Videos
|
Sports

Hitman Record / ୫୫୦ ଛକା, ଦ୍ରୁତତମ ଅର୍ଦ୍ଧଶତକ; IPLର ପ୍ରଥମ ମ୍ୟାଚରେ ରୋହିତଙ୍କ ଏକାଧିକ ରେକର୍ଡ

Debashree Debasmita Sahoo
Browse all articles by Debashree Debasmita Sahoo
·5 months ago·2 min read
୫୫୦ ଛକା, ଦ୍ରୁତତମ ଅର୍ଦ୍ଧଶତକ; IPLର ପ୍ରଥମ ମ୍ୟାଚରେ ରୋହିତଙ୍କ ଏକାଧିକ ରେକର୍ଡ
Hitman Record

Key Points

KKR ବିରୋଧରେ ରୋହିତ ଶର୍ମାଙ୍କ ଧୂଆଁଧାର ବ୍ୟାଟିଂ
ଆଇପିଏଲର ପ୍ରଥମ ମ୍ୟାଚରେ ରଚିଲେ ଇତିହାସ
ନିଜା ନାଁରେ କଲେ ଏକାଧିକ ରେକର୍ଡ
ହିଟମ୍ୟାନ୍ ରୋହିତ ଶର୍ମା ଆଇପିଏଲ ୨୦୨୬ର ଶୁଭାରମ୍ଭ ଏକ ଦମଦାର ଢଙ୍ଗରେ କରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସର ଏହି ପୂର୍ବତନ କ୍ୟାପ୍ଟେନ ଦଳର ପ୍ରଥମ ମ୍ୟାଚରୁ ହିଁ ଉତ୍କୃଷ୍ଟ କ୍ରିକେଟ ଖେଳିଛନ୍ତି । ଏହାସହିତ ସେ ନିଜ ନାଁରେ ଏକାଧିକ ରେକର୍ଡ ସୃଷ୍ଟି କରିଛନ୍ତି । ସେ ମାତ୍ର ୨୩ଟି ବଲରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହି ପାଳିରେ ହିଟମ୍ୟାନ୍ ଏକ ରେକର୍ଡ ନିଜ ନାଁରେ କରିଛନ୍ତି । ଏହା ତାଙ୍କ ଆଇପିଏଲ କ୍ୟାରିଅରର ସବୁଠୁ ଦ୍ରୁତତମ ଅର୍ଦ୍ଧଶତକ ହୋଇଛି ।

ରୋହିତ ଶର୍ମା ଏହି ମ୍ୟାଚରେ ମୋଟ ୬ଟି ଛକା ମାରିଛନ୍ତି । ହେଲେ କେବଳ ୩ଟି ଛକା ମାରିବା ବେଳେ ସେ ନିଜ ନାଁରେ ଏକ ରେକର୍ଡ ଯୋଡ଼ିଛନ୍ତି । କେକେଆର ବିରୋଧରେ ୩ଟି ଛକା ମାରିବା ସହ ନିଜ କ୍ରିକେଟ କ୍ୟାରିଅର ମଧ୍ୟରେ ୫୫୦ଟି ଛକା ପୂରା କରିଛନ୍ତି । ଏହି ଉପଲବ୍ଧି ସହିତ ଟି-୨୦ କ୍ରିକେଟରେ ୫୦୦ ଛକା ମାରିଥିବା ଖେଳାଳିଙ୍କ ମଧ୍ୟରେ ଏସିଆରୁ ନମ୍ବର-୧ ହୋଇପାରିଛନ୍ତି । ସେହିପରି ପୁରା ଦୁନିଆରୁ ଏହି ରେକର୍ଡ ହାସଲ କରିବାରେ ସେ ନବମ କ୍ରିକେଟର ହୋଇପାରିଛନ୍ତି ।

ଏହାବ୍ୟତୀତ ରୋହିତ ଶର୍ମା କୋଲକାତ ନାଇଟ ରାଇଡର୍ସ ବିରୋଧରେ ନିଜର ମୋଟ ରନ ସ୍କୋର ୧୧୦୦କୁ ପାର କରିଛନ୍ତି । କେକେଆର ବିରୋଧରେ ଏତେ ରନ ହାସଲ କରିବାରେ ସେ ପ୍ରଥମ କ୍ରିକେଟର ହୋଇଛନ୍ତି । ଏହା ପୂର୍ବରୁ ଏହି ତାଲିକାର ପ୍ରଥମରେ ଡେଭିଡ୍ ୱାର୍ଣ୍ଣର ଥିଲେ ।

ପଢନ୍ତୁ ଏହି ଖବର: ରୋହିତଙ୍କ ବ୍ୟାଟରୁ ଛକା-ଚୌକା ବର୍ଷା; ୧୩ ବର୍ଷ ପରେ ଭାଙ୍ଗିଲା ପ୍ରଥମ ମ୍ୟାଚ୍ ପରାଜୟର ଧାରା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହିତ ହିଟମ୍ୟାନ୍ ରୋହିତ ଶର୍ମା ତାଙ୍କ IPL କ୍ୟାରିୟରରେ ୫୦ତମ ଥର ପାଇଁ ୫୦ ରନ ସ୍କୋର କରିଛନ୍ତି । ଏହି ସଫଳତା ହାସଲ କରିବାରେ ସେ କେବଳ ଚତୁର୍ଥ ଖେଳାଳି ହୋଇଛନ୍ତି । ବିରାଟ କୋହଲିଙ୍କ ପରେ ସେ ଏହି ସଫଳତା ହାସଲ କରିବାରେ କେବଳ ଦ୍ୱିତୀୟ ଭାରତୀୟ ଖେଳାଳି ହୋଇପାରିଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରୋହିତ ଶର୍ମା ପାୱାରପ୍ଲେ ମଧ୍ୟରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ । ଏହା ତାଙ୍କ ଆଇପିଏଲ କ୍ୟାରିୟରରେ ପ୍ରଥମ ଥର ପାଇଁ ପାୱାରପ୍ଲେରେ ୫୦ ରନ ଥିଲା । ପ୍ରାରମ୍ଭିକ ଓଭରଗୁଡ଼ିକରେ ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂ ମୁମ୍ବାଇ ଇଣ୍ଡିଆନ୍ସକୁ ଏକ ଦୃଢ଼ ଆରମ୍ଭ ଦେଇଥିଲା ଏବଂ କେକେଆର ବୋଲିଂ ଉପରେ ଚାପ ପକାଇଥିଲା । ଫଳରେ ମୁମ୍ବାଇ ଦୀର୍ଘ ୧୩ ବର୍ଷ ପରେ ଆଇପିଏଲ ସିଜିନର ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛି ଏବଂ ପ୍ରଥମ ମ୍ୟାଚ ପରାଜୟ ଧାରାକୁ ଭାଙ୍ଗିଛି ।