲୋବାଲ୍ ଫିନଟେକ୍ ଫେଷ୍ଟ (GFF) ୨୦୨୬ର ଉଦଘାଟନ କିଛନ୍ତି । ଗ୍ଲୋବାଲ୍ ଫିନଟେକର ସପ୍ତମ ସଂସ୍କରଣ ସେପ୍ଟେମ୍ବର ୮ରୁ ୧୧ ପର୍ଯ୍ୟନ୍ତ ମୁମ୍ବାଇରେ ଆୟୋଜିତ ହେଉଛି । ୨୦୨୦ରୁ ଜିଏଫଏଫ୍ ଏକ ଆନ୍ତର୍ଜାତୀୟ ବିଚାର ନେତୃତ୍ଵ ମଞ୍ଚ ଭାବେ ଉଭା ହୋଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories