Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Cricket News / ଟେଷ୍ଟ ପରାଜୟର ପ୍ରତିଶୋଧ ଦିନିକିଆରେ: ବଦଲା ନେବେ ରୋହିତ-କୋହଲି

Ritu Das
Browse all articles by Ritu Das
·7 months ago·3 min read
ଟେଷ୍ଟ ପରାଜୟର ପ୍ରତିଶୋଧ ଦିନିକିଆରେ: ବଦଲା ନେବେ ରୋହିତ-କୋହଲି
Rohit Sharma-Virat Kohli

Key Points

ବିରାଟ କୋହଲି ରୋହିତ ଶର୍ମାଙ୍କ ସମେତ ଅନ୍ୟ ଖେଳାଳି ପ୍ରାକ୍ଟିସ ସେସନରେ ଖୁବ୍ ଝାଳ ବୁହାଇଛନ୍ତି । ଅନ୍ୟ ଦିଗରେ ଦକ୍ଷିଣ ଆଫ୍ରିକା ମଧ୍ୟ ଟେଷ୍ଟ୍ ପରି ଦିନିକିଆ ସିରିଜରେ ପତିଆରା ଜାହିର କରିବାକୁ ଚେଷ୍ଟା କରିବ।
ପ୍ରତିଶୋଧ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ବଦଲା ନେବାକୁ ପଡିଆକୁ ଓହ୍ଲାଇବ ଭାରତ । ଘାଇଲା ବାଘ ପରି କରିପାରେ ଫାଇଟ୍ । ଭାରତୀୟ ଟିମଠାରୁ ଏପରି କିଛି ଆଶା କରୁଛନ୍ତି କ୍ରିକେଟ୍ ଫ୍ୟାନ୍ସ । ଟେଷ୍ଟ ପରାଜୟର ପ୍ରତିଶୋଧ ଦଳ ଦିନିକିଆରେ ନେବ ବୋଲି ଚାହୁଁଛନ୍ତି ସମସ୍ତେ । ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିଥିବା କୁହାଯାଉଛି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ୦-୨ରେ କ୍ଲିନ ସୁଇପ ହେବା ପରେ ଏବେ ଦିନିକିଆ ସିରିଜ୍ ଟିମ୍ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲା ରବିବାର ରାଞ୍ଚିରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ ପ୍ରାୟତଃ ସ୍ପଷ୍ଟ ହୋଇ ସାରିଥିବା କୁହାଯାଉଛି। ତେବେ ନମ୍ବର ୪ ଓ ୬କୁ ନେଇ ଏବେବି ସସପେନ୍ସ ଲାଗି ରହିଛି। 

ଏହାସହ ପଢ଼ନ୍ତୁ: ବୁମରାହଙ୍କୁ ଟେଷ୍ଟ ଦଳରୁ ବାହାର କରିଦିଅ...', ଜାଣନ୍ତୁ ଏମିତି କାହିଁକି କହିଲେ ଅଶ୍ବିନ


ଭାରତୀୟ ସମୟାନୁସାରେ ମୁକାବିଲା ଦିନ ୧ଟା ୩୦ରେ ଖେଳାଯିବ । ମୁକାବିଲା ପାଇଁ ଭାରତ ଜୋରଦାର ପ୍ରସ୍ତୁତି କରିଛି । ବିରାଟ କୋହଲି ରୋହିତ ଶର୍ମାଙ୍କ ସମେତ ଅନ୍ୟ ଖେଳାଳି ପ୍ରାକ୍ଟିସ ସେସନରେ ଖୁବ୍ ଝାଳ ବୁହାଇଛନ୍ତି । ଅନ୍ୟ ଦିଗରେ ଦକ୍ଷିଣ ଆଫ୍ରିକା ମଧ୍ୟ ଟେଷ୍ଟ୍ ପରି ଦିନିକିଆ ସିରିଜରେ ପତିଆରା ଜାହିର କରିବାକୁ ଚେଷ୍ଟା କରିବ ।

ରାହୁଲ କରିପାରନ୍ତି କିପିଂ

ଶୁଭମନ ଗିଲ ଆହତ ଜନିତ କାରଣ ପାଇଁ ସିରିଜରୁ ବାହାରେ ରହିଛନ୍ତି । ତାଙ୍କ ଅନୁପସ୍ଥିତିରେ କେଏଲ ରାହୁଲ ସିରିଜର ଅଧିନାୟକ ଦାୟିତ୍ଵ ସମ୍ଭାଳିବେ। ଏହା ସହ ଓ୍ଵିକେଟ୍ କିପିଂ ମଧ୍ୟ କରିବେ। ଗିଲଙ୍କ ଅନୁପସ୍ଥିତିରେ ରୋହିତ ଶର୍ମାଙ୍କ ସହ ଯଶସ୍ଵୀ ଜୟସ୍ଵାଲ ଓପନିଂ କରି ପାରନ୍ତି। ରୋହିତ ଓ ଜୟସ୍ଵାଲ ଓପନିଂ କଲେ ରାଇଟ୍ ଏବଂ ଲେଫ୍ଟ ସମନ୍ଵୟ ମଧ୍ୟ ରହିବ। ସେହିପରି ବିରାଟ କୋହଲି ପୂର୍ବପରି ତିନି ନମ୍ବର ସ୍ଥାନରେ ଖେଳିବେ ।

