Phil Salt Fitness Update / RCB ପାଇଁ ଖୁସି ଖବର ! ଫିଟ୍ ହେଲେ ଫିଲ୍ ସଲ୍ଟ, କୋହଲିଙ୍କ ସହ କରିପାରନ୍ତି ଓପନିଂ
·3 months ago·2 min read

Key Points
ରଜତ ପାଟିଦାରଙ୍କ ବଡ଼ ଖୁଲାସା
ସଲ୍ଟ ସମ୍ପୂର୍ଣ୍ଣ ଫିଟ୍
ଖେଳିବେ କ୍ବାଲିଫାୟର-୧
ସଲ୍ଟ ସମ୍ପୂର୍ଣ୍ଣ ଫିଟ୍
ଖେଳିବେ କ୍ବାଲିଫାୟର-୧
ମଙ୍ଗଳବାର ଆଇପିଏଲ ୨୦୨୬ର ପ୍ରଥମ କ୍ବାଲିଫାୟାର ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଗୁଜରାଟ ଟାଇଟନ୍ସ । ଧର୍ମଶାଳାର HPCA ଷ୍ଟାଡିୟମରେ ଏହି ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯିବ । ତେବେ ଏହାରି ମଧ୍ୟରେ RCB କ୍ୟାପଟେନ୍ ରଜତ ପାଟିଦାର ଏକ ବଡ଼ ଖୁଲାସା କରିଛନ୍ତି । ସେ କହିଛନ୍ତି ଫିଲ୍ ସଲ୍ଟ ଏବେ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ଏବଂ ଅଭ୍ୟାସ ମଧ୍ୟ ଜାରି ରଖିଛନ୍ତି ।
ସୂଚନା ଅନୁସାରେ, ଆଇପିଏଲ ଆରମ୍ଭରୁ ବିରାଟ କୋହଲିଙ୍କ ସହ ଓପନିଂ କରୁଥିଲେ ସଲ୍ଟ । କିନ୍ତୁ ଆହତ କାରଣରୁ ସେ ଇଂଲଣ୍ଡ ଫେରି ଯାଇଥିଲେ । ସଲ୍ଟଙ୍କ ଅନୁପସ୍ଥିତିରେ ବିରାଟଙ୍କ ସହ ଜ୍ୟାକବ୍ ବେଥେଲ ଓ ପରେ ଭେଙ୍କଟେଶ ଆୟର ମଇଦାନକୁ ଓହ୍ଲାଇଥିଲେ ।
ଏବେ ଆହତ କାରଣରୁ ବେଥେଲ ମଧ୍ୟ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇସାରିଛନ୍ତି ଏବଂ ଫିଲ୍ ସଲ୍ଟ ଟିମ୍କୁ ଫେରିଛନ୍ତି । ଏସବୁ ମଧ୍ୟରେ ଏବେ ବଡ଼ ପ୍ରଶ୍ନ ଗୁଜରାଟ ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ କ୍ବାଲିଫାୟାର ମ୍ୟାଚ୍ରେ ବିରାଟ କୋହଲିଙ୍କ ସହ ଭେଙ୍କଟେଶ ଆୟର ନା ଫିଲ୍ ସଲ୍ଟ ଓପନିଂ କରିବେ ?
ସାମ୍ବାଦିକ ସମ୍ମିଳନୀରେ ଯେତେବେଳେ କ୍ୟାପଟେନ୍ ରଜତ ପଟିଦାରଙ୍କୁ ଏହି ପ୍ରଶ୍ନ ପଚରା ଯାଇଥିଲା ସେ କହିଥିଲେ, ବିରାଟଙ୍କ ସହ କିଏ କରିବ ଓପନିଂ ସେନେଇ ଏପର୍ଯ୍ୟନ୍ତ କୌଣସି ଚୁଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ ।

ଅଧିକ ପଢ଼ନ୍ତୁ: କ୍ଵାଲିଫାୟର-୧ ପୂର୍ବରୁ ଖେଳାଳିଙ୍କ ଭିତରେ ଜୋଶ୍ ଭରିଲେ RCB ଅଧିନାୟକ, ଗୁଜରାଟ ଟାଇଟନ୍ସକୁ ଦେଲେ ଚେତାବନୀ
ସାମ୍ବାଦିକ ସମ୍ମିଳନୀରେ ଯେତେବେଳେ କ୍ୟାପଟେନ୍ ରଜତ ପଟିଦାରଙ୍କୁ ଏହି ପ୍ରଶ୍ନ ପଚରା ଯାଇଥିଲା ସେ କହିଥିଲେ, ବିରାଟଙ୍କ ସହ କିଏ କରିବ ଓପନିଂ ସେନେଇ ଏପର୍ଯ୍ୟନ୍ତ କୌଣସି ଚୁଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରଜତ ପାଟିଦାର କହିଛନ୍ତି, ବର୍ତ୍ତମାନ ସମୟରେ ୨୨୦ରୁ ୨୫୦ ସ୍କୋର ମଧ୍ୟ ଆଉ ନିରାପଦ ନୁହେଁ । ଏହା ତାଙ୍କ ଦଳ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବୋଲରମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ବିଶେଷକରି କାକର ଏବଂ ପଡ଼ିଆର ଛୋଟ ବାଉଣ୍ଡ୍ରି ସହ ରନ୍ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ୁଛି । ଜଣେ ବୋଲରଙ୍କ ଏକ ଛୋଟ ଭୁଲ ମଧ୍ୟ ଛଅ ରନ୍ ହୋଇପାରେ ।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଲିଗ୍ ପର୍ଯ୍ୟାୟରେ ୧୪ ମ୍ୟାଚ୍ ରୁ ନଅଟି ଜିତିଛି ଏବଂ ବର୍ତ୍ତମାନ ୧୮ ପଏଣ୍ଟ ସହିତ ପଏଣ୍ଟ ଟେବୁଲର ଶୀର୍ଷରେ ଅଛି। ଯଦି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଜି ଗୁଜରାଟ ଟାଇଟାନ୍ସ ବିପକ୍ଷରେ କ୍ୱାଲିଫାୟର ୧ରେ ବିଜୟଲାଭ କରେ ତେବେ ସେମାନେ ସିଧାସଳଖ ଫାଇନାଲକୁ ଯିବେ ।
ତଥାପି, ଯଦି ସେମାନେ ଏହି ମ୍ୟାଚ୍ ହାରିଯାଆନ୍ତି, ତେବେ ଫାଇନାଲରେ ପହଞ୍ଚିବାର ସେମାନଙ୍କର ଆଉ ଏକ ସୁଯୋଗ ଅଛି । ଫାଇନାଲରେ ସ୍ଥାନ ସୁରକ୍ଷିତ କରିବା ପାଇଁ ସେମାନଙ୍କୁ କ୍ୱାଲିଫାୟର ୨ ଜିତିବାକୁ ପଡ଼ିବ ।

Related Topics
Explore more stories