Rohit Virat Viral Photo / ୬୭ ଦିନ ପରେ ଏକାଠି ରୋହିତ ଶର୍ମା ଓ ବିରାଟ କୋହଲି, ସାମ୍ନାକୁ ଆସିଲା ପ୍ରଥମ ଫଟୋ
·44 mins ago·2 min read

Key Points
୬୭ ଦିନ ପରେ ଏକାଠି ନଜର ଆସିଲେ ରୋହିତ-ବିରାଟ
ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଜୋରଦାର ପ୍ରସ୍ତୁତି
ସାମ୍ନାକୁ ଅଆସିଲା ପ୍ରଥମ ଫଟୋ

ସେପ୍ଟେମ୍ବର ୨୭ରୁ ଭାରତ-ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଦିନିକିଆ ସିରିଜ୍ । ଏଥିପାଇଁ ଜୋରଦାର ପ୍ରସ୍ତୁତି କରୁଛି ଟିମ୍ ଇଣ୍ଡିଆ । ସିରିଜ୍ର ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୨୭ ତାରିଖରେ ତିରୁବନନ୍ତପୁରମ୍ର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍ରେ ଖେଳାଯିବ । ଏଥିପାଇଁ ସେପ୍ଟେମ୍ବର ୨୪ରୁ ଭାରତୀୟ ଦଳ ଅଭ୍ୟାସ ଆରମ୍ଭ କରିଛି ।
ତେବେ ଏହି ଅଭ୍ୟାସ ସେସନ୍କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖାଦେଇଛି । କାରଣ ପ୍ରାୟ ୬୭ ଦିନ ପରେ ଭାରତୀୟ ଦଳର ଦୁଇ ସୁପରଷ୍ଟାର୍ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଏକାଠି ବ୍ଲୁ ଜର୍ସିରେ ଦେଖିବାକୁ ମିଳିଛି । ଦୁଇ ଖେଳାଳିଙ୍କ ଅଭ୍ୟାସକୁ ଯିବା ସମୟର ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।
୬୭ ଦିନ ପରେ ଏକାଠି ରୋହିତ-ବିରାଟ
ଟିମ୍ ଇଣ୍ଡିଆ ଶେଷ ଦିନିକିଆ ମ୍ୟାଚ୍ ଜୁଲାଇ ୧୯ରେ ଇଂଲଣ୍ଡ ବିପକ୍ଷରେ ଖେଳିଥିଲା । ଏହାପରେ ଏବେ ପୁଣି ଭାରତ ସେପ୍ଟେମ୍ବର ୨୭ରେ ଦିନିକିଆ ମ୍ୟାଚ୍ ଖେଳିବାକୁ ଯାଉଛି । ଏହି କାରଣରୁ ଦୀର୍ଘ ସମୟ ପରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଭାରତୀୟ ଜର୍ସିରେ ଏକାଠି ଦେଖିବାକୁ ମିଳିଛି । ଭାଇରାଲ୍ ହେଉଥିବା ଫଟୋରେ ଉଭୟ ନିଜ ନିଜ କିଟ୍ ବ୍ୟାଗ୍ ଧରି ଅଭ୍ୟାସ ପାଇଁ ଯାଉଥିବା ଦେଖାଯାଉଛି । ଏହି ସମୟରେ ଉଭୟ ଖେଳାଳି ବେଶ୍ ଖୁସି ନଜର ଆସୁଛନ୍ତି । ପ୍ରଶଂସକମାନେ ମଧ୍ୟ ଏହି ଫଟୋକୁ ନେଇ ଉତ୍ସାହିତ ହୋଇଛନ୍ତି ।
ଗତ ସିରିଜ୍ରେ ରୋହିତ ଓ ବିରାଟ ଉଭୟଙ୍କ ବ୍ୟାଟ୍ରୁ ଭଲ ରନ୍ ଆସିଥିଲା । ତେଣୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ରେ ମଧ୍ୟ ସେମାନେ ନିଜ ଫର୍ମ ଜାରି ରଖିବେ ବୋଲି ଚର୍ଚ୍ଚା ହେଉଛି । ଆଗାମୀ ଦିନରେ ଦିନିକିଆ ବିଶ୍ୱକପ୍କୁ ନଜରରେ ରଖି ଉଭୟଙ୍କ ପ୍ରଦର୍ଶନ ଉପରେ ମଧ୍ୟ ନଜର ରହିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରୋହିତ-ବିରାଟଙ୍କ ଅଭ୍ୟାସ ଉପରେ ଫୋକସ୍
ଭାରତୀୟ ଦଳ ସେପ୍ଟେମ୍ବର ୨୪ରୁ ସିରିଜ୍ ପାଇଁ ଅଭ୍ୟାସ ଆରମ୍ଭ କରିଥିଲେ ମଧ୍ୟ ରୋହିତ ଶର୍ମା ଓ ବିରାଟ କୋହଲି ଦୀର୍ଘ ସମୟ ଧରି ନିଜ ଫିଟନେସ୍ ଓ ବ୍ୟାଟିଂ ଅଭ୍ୟାସ ଉପରେ ଧ୍ୟାନ ଦେଇଆସୁଛନ୍ତି । ମୁମ୍ବାଇରେ ପୂର୍ବତନ ଭାରତୀୟ କୋଚ୍ ଅଭିଷେକ ନାୟରଙ୍କ ସହ ବ୍ୟାଟିଂ ଅଭ୍ୟାସ କରୁଥିବା ଖବର ଆସିଥିବା ବେଳେ, ବିରାଟ କୋହଲି ଲଣ୍ଡନରେ ଅଭ୍ୟାସ କରୁଥିଲେ ।
ସୂଚନା ଅନୁସାରେ, ବିରାଟ କୋହଲି ଟେଷ୍ଟ ଟି-୨୦ ଫର୍ମାଟ୍ରୁ ଅବସର ନେଇସାରିଛନ୍ତି । ଏବେ କେବଳ ଦିନିକିଆ ଫର୍ମାଟ୍ରେ ଭାରତ ପାଇଁ ଖେଳୁଛନ୍ତି। ତେଣୁ ଦିନିକିଆରେ ନିଜ ଫର୍ମ ଓ ଫିଟନେସ୍ ବଜାୟ ରଖିବା ଉଭୟଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଏହି ସିରିଜ୍ରେ ରୋହିତ ଓ ବିରାଟଙ୍କ ବ୍ୟାଟ୍ରୁ କେତେ ରନ୍ ଆସୁଛି, ତାହା ଉପରେ ଏବେ କ୍ରିକେଟ୍ ପ୍ରଶଂସକଙ୍କ ନଜର ରହିଛି ।

Related Topics
Explore more stories