ତେବେ ନମ୍ବର ୪ରେ ବ୍ୟାଟିଂ ପାଇଁ ୩ ଜଣ ବ୍ୟାଟରଙ୍କ ନାଁ ଆସୁଛି । ପ୍ରଥମ ଦାବିଦାର ଭାବେ ଋତୁରାଜ ଗାଏକ୍ଵାଡ଼, ଦ୍ୱିତୀୟରେ ତିଳକ ବର୍ମା ଓ ତୃତୀୟରେ ଋଷଭ ପନ୍ତ ଅଛନ୍ତି। ୬ ନମ୍ବର ପାଇଁ ମଧ୍ୟ ଏହି ତିନି ଖେଳାଳି ପ୍ରମୁଖ ଦାବିଦାର। କିନ୍ତୁ ନମ୍ବର ୪ ପାଇଁ ଋତୁରାଜ ଗାଏକ୍ଵାଡ଼ଙ୍କୁ ସୁଯୋଗ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହା ମଧ୍ୟ ସ୍ପଷ୍ଟ ଯେ, କେଏଲ ରାହୁଲ ନିଜେ ଓ୍ଵିକେଟ୍ କିପିଂ କରିବେ। ଯଦି ପନ୍ତ ଖେଳିବେ ତେବେ ସେ ଜଣେ ବ୍ୟାଟର ଭାବେ ଖେଳି ପାରନ୍ତି।

ଏହାସହ ପଢ଼ନ୍ତୁ: ଭାରତ ବନାମ ଦକ୍ଷିଣଆଫ୍ରିକା: ରାଞ୍ଚିରେ ଦିନିକିଆ ଲଢ଼େଇ ଆଜିଠାରୁ

୨୫ ବର୍ଷ ହେଲା ଜିତିନି ଦକ୍ଷିଣ ଆଫ୍ରିକା

ଦକ୍ଷିଣ ଆଫ୍ରିକା ଶେଷ ଥର ପାଇଁ ୨୦୦୦ ମସିହାରେ ଭାରତରେ ସରିଜ୍ ବିଜୟୀ ହୋଇଥିଲା । ସେବେଠାରୁ, ଦଳ ଏଠାରେ ୫ଟି ସିରିଜ ଖେଳିଛି, ତିନୋଟିରେ ପରାଜିତ ହୋଇଛି ଏବଂ ଦୁଇଟି ଡ୍ର ହୋଇଛି। । ଏବେ ୩ ମ୍ୟାଚ୍ ବିଶିଷ୍ଟ ଓଡିଆଇ ସିରିଜ୍ ଉପରେ ସମସ୍ତଙ୍କ ନଜର ରହିଛି । ୩ଟି ମ୍ୟାଚ୍ ନଭେମ୍ବର ୩୦, ଡିସେମ୍ବର ୩ ଏବଂ ଡିସେମ୍ବର ୬ରେ ଖେଳାଯିବ। ଏଠାରେ ୩-୦ରେ ବିଜୟ ଭାରତକୁ ଟେଷ୍ଟ ପରାଜୟର ଯନ୍ତ୍ରଣାକୁ କିଛି ମାତ୍ରାରେ କମ୍ କରିପାରେ । ଭାରତ ଏବଂ ଦକ୍ଷିଣ ଆଫ୍ରିକା ୫୮ ଟି ODI ମ୍ୟାଚ୍ ଖେଳିଛନ୍ତି। ଭାରତ ୨୭ ଟି ଜିତିଛି । ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ୩୦ ଟି ଦିନିକିଆ ମ୍ୟାଚ ଜିତିଛି। ଗୋଟିଏ ମ୍ୟାଚ୍ ଡ୍ରରେ ହୋଇଥିଲା । ଯଦି ଭାରତ ୩-୦ ବିଜୟ ହାସଲ କରେ, ତେବେ ଉଭୟ ଦଳର ODIରେ ବିଜୟ-ପରାଜୟ ରେକର୍ଡ ସମାନ ହୋଇଯିବ ।

ସିରିଜ୍ ବିଜୟ ଦୃଷ୍ଟିରୁ ଟିମ୍ ଇଣ୍ଡିଆ ନିଶ୍ଚିତ ଭାବରେ ଉପରେ ଅଛି। ଏପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ୧୫ଟି ଦିନିକିଆ ସିରିଜ୍ ଖେଳାଯାଇଛି। ଦକ୍ଷିଣ ଆଫ୍ରିକା ୬ଟି ଜିତିଛି ଏବଂ ଭାରତ ୮ଟି ଜିତିଛି । ୨୦୦୫ରେ ଗୋଟିଏ ସିରିଜ୍ ଡ୍ର ଥିଲା। ଦୁଇ ଦଳ ଶେଷ ଥର ପାଇଁ ୨୦୨୩ରେ ଏକ ଦିନିକିଆ ସିରିଜ୍ ଖେଳିଥିଲେ, ଯାହାକୁ ଭାରତ ୨-୧ରେ ଜିତିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rohit & Kohli Ready to Take Revenge After Test Defeat | Argus News