RCB vs GT Final / RCB ଆଗରେ ୧୫୬ ରନ୍ର ବିଜୟ ଲକ୍ଷ୍ୟ; ପୂର୍ବରୁ ସମାନ ସ୍କୋର୍ ଅହମଦାବାଦରେ ଚେଜ୍ କରି ଜିତିଥିଲା ଗୁଜରାଟ ଟାଇଟନ୍ସ
·1 hour ago·2 min read

Key Points
ଆଇପିଏଲ୍ ଫାଇନାଲ୍ ମୁକାବିଲାରେ ଟସ୍ ଜିତି ପ୍ରଥମେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ଫିଲ୍ଡିଂ କରିଥିଲା । ୮ ୱିକେଟ୍ ହରାଇ ଗୁଜରାଟ ଟାଇଟନ୍ସ ୧୫୫ ରନ୍ ସ୍କୋର୍ କରିଛି ।
ଅହମଦାବାଦ: ଆଇପିଏଲ୍-୨୦୨୬ ସଂସ୍କରଣର ଫାଇନାଲ୍ ମୁକାବିଲା ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଖେଳା ଯାଉଛି । ଟସ୍ ଜିତି ପ୍ରଥମେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ଫିଲ୍ଡିଂ କରିଥିଲା । ୮ ୱିକେଟ୍ ହରାଇ ଗୁଜରାଟ ଟାଇଟନ୍ସ ୧୫୫ ରନ୍ ସ୍କୋର୍ କରିଛି ।
ଆରସିବି ଆଗରେ ରହିଛି ୧୫୬ ରନ୍ର ବିଜୟ ଲକ୍ଷ୍ୟ । ଦଳ ପକ୍ଷରୁ ରସିକ୍ଷ ସଲମ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଲେ ଭୁବନେଶ୍ଵର କୁମାର, ଜୋଶ ହେଜଲଉଡ୍ ୨ଟି ଲେଖାଏଁ ୱିକେଟ୍ ନେଇଛନ୍ତି । କ୍ରୁଣାଲ ପାଣ୍ଡ୍ୟାଙ୍କୁ ଗୋଟିଏ ସଫଳତା ମିଳିଛି ।
ଏଥିସହ ପଢ଼ନ୍ତୁ: ଅହମ୍ମଦାବାଦକୁ ୟେଲୋ ୱାର୍ଣ୍ଣିଂ; ବର୍ଷା ହେଲେ କିଏ ଜିତିବ IPL ଫାଇନାଲ୍ ?
ଫାଇନାଲ୍ ମ୍ୟାଚ୍ ଆରମ୍ଭରୁ ଗୁଜରାଟ ଟାଇଟନ୍ସର ବ୍ୟାଟିଂ ଲାଇନ୍ ବିପର୍ଯ୍ୟସ୍ତ ହୋଇଥିଲା । ୨.୨ ଓଭରରେ ଦଳୀୟ ସ୍କୋର୍ ୨୨ ରନ୍ ହୋଇଥିବା ବେଳେ ଆଉଟ୍ ହୋଇଥିଲେ ଅଧିନାୟକ ଶୁବମନ ଗିଲ୍ । ୩.୪ ଓଭରରେ ଦଳୀୟ ସ୍କୋର୍ ୨୬ ରନ୍ ହୋଇଥିବା ବେଳେ ସାଇ ସୁଦର୍ଶନ ପ୍ୟାଭିଲିୟନ୍ ଫେରିଥିଲେ ।
ଏହାପରେ ୭.୬ ଓଭର୍ରେ ଦଳୀୟ ସ୍କୋର୍ ୫୫ ରନ୍ ହୋଇଥିବା ବେଳେ ଆଉଟ୍ ହୋଇଥିଲେ ନିଶାନ୍ତ ସିନ୍ଧୁ । ଏହାପରେ ଦଳୀୟ ସ୍କୋର୍ ୭୩ ରନ୍ ହୋଇଥିବା ବେଳେ ଜସ୍ ବଟଲରଙ୍କ ୱିକେଟ୍ ଖସିଥିଲା ।
ଏଭଳି ଭାବେ ଦଳୀୟ ସ୍କୋର୍ ୯୯ ହୋଇଥିବା ବେଳେ ଅର୍ଶଦ ଖାନ, ଦଳୀୟ ସ୍କୋର୍ ୧୧୫ ରନ୍ରେ ରାହୁଲ ତେୱାଟିଆ, ଦଳର ସ୍କୋର୍ ୧୪୨ ହୋଇଥିବା ଜସନ ହୋଲ୍ଡର ଏବଂ ୧୫୧ ରନ୍ରେ ରସିଦ୍ ଖାନ୍ ଆଉଟ୍ ହୋଇଛନ୍ତି ।
ଏଥିସହ ପଢ଼ନ୍ତୁ: ପୁଣି ଇତିହାସ ଲେଖିଲା ନେପାଳ; ୨୨୧ ରନ୍ରେ ଜିତିନେଲା ଟି-ଟ୍ଵେଣ୍ଟି ମ୍ୟାଚ୍
ଗୁଜରାଟ ଟାଇଟନ୍ସ ପକ୍ଷରୁ ୱାଶିଂଟନ ସୁନ୍ଦର ଅପରାଜିତ ଭାବେ ୩୭ ବଲ୍ରେ ସର୍ବାଧିକ ୫୦ ରନ୍ ସ୍କୋର୍ କରିଛନ୍ତି । ୩ ଜଣ ଖେଳାଳି ଦୁଇ ଅଙ୍କ ସ୍କୋର୍ କରି ପାରି ନାହାନ୍ତି । ଓପନର୍ ସାଇ ସୁଦର୍ଶନ ୧୨ ରନ୍ ଓ ଅଧିନାୟକ ଗିଲ୍ ୧୦ ରନ୍ କରି ଆଉଟ୍ ହୋଇଛନ୍ତି ।
ଅହମଦାବାଦ ଆଉ ୧୫୫ ରନ୍
ଆଇପିଏଲ୍ର ଚଳିତ ସଂସ୍କରଣରେ ଅହମଦାବାଦ ଷ୍ଟାଡିୟମ୍ରେ ପୂର୍ବରୁ ଆରସିବି ଓ ଗୁଜରାଟ ଟାଇଟନ୍ସ ମୁହାଁମୁହିଁ ହୋଇଥିଲେ । ଆଇପିଏଲ୍ର ୪୨ ତମ ମ୍ୟାଚ୍ରେ ପ୍ରଥମେ ଆରସିବି ବ୍ୟାଟିଂ କରି ସମସ୍ତ ୱିକେଟ୍ ହରାଇ ୧୫୫ ରନ୍ ସ୍କୋର୍ କରିଥିଲା ।
୧୫୬ ରନ୍କୁ ଚେଜ୍ କରି ୨୫ ବଲ୍ ବାକି ଥାଇ ମ୍ୟାଚ୍ ଜିତି ନେଇଥିଲା ଗୁଜରାଟ ଟାଇଟନ୍ସ । ୧୫.୫ ଓଭର୍ରେ ଗୁଜରାଟ ଟାଇଟନ୍ସ ୬ ୱିକେଟ୍ ହରାଇ ୧୫୮ ରନ୍ କରି ୪ ୱିକେଟ୍ରେ ବିଜୟୀ ହୋଇଥିଲା ।
ଉକ୍ତ ମ୍ୟାଚ୍ରେ ଗୁଜରାଟର ଓପନର ସାଇ ସୁଦର୍ଶନ ଫାଇନାଲ୍ ମ୍ୟାଚ୍ ଭଳି ଫ୍ଲଫ୍ ହୋଇଥିଲେ । ସାଇ ସୁଦର୍ଶନ ମାତ୍ର ୬ ରନ୍ କରି ଆଉଟ୍ ହୋଇଥିଲେ । ହେଲେ ୧୮ ବଲ୍ରେ ଗିଲ୍ଙ୍କ ୪୩ ରନ୍, ୧୯ ବଲ୍ରେ ଜସ ବଟଲରଙ୍କ ୩୯ ରନ ଦଳକୁ ବିଜୟ ମୁହାଁ କରିଥିଲା ।
ହେଲେ ଫାଇନାଲ୍ରେ ଗିଲ୍ ମାତ୍ର ୧୦ ରନ୍ ଓ ଜସ ବଟଲର୍ ୧୯ ରନ୍ କରି ଆଉଟ୍ ହୋଇଛନ୍ତି । ଉକ୍ତ ମ୍ୟାଚ୍ରେ ଆରସିବି ପ୍ରଥମେ ବ୍ୟାଟିଂ କରିଥିଲା । ହେଲେ ଫାଇନାଲ୍ ମ୍ୟାଚ୍ରେ ଗୁଜରାଟ ପ୍ରଥମେ ବ୍ୟାଟିଂ କରି ଆରସିବିକୁ ୧୫୬ ରନ୍ ଟାର୍ଗେଟ୍ ଦେଇଛି । ଏବେ ଉଭୟ ଦଳର ପ୍ରଶଂସକଙ୍କ ନଜର ରହିଛି କିଏ ହେବ ଟାଇଟଲ୍ ବିଜେତା ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories