Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Rohit Sharma / ୮ ମାସରେ ଭାରତକୁ ଜିତାଇଥିଲେ ୨ଟି ICC ଟ୍ରଫି, କିନ୍ତୁ ହଠାତ ଛଡ଼ାଇନେଲେ ଅଧିନାୟକ ପଦ

Santosh Kumar Sahoo
Browse all articles by Santosh Kumar Sahoo
·9 months ago·3 min read
୮ ମାସରେ ଭାରତକୁ ଜିତାଇଥିଲେ ୨ଟି ICC ଟ୍ରଫି, କିନ୍ତୁ ହଠାତ ଛଡ଼ାଇନେଲେ ଅଧିନାୟକ ପଦ

Key Points

ଆଠ ମାସରେ ଦୁଇଟି ଆଇସିସି ଟ୍ରଫି ଜିତାଇଲେ । ହେଲେ ହଠାତ୍ ODI ଅଧିନାୟକ ପଦରୁ ହଟାଇଲେ । 

ଭାରତୀୟ କ୍ରିକେଟ ଦଳର ସବୁଠାରୁ ସଫଳ ODI ଅଧିନାୟକଙ୍କ ମଧ୍ୟରୁ ରୋହିତ ଶର୍ମା ଅନ୍ୟତମ । ଗତ ଆଠ ମାସ ମଧ୍ୟରେ ସେ ଭାରତକୁ ଦୁଇ ଦୁଇଟି ଆଇସିସି ଟ୍ରଫି ଭେଟି ଦେଇଛନ୍ତି । କିନ୍ତୁ ରୋହିତଙ୍କୁ ଶନିବାର ହଠାତ୍ ଅଧିନାୟକ ପଦରୁ ହଟାଇ ଦିଆଯାଇଛି ।

ଚଳିତ ବର୍ଷ ମାର୍ଚ୍ଚ ମାସରେ ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଭାରତ ICC ଚାମ୍ପିଅନ୍ସ ଟ୍ରଫିରେ ବିଜୟ ଲାଭ କରିଥିଲା । ସେବେଠାରୁ ଭାରତ ଗୋଟିଏ ବି ଦିନିକିଆ ମ୍ୟାଚ୍ ଖେଳିନାହିଁ । କିନ୍ତୁ ହଠାତ୍ ରୋହିତଙ୍କୁ ଅଧିନାୟକ ପଦରୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି । କୁହାଯାଉଛି ଯେ BCCI ଭବିଷ୍ୟତକୁ ବିଚାରକୁ ନେଇ ରୋହିତଙ୍କ ସ୍ଥାନରେ ୨୬ ବର୍ଷୀୟ ଶୁବମନ ଗିଲଙ୍କୁ ଦିନିକିଆରେ ଅଧିନାୟକ ଭାବରେ ନିଯୁକ୍ତ କରିଛି ।

ଶନିବାର ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍ ଇଣ୍ଡିଆର ଦଳ ଘୋଷଣା ପରେ BCCI କିମ୍ବା ଚୟନ କମିଟିର ଅଧ୍ୟକ୍ଷ ରୋହିତ ଶର୍ମାଙ୍କୁ ହଟାଇବା ପାଇଁ କୌଣସି ସ୍ପଷ୍ଟ କାରଣ ଦେଇ ନଥିଲେ । କିନ୍ତୁ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର କହିଛନ୍ତି ଯେ ସେମାନେ ତାଙ୍କୁ ଏହି ନିଷ୍ପତ୍ତି ବିଷୟରେ ଅବଗତ କରାଇଛନ୍ତି।

ଅଧିକ ପଢ଼ନ୍ତୁ: ବିଶ୍ବକପରେ ପୁଣି ଅପମାନିତ ହେଲା ପାକିସ୍ତାନ, ହାତ ମିଳାଇଲେନି ଭାରତୀୟ ଅଧିନାୟକ

ରୋହିତ ଶର୍ମାଙ୍କୁ କାହିଁକି ଅଧିନାୟକ ପଦରୁ ହଟାଇ ଦିଆଗଲା

ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ସ୍ପଷ୍ଟ ଭାବରେ କହିଛନ୍ତି ଯେ କେବଳ କିଛି ODI ବାକି ଥିବାରୁ ତିନି ଜଣ ଭିନ୍ନ ଅଧିନାୟକ ରଖିବା ଅସମ୍ଭବ । କାରଣ ଏହା ରଣନୀତି ବିକାଶକୁ ବାଧା ଦିଏ । ସେ କହିଛନ୍ତି, ତିନୋଟି ଫର୍ମାଟ୍ ପାଇଁ ତିନି ଜଣ ଅଧିନାୟକ ରଖିବା ବାସ୍ତବରେ ଅସମ୍ଭବ । ସେହିପରି ବର୍ତ୍ତମାନ ସମୟରେ ଦିନିକିଆ ଫର୍ମାଟ ବହୁତ କମ୍ ଖେଳାଯାଏ । ତେଣୁ ପରବର୍ତ୍ତୀ ଅଧିନାୟକଙ୍କୁ ଦେବା ପାଇଁ ବହୁତ୍ ମ୍ୟାଚ୍ ନାହିଁ । ତାଙ୍କୁ ପ୍ରସ୍ତୁତି ଏବଂ ରଣନୀତି ପ୍ରସ୍ତୁତ କରିବା ପାଇଁ ସମୟ ଦେବା ଗୁରୁତ୍ବପୂର୍ଣ୍ଣ ବୋଲି ଅଗରକର କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରୋହିତଙ୍କ ରେକର୍ଡ ଧୋନି ଓ କୋହଲିଙ୍କଠୁ ଭଲ

ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଠାତ୍ ହଟାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ରୋହିତଙ୍କ ରେକର୍ଡ ଆଇସିସିରେ ବହୁତ ଭଲ ରହିଛି । ରୋହିତ ICC ଟୁର୍ଣ୍ଣାମେଣ୍ଟରେ ୨୫ ମ୍ୟାଚ୍ ମଧ୍ୟରୁ ୨୪ ଜିତିଛନ୍ତି । ୨୦୧୭ରୁ ୨୦୨୫ ମଧ୍ୟରେ ରୋହିତ ୫୬ ଦିନିକିଆରେ ଭାରତର ଅଧିନାୟକତ୍ୱ କରିଥିଲେ । ଯେଉଁଥିରୁ ୪୨ଟି ମ୍ୟାଚରେ ଭାରତକୁ ବିଜୟୀ କରାଇଥିଲେ । ସେହିପରି ରୋହିତ ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଭାରତକୁ ବିଜୟୀ କରାଇଥିଲେ ।

ଏହା ପୂର୍ବରୁ ସେ ୨୦୨୪ ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆକୁ ବିଜୟୀ କରାଇଥିଲେ । ସେହିପରି ୨୦୨୩ ଦିନିକିଆ ବିଶ୍ବକପରେ ଭାରତ ରନର୍ସ ଅପ୍ ହୋଇଥିଲା । ରୋହିତଙ୍କ ଅଧିନାୟକତ୍ୱରେ ବିଜୟ ୭୫ ପ୍ରତିଶତ ରହିଛି । ଏହି ରେକର୍ଡ ବିରାଟ କୋହଲି (୬୮.୪%) ଏବଂ ଏମଏସ ଧୋନି (୫୫%) ଅପେକ୍ଷା ଯଥେଷ୍ଟ ଭଲ।
ରୋହିତ ଶର୍ମା କ୍ରିକେଟ ଇତିହାସରେ ଦ୍ୱିତୀୟ ଖେଳାଳି ଯିଏ ଦିନିକିଆରେ ଅଧିନାୟକ ଭାବରେ ୫୦ରୁ ଅଧିକ ହାରରେ ଏବଂ ୧୦୦ରୁ ଅଧିକ ଷ୍ଟ୍ରାଇକ୍ ରେଟରେ ରନ୍ କରିଛନ୍ତି । ଏହି କ୍ଷେତ୍ରରେ କେବଳ ଏବି ଡିଭିଲିୟର୍ସ ତାଙ୍କୁ ପଛରେ ପକାଇଛନ୍ତି । ଭାରତରେ ଖେଳାଯାଇଥିବା ୨୦୨୩ ODI ବିଶ୍ୱକପରେ ରୋହିତ ଶର୍ମା ୫୯୭ ରନ୍ କରିଥିଲେ । ଏହା ଏକ ODI ଟୁର୍ଣ୍ଣାମେଣ୍ଟରେ ଜଣେ ଅଧିନାୟକଙ୍କ ଦ୍ୱାରା ଦ୍ୱିତୀୟ ସର୍ବାଧିକ ରନ ।
ରୋହିତଙ୍କ ବୟସକୁ ବିଚାରକୁ ନେଇ ନିଷ୍ପତ୍ତି ନିଆଯାଇଥିଲା କି?

ଏହା ସ୍ପଷ୍ଟ ଭାବରେ ବିଶ୍ୱାସ କରାଯାଉଛି ଯେ ରୋହିତ ଶର୍ମାଙ୍କ ବୟସକୁ ବିଚାରକୁ ନେଇ ଏହି ନିଷ୍ପତ୍ତି ନିଆଯାଇଥିଲା। ବାସ୍ତବରେ ୨୦୨୭ରେ ODI ବିଶ୍ୱକପ୍ ସମୟରେ ରୋହିତଙ୍କୁ ୪୦ ବର୍ଷ ହୋଇଥିବା । ତେଣୁ ରୋହିତ ଶର୍ମାଙ୍କୁ ହଟାଇବାର ଏହାକୁ ପ୍ରାଥମିକ କାରଣ ଭାବରେ ବିବେଚନା କରାଯାଉଛି ।

Related Topics

Explore more stories

Sponsored