RCB vs GT Final / ଚଉକା, ଛକା ବର୍ଷା କରୁଛି RCB; ଭେଙ୍କଟେଶ ଆୟର, ଦେବଦତ୍ତ ଆଉଟ୍
·1 hour ago·2 min read

Key Points
ଆରମ୍ଭରୁ ଆରସିବିର ଓପନର୍ ଭେଙ୍କଟେଶ ଆୟର ଓ ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଛି । କହିବାକୁ ଗଲେ ପାୱାର ପ୍ଲେର ଭରପୂର ଫାଇଦା ଉଠାଇଛନ୍ତି ଆରସିବିର ବ୍ୟାଟର୍ ।
ଅହମଦାବାଦ: ଆଇପିଏଲ୍ ଫାଇନାଲ୍ ମୁକାବିଲାରେ ଗୁଜରାଟ ଟାଇଟନ୍ସ ଦେଇଥିବା ୧୫୬ ରନ୍ର ପିଛା କରୁଛି ଆରସିବି । ଆରମ୍ଭରୁ ଆରସିବିର ଓପନର୍ ଭେଙ୍କଟେଶ ଆୟର ଓ ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଛି ।
କହିବାକୁ ଗଲେ ପାୱାର ପ୍ଲେର ଭରପୂର ଫାଇଦା ଉଠାଇଛନ୍ତି ଆରସିବିର ବ୍ୟାଟର୍ । ପ୍ରଥମ ଓଭର୍ରେ ଆରସିବି ମାତ୍ର ୫ ରନ୍ ସଂଗ୍ରହ କରିଥିଲା । ଦ୍ଵିତୀୟ ଓଭର୍ରେ ପ୍ରହାର ଆରମ୍ଭ କରିଥିଲେ ଭେଙ୍କଟେଶ । ଦଳୀୟ ସ୍କୋର୍କୁ ୨୩ ରନ୍ରେ ପହଞ୍ଚାଇଥିଲେ ।
ଏଥିସହ ପଢ଼ନ୍ତୁ: RCB ଆଗରେ ୧୫୬ ରନ୍ର ବିଜୟ ଲକ୍ଷ୍ୟ; ପୂର୍ବରୁ ସମାନ ସ୍କୋର୍ ଅହମଦାବାଦରେ ଚେଜ୍ କରି ଜିତିଥିଲା ଗୁଜରାଟ ଟାଇଟନ୍ସ
ତୃତୀୟ ଓଭର୍ ସୁଦ୍ଧା ଆରସିବି କୌଣସି ୱିକେଟ୍ ନ ହରାଇ ୩୬ ରନ୍ କରିଥିଲା । ଚତୁର୍ଥ ଓଭର୍ରେ ଦଳ ୧୯ ରନ୍ ସଂଗ୍ରହ କରି କୌଣସି ୱିକେଟ୍ ନ ହରାଇ ୫୫ ରନ୍ କରିଥିଲା । ପଞ୍ଚମ ଓଭର୍ରେ ଭେଙ୍କଟେଶ ଆଉଟ୍ ହୋଇଥିବା ବେଳେ ଦଳ ୬୩ ରନ୍ କରିଥିଲା ।
ଏହାପରେ ଷଷ୍ଠ ଓଭର୍ରେ ଦେବଦତ୍ତ ପଡିକ୍କଲଙ୍କ ୱିକେଟ୍ ଖସିଛି । ଏବେ କ୍ରିଜ୍ରେ ବିରାଟ କୋହଲିଙ୍କ ସାଥ୍ ଦେଉଛନ୍ତି ଅଧିନାୟକ ରଜତ ପାଟିଦାର । ଆରସିବି ୬ ଓଭର୍ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ କରିଛି ୭୦ ରନ୍ । ଲଗାତାର ଦ୍ଵିତୀୟ ଥର ପାଇଁ ଆରସିବି ଆଇପିଏଲ୍ ଚାମ୍ପିଅନ୍ ହେବା ଲକ୍ଷ୍ୟରେ ଖେଳୁଛି ।
୧୫୬ ରନ୍ର ଟାର୍ଗେଟ୍
ଟସ୍ ଜିତି ପ୍ରଥମେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ଫିଲ୍ଡିଂ କରିଥିଲା । ୮ ୱିକେଟ୍ ହରାଇ ଗୁଜରାଟ ଟାଇଟନ୍ସ ୧୫୫ ରନ୍ ସ୍କୋର୍ କରିଛି । ଆରସିବି ଆଗରେ ରହିଛି ୧୫୬ ରନ୍ର ବିଜୟ ଲକ୍ଷ୍ୟ । ଦଳ ପକ୍ଷରୁ ରସିକ୍ଷ ସଲମ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଲେ ଭୁବନେଶ୍ଵର କୁମାର, ଜୋଶ ହେଜଲଉଡ୍ ୨ଟି ଲେଖାଏଁ ୱିକେଟ୍ ନେଇଛନ୍ତି । କ୍ରୁଣାଲ ପାଣ୍ଡ୍ୟାଙ୍କୁ ଗୋଟିଏ ସଫଳତା ମିଳିଛି ।
ଏଥିସହ ପଢ଼ନ୍ତୁ: ପୁଣି ଇତିହାସ ଲେଖିଲା ନେପାଳ; ୨୨୧ ରନ୍ରେ ଜିତିନେଲା ଟି-ଟ୍ଵେଣ୍ଟି ମ୍ୟାଚ୍
ଫାଇନାଲ୍ ମ୍ୟାଚ୍ ଆରମ୍ଭରୁ ଗୁଜରାଟ ଟାଇଟନ୍ସର ବ୍ୟାଟିଂ ଲାଇନ୍ ବିପର୍ଯ୍ୟସ୍ତ ହୋଇଥିଲା । ୨.୨ ଓଭରରେ ଦଳୀୟ ସ୍କୋର୍ ୨୨ ରନ୍ ହୋଇଥିବା ବେଳେ ଆଉଟ୍ ହୋଇଥିଲେ ଅଧିନାୟକ ଶୁବମନ ଗିଲ୍ । ୩.୪ ଓଭରରେ ଦଳୀୟ ସ୍କୋର୍ ୨୬ ରନ୍ ହୋଇଥିବା ବେଳେ ସାଇ ସୁଦର୍ଶନ ପ୍ୟାଭିଲିୟନ୍ ଫେରିଥିଲେ ।
ଏହାପରେ ୭.୬ ଓଭର୍ରେ ଦଳୀୟ ସ୍କୋର୍ ୫୫ ରନ୍ ହୋଇଥିବା ବେଳେ ଆଉଟ୍ ହୋଇଥିଲେ ନିଶାନ୍ତ ସିନ୍ଧୁ । ଏହାପରେ ଦଳୀୟ ସ୍କୋର୍ ୭୩ ରନ୍ ହୋଇଥିବା ବେଳେ ଜସ୍ ବଟଲରଙ୍କ ୱିକେଟ୍ ଖସିଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories