Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Rohit Sharma Record / ଇତିହାସ ରଚିଲେ ରୋହିତ ଶର୍ମା, ଭାଙ୍ଗିଲେ ୩୭ ବର୍ଷ ପୁରୁଣା ରେକର୍ଡ

Santosh Kumar Sahoo
Browse all articles by Santosh Kumar Sahoo
·1 month ago·2 min read
ଇତିହାସ ରଚିଲେ ରୋହିତ ଶର୍ମା, ଭାଙ୍ଗିଲେ ୩୭ ବର୍ଷ ପୁରୁଣା ରେକର୍ଡ
Rohit Sharma

Key Points

ରୋହିତ ଶର୍ମାଙ୍କ ବଡ଼ କାରନାମା
ଅମରନାଥଙ୍କ ରେକର୍ଡ ଭାଙ୍ଗିଲେ
୩୯ ବର୍ଷ ବୟସରେ ରୋହିତଙ୍କ ନୂଆ ଇତିହାସ
ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଏକ ଦିନିକିଆ ସିରିଜ୍ ଖେଳାଯାଉଛି । ସିରିଜର ପ୍ରଥମ ମ୍ୟାଚ୍ ଜୁନ୍ ୧୩ ତାରିଖରେ ଧର୍ମଶାଳାରେ ଖେଳାଯାଉଛି । ବର୍ଷା କାରଣରୁ ଏହି ମ୍ୟାଚ୍‌ ୨୫ ଓଭରର ବିଶିଷ୍ଟ ଖେଳାଯିବ । ତେବେ ଏହି ବର୍ଷା ପ୍ରଭାବିତ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଟିମ୍‌ ଇଣ୍ଡିଆ । ପ୍ରଥମ ଦିନିକିଆର ପ୍ଲେଇଂ ଇଲେଭେନ୍‌ରେ ସାମିଲ ହେବା ପରେ ନୂଆ ଇତିହାସ ରଚିଛନ୍ତି ରୋହିତ ଶର୍ମା । ସେ ୩୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି ।

ରୋହିତ ଶର୍ମା ଭାରତ ପାଇଁ ଦିନିକିଆ ଖେଳିଥିବା ସବୁଠାରୁ ବୟସ୍କ ଖେଳାଳି ହୋଇଛନ୍ତି । ସେ ୩୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି । ସେ ମୋହିନ୍ଦର ଅମରନାଥଙ୍କ ରେକର୍ଡ ଭାଙ୍ଗିଛନ୍ତି, ଯିଏ ଭାରତ ପାଇଁ ସବୁଠୁ ଅଧିକ ବୟସରେ ଦିନିକିଆ ମ୍ୟାଚ୍‌ ଖେଳିଥିଲେ ।

ଅମରନାଥ ଭାରତ ପାଇଁ ତାଙ୍କର ଶେଷ ଦିନିକିଆ ଖେଳିବା ସମୟରେ ୩୯ ବର୍ଷ ୩୬ ଦିନ ବୟସର ଥିଲେ । ତେବେ ଆଫଗାନିସ୍ତାନ ବିପକ୍ଷରେ ପ୍ରଥମ ଦିନିକିଆ ଖେଳୁଥିବା ରୋହିତ ଶର୍ମାଙ୍କ ବୟସ ୩୯ ବର୍ଷ ୪୪ ଦିନ । ତେଣୁ ସେ ଅମରନାଥଙ୍କ ୩୭ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି ।



ନୋଲାନ୍ କ୍ଲାର୍କ ବିଶ୍ୱର ସବୁଠାରୁ ବୟସ୍କ ଖେଳାଳି ଯିଏ ତାଙ୍କ ଦେଶକୁ ଦିନିକିଆରେ ପ୍ରତିନିଧିତ୍ୱ କରିଛନ୍ତି । ସେ ୪୭ ବର୍ଷ ୨୫୭ ଦିନ ବୟସରେ ଦିନିକିଆରେ ତାଙ୍କ ଦେଶକୁ ପ୍ରତିନିଧିତ୍ୱ କରିଥିଲେ ।

ରୋହିତ ଶର୍ମାଙ୍କୁ ଦିନିକିଆ ସିରିଜ୍ ପୂର୍ବରୁ ଅନଫିଟ୍ ଘୋଷଣା କରାଯାଇଥିଲା । କିନ୍ତୁ ସେ ବେଙ୍ଗାଲୁରୁ ସ୍ଥିତ ସେଣ୍ଟର ଅଫ୍‌ ଏକ୍ସଲେନ୍ସକୁ(CoE) ଯାଇଥିଲେ ଓ ପରେ ଫିଟନେସ୍‌ ପରୀକ୍ଷାରେ ପାସ୍‌ କରି ଟିମ୍ ଇଣ୍ଡିଆରେ ସାମିଲ ହୋଇଥିଲେ ।

ଅଧିକ ପଢ଼ନ୍ତୁ: ଡେଲ୍ ଷ୍ଟେନଙ୍କ ବଡ଼ ଭବିଷ୍ୟବାଣୀ, ସଚିନ୍ ଓ କୋହଲିଙ୍କଠୁ ଅଧିକ ସଫଳତା ପାଇବେ ସୂର୍ଯ୍ୟବଂଶୀ



ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ୨୦୨୪ ଟି-୨୦ ବିଶ୍ବକପ୍‌ ଓ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା । ସେ ଟେଷ୍ଟ ଓ ଟି-୨୦ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ସେ ଭାରତ ପାଇଁ ଏବେ କେବଳ ଦିନିକିଆ ଖେଳୁଛନ୍ତି । ରୋହିତଙ୍କ ଲକ୍ଷ୍ୟ ଏବେ ୨୦୨୭ ଦିନିକିଆ ବିଶ୍ବକପ୍‌ ଉପରେ ରହିଛି ।

ଭାରତର ଚୁଡ଼ାନ୍ତ ଏକାଦଶ: ଶୁବମନ ଗିଲ୍‌(ଅଧିନାୟକ), ରୋହିତ ଶର୍ମା, କେଏଲ ରାହୁଲ, ଶ୍ରେୟସ ଆୟର, ଇଶାନ କିଶାନ, ଓ୍ବାଶିଂଟନ୍ ସୁନ୍ଦର, ନୀତୀଶ କୁମାର ରେଡ୍ଡୀ, ହର୍ଷ ଦୁବେ, ଗୁରନୁର ବ୍ରାର, ଅର୍ଶଦୀପ ସିଂ, ପ୍ରସିଦ୍ଧ କ୍ରିଷ୍ଣା
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rohit Sharma Breaks 37-Year-Old ODI Record, Creates History | Argus News