Rohit Kohli 2nd ODI / ଦ୍ୱିତୀୟ ODIରେ ଖେଳିବେନି ରୋହିତ-କୋହଲି ? ୨୦୨୭ ବିଶ୍ବକପ୍ ପାଇଁ BCCI ର ବଡ଼ ପ୍ଲାନ୍
·1 hour ago·2 min read

Key Points
ଦ୍ୱିତୀୟ ଦିନିକିଆ ପୂର୍ବରୁ ବଡ଼ ଖବର
ରୋହିତ-କୋହଲିଙ୍କୁ ନେଇ ଗିଲ୍ଙ୍କ ବୟାନ
ଗିଲ୍ କହିଲେ ଅଲଗା କମ୍ବିନେସନ୍ର କଥା
ରୋହିତ-କୋହଲିଙ୍କୁ ନେଇ ଗିଲ୍ଙ୍କ ବୟାନ
ଗିଲ୍ କହିଲେ ଅଲଗା କମ୍ବିନେସନ୍ର କଥା
ଲଗାତାର ୬ଟି ମ୍ୟାଚ୍ରେ ପରାଜୟ ପରେ ଶେଷରେ ବିଜୟର ସ୍ବାଦ ଚାଖିଛି ଟିମ୍ ଇଣ୍ଡିଆ । ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ୬ ଓ୍ବିକେଟ୍ରେ ପରାସ୍ତ କରି ସିରିଜ୍ରେ ୧-୦ରେ ଆଗୁଆ ରହିଛି ଭାରତ । ତେବେ ଏହା କେବଳ ଏକ ବିଜୟ ନୁହେଁ ବରଂ ୨୦୨୭ ଦିନିକିଆ ବିଶ୍ବକପ୍କୁ ନଜରରେ ରଖି ନୂଆ ପରୀକ୍ଷା-ନିରୀକ୍ଷାର ସଙ୍କେତ ମଧ୍ୟ ଦେଇଛନ୍ତି ଅଧିନାୟକ ଶୁବମନ ଗିଲ୍ ।
ଦିନିକିଆ ସିରିଜ୍ ପୂର୍ବରୁ ଭାରତ ପ୍ରଥମେ ଆର୍ୟଲାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିଥିଲା । ଆଉ ଉଭୟ ମ୍ୟାଚ୍ରେ ଭାରତ ପରାଜୟ ବରଣ କରିଥିଲା । ସେହିପରି ଇଂଲଣ୍ଡ ବିପକ୍ଷରେ ମଧ୍ୟ ୪-୦ରେ ସିରିଜ୍ ହାରିଥିଲା ଟିମ୍ ଇଣ୍ଡିଆ । କିନ୍ତୁ ଦିନିକିଆରେ ଭଲ ଆରମ୍ଭ କରିଛି ଦଳ । ବିରାଟ କୋହଲି, ରୋହିତ ଶର୍ମା ଏବଂ ଜସପ୍ରୀତ ବୁମରାହଙ୍କ ସହିତ ଟିମ୍ ଇଣ୍ଡିଆ ଶକ୍ତିଶାଳୀ ଏବଂ ଅଭିଜ୍ଞ ମନେ ହେଉଛି ।
ମ୍ୟାଚ୍ ପରେ ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ଶୁବମନ ଗିଲ୍ କହିଛନ୍ତି ଯେ, ଦଳ ୨୦୨୭ ଦିନିକିଆ ବିଶ୍ୱକପ୍କୁ ନଜରରେ ରଖି ବିଭିନ୍ନ ପ୍ଲେଇଂ ଇଲେଭେନ୍ କମ୍ବିନେସନ୍ର ପରୀକ୍ଷା କରୁଛି । ତାଙ୍କ କହିବା ଅନୁଯାୟୀ, ମଧ୍ୟକ୍ରମ ଓ ନିମ୍ନକ୍ରମର ବ୍ୟାଟ୍ସମ୍ୟାନ୍ମାନେ ରନ୍ କରି ଦଳକୁ ଜିତାଇବା ଅଧିନାୟକ ଓ ଟପ୍ ଅର୍ଡର ବ୍ୟାଟରମାନଙ୍କ ଆତ୍ମବିଶ୍ୱାସକୁ ବଢ଼ାଇଥାଏ ।
ଅଧିକ ପଢ଼ନ୍ତୁ: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ରୋହିତ-କୋହଲି ଫ୍ଲପ୍; ୬ ୱିକେଟ୍ରେ ଜିତିଲା ଭାରତ
ଗିଲ୍ କହିଛନ୍ତି, ଦଳ ପ୍ରଥମେ ବୋଲିଂ କରିବାକୁ ଚାହୁଁଥିଲା, ଲକ୍ଷ୍ୟ ୩୨୦ ରନ୍ ହେଲେ ମଧ୍ୟ ସେଥିରେ ପରିବର୍ତ୍ତନ ହୋଇନଥାନ୍ତା । ବ୍ୟାଟିଂ ଲାଇନ୍ଅପ୍ ଉପରେ ଦଳର ପୂର୍ଣ୍ଣ ବିଶ୍ୱାସ ଥିବା ସେ କହିଛନ୍ତି । ଯଦିଓ ଭାରତ ମ୍ୟାଚ୍ ଜିତିଥିଲା, କିନ୍ତୁ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପାଇଁ ଦିନଟି ସଫଳ ରହିନଥିଲା । ରୋହିତ ୧୧ ରନ୍ କରି ଆଉଟ୍ ହୋଇଥିବା ବେଳେ ବିରାଟ କେବଳ ୫ ରନ୍ କରି ପାଭିଲିଅନ୍କୁ ଫେରିଥିଲେ ।
ଗିଲ୍ଙ୍କ ମତରେ, ଇଂଲଣ୍ଡର ପିଚ୍ ଓ ପରିସ୍ଥିତି ଦକ୍ଷିଣ ଆଫ୍ରିକାର ପରିବେଶ ସହ ପ୍ରାୟ ସମାନ । ନୂଆ ବଲ୍ରେ ଅଧିକ ମୁଭମେଣ୍ଟ ଥିବାରୁ ଆରମ୍ଭରେ ବ୍ୟାଟିଂ କଷ୍ଟକର ଥିଲା, କିନ୍ତୁ ପରେ ପିଚ୍ ବ୍ୟାଟିଂ ପାଇଁ ଉପଯୋଗୀ ହୋଇଯାଇଥିଲା । ଏଭଳି ପରିସ୍ଥିତିରେ ଭିନ୍ନ ଭିନ୍ନ କମ୍ବିନେସନ୍ ପରୀକ୍ଷା କରିବା ଭବିଷ୍ୟତରେ ଦଳ ପାଇଁ ଲାଭ ବୋଲି ଗିଲ୍ କହିଛନ୍ତି ।
ସୂଚନାଯୋଗ୍ୟ, ଏକ ରିପୋର୍ଟ ଅନୁଯାୟୀ ୨୦୨୭ ବିଶ୍ୱକପ୍ ପୂର୍ବରୁ ସମସ୍ତ ଖେଳାଳିଙ୍କୁ ସୁଯୋଗ ଦେବା ପାଇଁ ବିସିସିଆଇ ରୋଟେସନ୍ ପଲିସି ଉପରେ ମଧ୍ୟ ବିଚାର କରୁଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories