Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

RCB Playoffs / ଟ୍ରଫିର ଆଉ ଟିକେ ନିକଟତର; ପ୍ରଥମ ଦଳ ଭାବେ ପ୍ଲେ ଅଫରେ RCB

Debashree Debasmita Sahoo
Browse all articles by Debashree Debasmita Sahoo
·1 month ago·2 min read
ଟ୍ରଫିର ଆଉ ଟିକେ ନିକଟତର; ପ୍ରଥମ ଦଳ ଭାବେ ପ୍ଲେ ଅଫରେ RCB
RCB Playoffs

Key Points

IPL ୨୦୨୬ ପ୍ଲେଅଫ୍‌ରେ ପହଞ୍ଚିଲା RCB
ପ୍ରଥମ ଦଳ ଭାବେ ପ୍ଲେଅଫ୍‌ରେ ବାଙ୍ଗଲୋର ପହଞ୍ଚିଛି
ପଞ୍ଜାବକୁ ୨୩ ରନ୍‌ରେ ହରାଇ ପ୍ଲେଅଫ୍‌ରେ ପହଞ୍ଚିଲା
ପ୍ରଥମ ଦଳ ଭାବେ ପ୍ଲେ ଅଫରେ RCB । ବ୍ୟାଟର ପରେ ବୋଲରଙ୍କ ଜଲଓ୍ଵା । ଆଇପିଏଲ୍ ୨୦୨୬ର ୬୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ୨୩ ରନରେ ପଞ୍ଜାବ କିଙ୍ଗ୍ସକୁ ହରାଇଛି । ବିଜୟ ସହ ଆରସିବି ଚଳିତ ସଂସ୍କରଣରେ ପ୍ରଥମ ଦଳ ଭାବେ ପ୍ଲେ ଅଫରେ ପ୍ରବେଶ କରିଛି । ଅନ୍ୟପଟେ ଲଗାତାର ୬ ପରାଜୟ ସହ ପଞ୍ଜାବର ପ୍ଲେ ଅଫରେ ପହଞ୍ଚିବା ମୁସ୍କିଲ ହୋଇଯାଇଛି ।

  • ୨୨୪ ରନ ଟାର୍ଗେଟ୍ ଦେଇଥିଲା RCB
ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ଭେଙ୍କଟେଶ ଆୟରଙ୍କ ୭୩ ରନ, ବିରାଟ କୋହଲିଙ୍କ ୫୮ ରନ ଓ ପଡିକ୍କଲଙ୍କ ୪୫ ରନ ବଳରେ ୪ ଓ୍ଵିକେଟ୍ ହରାଇ ବିଶାଳ ୨୨୪ ରନ କରିଥିଲା । ଜବାବରେ ପଞ୍ଜାବ ୮ ଓ୍ଵିକେଟ୍ ହରାଇ ୧୯୯ ରନ କରି ପାରିଛି । ବିଶାଳ ଟାର୍ଗେଟ ପିଛା କରି ପଞ୍ଜାବର ଆରମ୍ଭ ଖରାପ ହୋଇଥିଲା । ପ୍ରିୟାଂଶ ଆର୍ଯ୍ୟ ତାଙ୍କ ଖାତା ଖୋଲିପାରି ନଥିଲେ । ପ୍ରଥମ ଓଭରରେ ଭୁବନେଶ୍ଵର କୁମାର ତାଙ୍କୁ ଆଉଟ୍ କରିଥିଲେ । ତୃତୀୟ ଓଭରରେ ଭୁବନେଶ୍ୱର ପ୍ରଭସିମରନ ସିଂହ (୫ ବଲରୁ ୨ ରନ୍)ଙ୍କୁ ଆଉଟ୍ କରିଥିଲେ ।

ସେହିପରି ଚତୁର୍ଥ ଓଭରରେ ରସିଖ ସଲାମଙ୍କ ଦ୍ୱାରା ଆଉଟ୍ ହୋଇଥିଲେ ଅଧିନାୟକ ଶ୍ରେୟସ ଆୟର, ଯାହା ଦଳକୁ ବଡ଼ ଝଟକା ଦେଇଥିଲା । ପଞ୍ଜାବ ୧୯ ରନରେ ତିନୋଟି ୱିକେଟ ହରାଇ ମୁସ୍କିଲ ସ୍ଥିତିରେ ପଡ଼ିଥିଲା । କୁପର କନୋଲି କିଛି ସମୟ କ୍ରିଜରେ ରହିଥିଲେ । ସେ ୨୨ ବଲରେ ୩୭ ରନ୍ କରିଥିଲେ, ଯେଉଁଥିରେ ତିନୋଟି ଚୌକା ଏବଂ ତିନୋଟି ଛକା ଥିଲା । ଷଷ୍ଠ ଓଭରରେ ରୋମାରିଓ ସେଫର୍ଡଙ୍କ ବଲରେ କନୋଲି ଆଉଟ୍ ହୋଇଥିଲେ ।


  • ପଞ୍ଜାବର ଖରାପ ବ୍ୟାଟିଂ
ପଞ୍ଜାବ ୯୩ ରନରେ ଦଳର ଅଧା ବ୍ୟାଟର ହରାଇଥିଲା । ୧୧ତମ ଓଭରରେ ସୂର୍ଯ୍ୟାଂଶ ସେଡଗେ ସୁୟାଶ ଶର୍ମାଙ୍କ ବଲରେ ପାଭିଲିୟନ ଫେରିଥିଲେ । ସେ ୨୨ ବଲ୍ ରେ ୩୫ ରନ୍ କରିଥିଲେ । ଏଥିରେ ଦୁଇଟି ଚୌକା ଏବଂ ଦୁଇଟି ଛକା ସାମିଲ୍ ଥିଲା । ଏହା ପରେ ମାର୍କସ୍ ଷ୍ଟୋଇନିସ୍ ଏବଂ ଶଶାଙ୍କ ସିଂହ ଷଷ୍ଠ ୱିକେଟ ପାଇଁ ୬୭ ରନ୍ ଯୋଡି ଦଳ ପାଇଁ ବିଜୟ ଆଶା ସଞ୍ଚାର କରିଥିଲେ ।

ପଢନ୍ତୁ ଏହି ଖବର: କାହିଁକି ହଠାତ୍ ମାହିକାଙ୍କୁ ବାହା ହେବେ ହାର୍ଦ୍ଦିକ; ଭାଇରାଲ୍ ପୋଷ୍ଟରେ ସାଙ୍ଘାତିକ ଦାବି

ଷ୍ଟୋଇନିସ ୨୫ ବଲରୁ ପାଞ୍ଚ ଚୌକା ମାରି ୩୭ ରନ୍ ଯୋଗଦାନ ଦେଇଥିଲେ । ୧୭ତମ ଓଭରରେ ଷ୍ଟୋଇନିସଙ୍କୁ ଜୋଶ୍ ହାଜେଲଉଡ୍ ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ । ଶଶାଙ୍କ ୨୭ ବଲରୁ ୪ ଚୌକା ଏବଂ ୪ ଛକା ସହିତ ୫୬ ରନ୍ କରିଥିଲେ ହେଁ ତାହା ଦଳ ପାଇଁ ପର୍ଯ୍ୟାପ୍ତ ନ ଥିଲା । ଆଜମତୁଲ୍ଲା ଉମରଜାଇ ୧୦ ବଲରୁ ୧୪ ରନ୍ କରିଥିଲେ । ଶେଷ ଓଭରରେ ରସିଖଙ୍କ ଦ୍ଵାରା ଶଶାଙ୍କ ଏବଂ ଉମରଜାଇ ଆଉଟ୍ ହୋଇଥିଲେ ।

ଅଧିକ ପଢନ୍ତୁ କ୍ରୀଡା ସମ୍ବନ୍ଧୀୟ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Royal Challengers Bengaluru Create History, Become First Team to Qualify for IPL 2026 Playoffs | Argus News