Cricket / ରୋହିତ, କୋହଲିଙ୍କ ବିସ୍ଫୋରକ ଶତକୀୟ ପାଳି; ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ ବିରାଟ
·6 months ago·2 min read

Key Points
ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ରୋହିତ ଶର୍ମା ଓ ବିରାଟ କୋହଲି ଖେଳିଛନ୍ତି ଶତକୀୟ ପାଳି । ବୁଧବାର କ୍ରିକେଟ୍ର ଏହି ଦୁଇ ତାରକା ନିଜ ନିଜ ଦଳ ପାଇଁ ଶତକ ମାରିଛନ୍ତି ।
ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫିରେ ଚମକିଛନ୍ତି ରୋକୋ । ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ରୋହିତ ଶର୍ମା ଓ ବିରାଟ କୋହଲି ଖେଳିଛନ୍ତି ଶତକୀୟ ପାଳି । ବୁଧବାର କ୍ରିକେଟ୍ର ଏହି ଦୁଇ ତାରକା ନିଜ ନିଜ ଦଳ ପାଇଁ ଶତକ ମାରିଛନ୍ତି । ହ୍ଵାଇଟ୍ ବଲ୍ କ୍ରିକେଟ୍ରେ ଦୁହେଁ ଆଜି ବି ଆଗରେ ଅଛନ୍ତି ବୋଲି ପ୍ରମାଣିତ କରିଛନ୍ତି ।
ଜୟପୁରରେ ରୋହିତ ଶର୍ମା ସିକ୍କିମ ବିପକ୍ଷରେ ୯୪ ବଲ୍ରେ ୧୫୫ ରନ୍ର ଧୁଆଁଦାର ପାଳି ଖେଳି ମୁମ୍ବାଇକୁ ୨୩୭ ରନ୍ର ଲକ୍ଷ୍ୟରେ ସହଜରେ ପହଞ୍ଚାଇଛନ୍ତି । ସେପଟେ ବେଙ୍ଗାଳୁରୁରେ ବିରାଟ କୋହଲି ଆନ୍ଧ୍ରପ୍ରଦେଶ ବିରୋଧରେ ୧୦୧ ବଲ୍ରେ ୧୩୧ ରନ୍ କରି ଦିଲ୍ଲୀକୁ ଭେଟି ଦେଇଛନ୍ତି ବିଜୟ । ଦୁଇ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟିଂର ଏକତରଫା ବିଜୟ ହୋଇଛି ।
ଏଥିସହ ପଢ଼ନ୍ତୁ: ଓଡ଼ିଆ ବ୍ୟାଟରଙ୍କ କମାଲ୍; ପ୍ରଥମ ଶ୍ରେଣୀ କ୍ରିକେଟରେ ପ୍ରଥମ ଓଡ଼ିଆ ଭାବେ ଦ୍ଵିଶତକ ହାସଲ
ଏଥିସହ କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଏକ ରେକର୍ଡକୁ ଅତିକ୍ରମ କରିଛନ୍ତି ବିରାଟ କୋହଲି । ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ଦ୍ରୁତତମ ଭାବେ ୧୬ ହଜାର ରନ୍ କରି ତେନ୍ଦୁଲକଙ୍କୁ ପଛର ପକାଇଛନ୍ତି ବିରାଟ କୋହଲି । ୩୩୦ତମ ମ୍ୟାଚ୍ରେ ଆନ୍ଧ୍ରପ୍ରଦେଶ ବିପକ୍ଷରେ ବିରାଟଙ୍କୁ ଏହି ସଫଳତା ମିଳିଛି ।
ସଚିନ ତେନ୍ଦୁଲକର ୩୯୧ଟି ମ୍ୟାଚ୍ରେ ୧୬ ହଜାର ରନ୍ର ସଫଳତା ହାସଲ କରିଥିଲେ । ଏବେ ତେନ୍ଦୁଲକର ଓ କୋହଲି ଦୁଇ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ୧୬ ହଜାର ରନ୍ କରି ଶ୍ରେଷ୍ଠ ୫ ଜଣ ଖେଳାଳିଙ୍କ ଭିତରେ ଅଛନ୍ତି ।
କିଛିଦିନ ତଳେ ବିସିସିଆଇ କଡ଼ା ପଦକ୍ଷେପ ନେଇ ବରିଷ୍ଠ ଖେଳାଳିମାନଙ୍ରୁ ଘରୋଇ କ୍ରିକେଟ୍ ଖେଳିବାକୁ କହିଥିଲା । ବିସିସିଆଇ ଚାହୁଁଛି, ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଥିବା ଖେଳାଳି, ଘରୋଇ କ୍ରିକେଟ୍ ଖେଳନ୍ତୁ । ଏଭଳି ହେଲେ ସେମାନେ ଫର୍ମରେ ରହିବା ସହ ଘରୋଇ କ୍ରିକେଟ୍ର ଫାଇଦା ଉଠାଇ ପାରିବେ ।
ଏଥିସହ ପଢ଼ନ୍ତୁ: ୩୩ ବଲ୍ରେ କଲେ ଶତକ; ସବୁ ରେକର୍ଡ ଭାଙ୍ଗିଲେ ଇଷାନ କିଶନ
ଆଉ ବିଜୟ ହଜାରେ ଟ୍ରଫି ଆରମ୍ଭ ସହ ବିସିସଆଇ ଏବଂ ସୁପରଷ୍ଟାର ଖେଳାଳିଙ୍କୁ ଫାଇଦା ହୋଇଛି । ଘରୋଇ ମ୍ୟାଚ୍ରେ ଦର୍ଶକଙ୍କ ଖଚାଖଚ ଭିଡ଼ ଦେଖିବାକୁ ମିଳିଛି । ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ରୋହିତ ଓ କୋହଲି ଏକପ୍ରକାର ଅଭ୍ୟାସ କରିଛନ୍ତି ।
ପ୍ରାୟ ୧୦ ମାସ ପରେ ରୋକୋ ଘରୋଇ ରେଡ୍ ବଲ୍ କ୍ରିକେଟ୍ତୁ ପେରିବା ସହ ସଂଘର୍ଷ କରିଥିଲେ । ଆଉ ତାର କିଛି ମାସ ପରେ ଟେଷ୍ଟ କ୍ରିକେଟରୁ ଓହରି ଯାଇଥିଲେ । କିନ୍ତୁ ଦିନିକିଆ ଓ ପ୍ରଥମ ଶ୍ରେଣୀ ପୁରା ଭିନ୍ନ । ଯେଉଁଠି ରୋହିତ ଓ କୋହଲି ଏବେ ପୁରା ଦବଦବା ସହିତ ଖେଳୁଥିବା ନଜର ଆସିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories