Rain Eliminates Australia / ବର୍ଷା ବିଗାଡ଼ିଲା ବିଶ୍ବକପ୍ ଗଣିତ, ବାଦ୍ ପଡ଼ିଲା ଅଷ୍ଟ୍ରେଲିଆ...ସୁପର-୮କୁ ଗଲା ଜିମ୍ବାଓ୍ବେ
·4 months ago·2 min read

Key Points
ଟି-୨୦ ବିଶ୍ବକପ୍ ସୁପର-୮ ଯୋଗ୍ୟତାରୁ ଅଷ୍ଟ୍ରେଲିଆ ବଞ୍ଚିତ
ଆୟର୍ଲାଣ୍ଡ ଓ ଜିମ୍ବାୱେ ମ୍ୟାଚ୍ ବାତିଲ ହେବାରୁ ଅଷ୍ଟ୍ରେଲିଆ ବାଦ୍ ପଡ଼ିଲା
ଜିମ୍ବାୱେ ଓ ଶ୍ରୀଲଙ୍କାଠାରୁ ହାରି ବିଦାୟ ନେଲା ଅଷ୍ଟ୍ରେଲିଆ

୨୦୨୬ ଟି-୨୦ ବିଶ୍ବକପ୍ରେ ବଡ଼ ବିପର୍ଯ୍ୟୟ । ସୁପର-୮ ପର୍ଯ୍ୟାୟରୁ ବାଦ୍ ପଡ଼ିଲା ଅଷ୍ଟ୍ରେଲିଆ । ଟି-୨୦ ବିଶ୍ବକପ୍ ଇତିହାସରେ ଦ୍ବିତୀୟ ଥର ପାଇଁ ଅଷ୍ଟ୍ରେଲିଆ ଗ୍ରୁପ୍ ପର୍ଯ୍ୟାୟରୁ ବାଦ୍ ପଡ଼ିଛି । ସେପଟେ ମଙ୍ଗଳବାର ଇତିହାସ ରଚିଛି ଜିମ୍ବାଓ୍ବେ କ୍ରିକେଟ୍ ଦଳ । ୧୭ ଫେବ୍ରୁଆରୀରେ ଆର୍ୟାଲାଣ୍ଡ ବିପକ୍ଷରେ ମ୍ୟାଚ୍ ବାତିଲ ହେବା ପରେ ଜିମ୍ବାୱେ ସୁପର ୮ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛି । ମଙ୍ଗଳବାର ଶ୍ରୀଲଙ୍କାର ପାଲେକେଲରେ ଜିମ୍ବାୱେ ଏବଂ ଆର୍ୟାଲାଣ୍ଡ ମଧ୍ୟରେ ଏକ ମ୍ୟାଚ୍ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ଏହି ମ୍ୟାଚ୍କୁ ବାତିଲା କରାଗଲା ।
ଜିମ୍ବାୱେ ଇତିହାସ ରଚିଛି
ପ୍ରଥମ ଥର ପାଇଁ ଜିମ୍ବାୱେ ଟି-୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛି । ୨୦୨୪ ମସିହାରେ ବିଶ୍ୱକପର ଫର୍ମାଟ୍ ପରିବର୍ତ୍ତନ କରାଯାଇଥିଲା । ଯାହା ଫଳରେ ଜିମ୍ବାୱେ ପ୍ରଥମ ଥର ପାଇଁ ଗ୍ରୁପ୍ ପର୍ଯ୍ୟାୟ ଅତିକ୍ରମ କରିଛି । ଟି-୨୦ ବିଶ୍ୱକପରେ ଜିମ୍ବାୱେ କେବଳ ଦ୍ୱିତୀୟ ଥର ପାଇଁ ଗ୍ରୁପ୍ ପର୍ଯ୍ୟାୟ ଅତିକ୍ରମ କରିଛି । ୨୦୨୨ ମସିହାରେ ସେମାନେ ସୁପର-୧୨ରେ ପହଞ୍ଚିଥିଲେ, କିନ୍ତୁ ଫର୍ମାଟ୍ ପରିବର୍ତ୍ତନ ପରେ ଜିମ୍ବାୱେ ପ୍ରଥମ ଥର ପାଇଁ ସୁପର ୮ ପର୍ଯ୍ୟାୟରେ ପହଞ୍ଚିଛି।
ଅଷ୍ଟ୍ରେଲିଆ ବାଦ୍ ପଡ଼ିଛି
ଅଷ୍ଟ୍ରେଲିଆ ଏ ପର୍ଯ୍ୟନ୍ତ ତିନୋଟି ମ୍ୟାଚ୍ରେ କେବଳ ଗୋଟିଏ ବିଜୟ ହାସଲ କରିପାରିଥିଲା । ଜିମ୍ବାୱେ ସେମାନଙ୍କର ଦୁଇଟି ମ୍ୟାଚ୍ ଜିତିଥିଲା । ଅଷ୍ଟ୍ରେଲିଆ ନିଶ୍ଚିତ ଭାବରେ ଆଶା କରୁଥିଲା ଯେ ଆର୍ୟାଲାଣ୍ଡ କୌଣସି ପ୍ରକାରେ ଜିମ୍ବାୱେକୁ ପରାସ୍ତ କରିବ, କାରଣ ଏହା ଅଷ୍ଟ୍ରେଲିଆର ସୁପର ୮ ଆଶାକୁ ଉଜ୍ଜୀବିତ ରଖିଥାନ୍ତା । କିନ୍ତୁ ମଙ୍ଗଳବାରର ମ୍ୟାଚ୍ ଡ୍ର'ରେ ଶେଷ ହେବା ଫଳରେ ଜିମ୍ବାଓ୍ବେ ସୁରପ-୮ରେ ନିଜ ସ୍ଥାନ ପକ୍କା କରିଛି ।
ଫଳସ୍ୱରୂପ ଅଷ୍ଟ୍ରେଲିଆ ୨୦୨୬ ଟି-୨୦ ବିଶ୍ୱକପର ଗ୍ରୁପ ପର୍ଯ୍ୟାୟରୁ ବାଦ ପଡ଼ିଛି । ପୂର୍ବରୁ ୨୦୦୯ ବିଶ୍ଵକପରେ ଅଷ୍ଟ୍ରେଲିଆ ଗ୍ରୁପ ପର୍ଯ୍ୟାୟ ଅତିକ୍ରମ କରିପାରିନଥିଲା । ଏପର୍ଯ୍ୟନ୍ତ ମୋଟ ୭ଟି ଦଳ ଟି-୨୦ ବିଶ୍ୱକପର ସୁପର-୮ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଏହି ଦଳଗୁଡ଼ିକ ହେଉଛନ୍ତି ଭାରତ, ଶ୍ରୀଲଙ୍କା, ଜିମ୍ବାୱେ, ୱେଷ୍ଟଇଣ୍ଡିଜ୍, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲ୍ୟାଣ୍ଡ ।
ପଢନ୍ତୁ ଏହି ଖବର: ଇତିହାସ ରଚିଲେ ଯୁବରାଜ, ସବୁଠୁ କମ୍ ବୟସରେ ବିଶ୍ବକପ୍ରେ ମାରିଲେ ଶତକ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories