Videos
|
Sports

Rohit Sharma Mumbai Return / ବିଜୟ ହଜାରେ ଟ୍ରଫିରେ ଖେଳିବେ ରୋହିତ ଶର୍ମା, ଜାଣନ୍ତୁ ମୁମ୍ବାଇ ପକ୍ଷରୁ କେତୋଟି ମ୍ୟାଚ୍ ଖେଳିବେ ?

Santosh Kumar Sahoo
Browse all articles by Santosh Kumar Sahoo
·47 mins ago·2 min read
ବିଜୟ ହଜାରେ ଟ୍ରଫିରେ ଖେଳିବେ ରୋହିତ ଶର୍ମା, ଜାଣନ୍ତୁ ମୁମ୍ବାଇ ପକ୍ଷରୁ କେତୋଟି ମ୍ୟାଚ୍ ଖେଳିବେ ?
Rohit Sharma

Key Points

ମୁମ୍ବାଇ ଟିମ୍‌କୁ ଫେରିବେ ହିଟ୍‌ମ୍ୟାନ୍ !
ବିଜୟ ହଜାରେ ଟ୍ରଫି ପାଇଁ ଦେଲେ ସୂଚନା
୨୦୨୭ ବିଶ୍ୱକପ୍ ପାଇଁ ରୋହିତଙ୍କ ବଡ଼ ପ୍ରସ୍ତୁତି
ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ଓପନର୍ ରୋହିତ ଶର୍ମା ପୁଣିଥରେ ମୁମ୍ବାଇ ଦଳକୁ ଫେରିବାକୁ ଯାଉଛନ୍ତି । ଆସନ୍ତା ଡିସେମ୍ବରରେ ଆୟୋଜିତ ହେବାକୁ ଥିବା ୫୦ ଓଭର ବିଶିଷ୍ଟ ଘରୋଇ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫିରେ ସେ ଖେଳିବେ ବୋଲି ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍‌ (ଏମ୍‌ସିଏ)କୁ ଜଣାଇଛନ୍ତି । ୨୦୨୭ ମସିହା ଦିନିକିଆ ବିଶ୍ୱକପ୍‌ ପୂର୍ବରୁ ନିଜର ମ୍ୟାଚ୍‌ ଫିଟନେସ୍‌ ବଜାୟ ରଖିବା ପାଇଁ ରୋହିତଙ୍କ ଏହି ନିଷ୍ପତ୍ତି ବେଶ୍‌ ଗୁରୁତ୍ୱପୂର୍ଣ୍ଣ ।

ବିଜୟ ହଜାରେ ଟ୍ରଫି ଡିସେମ୍ବର ୧୪ରୁ ଜାନୁଆରୀ ୮ ପର୍ଯ୍ୟନ୍ତ ଖେଳାଯିବ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ ପରେ ରୋହିତ ବିଜୟ ହଜାରେ ଟ୍ରଫିରେ ମୁମ୍ବାଇ ପକ୍ଷରୁ ଖେଳିବେ । ତେବେ ସେ ଟୁର୍ଣ୍ଣାମେଣ୍ଟର କେତୋଟି ମ୍ୟାଚ୍‌ ଖେଳିବେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍‌ର ଜଣେ ସୂତ୍ରଙ୍କ କହିବା ଅନୁଯାୟୀ, ରୋହିତ ଶର୍ମା ତାଙ୍କ ସହ ଯୋଗାଯୋଗ କରି ଶ୍ରୀଲଙ୍କା ସିରିଜ୍‌ ଶେଷ ହେବା ପରେ ବିଜୟ ହଜାରେ ଟ୍ରଫି ପାଇଁ ଉପଲବ୍ଧ ରହିବେ ବୋଲି ଜଣାଇଛନ୍ତି । ତେବେ ସେ କେତୋଟି ମ୍ୟାଚ୍‌ ଖେଳିବେ, ସେ ସମ୍ପର୍କରେ ପରବର୍ତ୍ତୀ ସମୟରେ ନିଜେ ସୂଚନା ଦେବେ ।

ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଡିସେମ୍ବର ୧୩ରୁ ୧୯ ପର୍ଯ୍ୟନ୍ତ ଖେଳାଯିବ। ସେତେବେଳକୁ ମୁମ୍ବାଇ ଦଳ ନିଜର ପ୍ରଥମ ତିନୋଟି ମ୍ୟାଚ୍‌ ଖେଳିସାରିଥିବ । ଶ୍ରୀଲଙ୍କା ସିରିଜ୍‌ ପରେ ଡିସେମ୍ବର ୨୧ରେ ମୁମ୍ବାଇର ମୁକାବିଲା ସର୍ଭିସେସ୍‌ ସହ ହେବ । ଏହି ମ୍ୟାଚ୍‌ରେ ରୋହିତଙ୍କ ପଡ଼ିଆକୁ ଫେରିବା ସମ୍ଭାବନା ରହିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାର କିଛି ଦିନ ପରେ, ଜାନୁଆରୀ ୩ରୁ ଭାରତ ଓ ଜିମ୍ବାୱେ ମଧ୍ୟରେ ଦିନିକିଆ ସିରିଜ୍‌ ଖେଳାଯିବ। ତେଣୁ ଆଗାମୀ ଅନ୍ତର୍ଜାତୀୟ ସିରିଜ୍‌କୁ ଦୃଷ୍ଟିରେ ରଖି ରୋହିତ ବିଜୟ ହଜାରେ ଟ୍ରଫିରେ ୩ରୁ ୪ଟି ମ୍ୟାଚ୍‌ ଖେଳିପାରନ୍ତି ବୋଲି ଆକଳନ କରାଯାଉଛି ।

ଗତବର୍ଷ ଖେଳିଥିଲେ ୨ଟି ମ୍ୟାଚ୍‌

ରୋହିତ ଶର୍ମା ଗତବର୍ଷ ମଧ୍ୟ ବିଜୟ ହଜାରେ ଟ୍ରଫିରେ ମୁମ୍ବାଇ ପକ୍ଷରୁ ଦୁଇଟି ମ୍ୟାଚ୍‌ ଖେଳିଥିଲେ। ସିକ୍କିମ ବିପକ୍ଷ ମ୍ୟାଚ୍‌ରେ ସେ ମାତ୍ର ୯୪ଟି ବଲ୍‌ରୁ ୧୫୫ ରନ୍‌ର ଧମାକାଦାର ଇନିଂସ ଖେଳିଥିଲେ। କିନ୍ତୁ ପରବର୍ତ୍ତୀ ମ୍ୟାଚ୍‌ରେ ଉତ୍ତରାଖଣ୍ଡ ବିପକ୍ଷରେ ସେ ଖାତା ଖୋଲିବାରେ ମଧ୍ୟ ବିଫଳ ହୋଇଥିଲେ ।

ରୋହିତ ଏପର୍ଯ୍ୟନ୍ତ ନିଜର ୩୬୪ଟି ଲିଷ୍ଟ-ଏ ମ୍ୟାଚ୍‌ରେ ୩୯ଟି ଶତକ ସହ ମୋଟ ୧୪,୫୧୭ ରନ୍‌ ସଂଗ୍ରହ କରିଛନ୍ତି । ଆଗାମୀ ବିଜୟ ହଜାରେ ଟ୍ରଫିରେ ତାଙ୍କ ପ୍ରଦର୍ଶନ ଉପରେ କ୍ରିକେଟ୍‌ ପ୍ରେମୀଙ୍କ ନଜର ରହିବ ।