IPL 2026 Final Rain Rules / ଫାଇନାଲରେ ବର୍ଷା ହେଲେ କିଏ ହେବ ଚାମ୍ପିୟନ୍ ? ଜାଣନ୍ତୁ IPLର ନିୟମ...
·44 mins ago·2 min read

Key Points
ଫାଇନାଲ ପୂର୍ବରୁ ବଡ଼ ପ୍ରଶ୍ନ
ବର୍ଷା ବିଗାଡ଼ିଦେବ କି ଖେଳ ?
ଜାଣନ୍ତୁ ବର୍ଷା ହେଲେ କି ଜିତିବ ଟ୍ରଫି ?
ବର୍ଷା ବିଗାଡ଼ିଦେବ କି ଖେଳ ?
ଜାଣନ୍ତୁ ବର୍ଷା ହେଲେ କି ଜିତିବ ଟ୍ରଫି ?
ଆସନ୍ତାକାଲି ଆଇପିଏଲ-୨୦୨୬ରେ ଖେଳାଯିବ ଫାଇନାଲ ମ୍ୟାଚ୍ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ହାଇଭୋଲଟେଜ୍ ଫାଇନାଲ୍ ମ୍ୟାଚ୍ ଖେଳାଯିବ । ଟ୍ରଫି ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଗୁଜରାଟ ଟାଇଟାନ୍ସ ମୁହାଁମୁହିଁ ହେବେ । ଆରସିବି କ୍ୱାଲିଫାୟର ୧ ଜିତି ଫାଇନାଲରେ ସ୍ଥାନ ପକ୍କା କରିଥିବା ବେଳେ ଗୁଜରାଟ ଦ୍ବିତୀୟ କ୍ବାଲିଫାୟାର ରାଜସ୍ଥାନକୁ ପରାସ୍ତ କରି ଫାଇନାଲ ଟିକେଟ୍ ହାସଲ କରିଥିଲା ।
୧୦ଟି ଦଳ, ୭୦ରୁ ଅଧିକ ମ୍ୟାଚ୍ ଏବଂ ଦୁଇ ମାସରୁ ଅଧିକ ସଂଘର୍ଷ ପରେ ଶେଷରେ ଫାଇନାଲ୍ ପାଇଁ ସମୟ ଆସିଛି । ତେବେ ମ୍ୟାଚ୍ ସମୟରେ ଷ୍ଟାଡିୟମରେ ବର୍ଷା ହେଲେ କେଉଁ ନିୟମ ଲାଗୁ ହେବ ? ଯଦି ମ୍ୟାଚ୍ ୩୧ ତାରିଖରେ ଆରମ୍ଭ ନ ହୁଏ ତେବେ କେଉଁ ଦଳକୁ ଦିଆଯିବ ଚାମ୍ପିୟନ୍ ଟ୍ରଫି ?
ଅଧିକ ପଢ଼ନ୍ତୁ: ଫାଇନାଲ ପୂର୍ବରୁ RCB ଫ୍ୟାନ୍ସଙ୍କୁ ବଡ଼ ଝଟକା, ଆଉ ରାସ୍ତାରେ କରିପାରିବେନି ସେଲିବ୍ରେସନ୍
ବର୍ଷା ହେଲେ କ’ଣ ହେବ ?
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ସମୟରେ ବର୍ଷା ହେଲେ, ମେ ୩୧ ତାରିଖରେ ମ୍ୟାଚ୍ ସମାପ୍ତ କରିବାକୁ ଚେଷ୍ଟା କରାଯିବ । ଲଗାତାର ବର୍ଷା ଜାରି ରହିଲେ ଓଭର ସଂଖ୍ୟା ହ୍ରାସ କରାଯିବ । କିନ୍ତୁ ଯଦି ବର୍ଷା ଲାଗି ରହେ, ତେବେ ମ୍ୟାଚ୍ ସମୟରେ ଅତିରିକ୍ତ ୧୨୦ ମିନିଟ୍ ଯୋଡାଯିବ । ମ୍ୟାଚ୍ରେ ରେଜଲ୍ଟ ପାଇଁ ପ୍ରତ୍ୟେକ ଇନିଂସରେ ଅତିକମ୍ରେ ପଞ୍ଚ ଓଭର ଖେଳାଯିବାକୁ ଚେଷ୍ଟା କରାଯିବ । କିନ୍ତୁ ଯଦି ମ୍ୟାଚ୍ ବର୍ଷା କାରଣୁ ୩୧ ତାରିଖରେ ଖେଳାଯାଇ ନପାରେ, ତେବେ ମ୍ୟାଚ୍କୁ ରଜର୍ଭ ଡେ'କୁ ଅର୍ଥାତ ଜୁନ୍ ୧ ତାରିଖକୁ ସ୍ଥାନାନ୍ତରିତ କରାଯିବ ।
ଯଦି ମ୍ୟାଚ୍ ରିଜର୍ଭ ଡେରେ ମଧ୍ୟ ଖେଳାଯାଏ ନାହିଁ
ଯଦି ବର୍ଷା ଯୋଗୁଁ ମ୍ୟାଚ୍ ରିଜର୍ଭ ଡେ, ଅର୍ଥାତ୍ ଜୁନ୍ ୧ ତାରିଖରେ ଆରମ୍ଭ ହୋଇନପାରେ, ତେବେ ମ୍ୟାଚ୍ ବାତିଲ କରାଯିବ । ଏପରି କ୍ଷେତ୍ରରେ ପଏଣ୍ଟ ଟେବୁଲରେ ଶୀର୍ଷରେ ଥିବା ଯୋଗୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଚାମ୍ପିୟନ୍ ଘୋଷଣା କରାଯିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories