Videos
|
Sports

Rohit Sharma Viral Video / ‘ମୋତେ ୨୦୨୭ ବିଶ୍ୱକପ୍ ଖେଳିବାର ଅଛି’, ମନର କଥା କହିଦେଲେ ରୋହିତ ଶର୍ମା...ଭିଡିଓ ଭାଇରାଲ୍

Santosh Kumar Sahoo
Browse all articles by Santosh Kumar Sahoo
·36 mins ago·2 min read
‘ମୋତେ ୨୦୨୭ ବିଶ୍ୱକପ୍ ଖେଳିବାର ଅଛି’, ମନର କଥା କହିଦେଲେ ରୋହିତ ଶର୍ମା...ଭିଡିଓ ଭାଇରାଲ୍
Rohit Sharma

Key Points


୨୦୨୭ ବିଶ୍ୱକପ୍ ଖେଳିବେ ରୋହିତ ଶର୍ମା ?
ଭାଇରାଲ୍ ଭିଡିଓରେ କହିଦେଲେ ବଡ଼ କଥା
ଗିଲ୍‌ଙ୍କୁ ନେଇ କହିଲେ ଏମିତି କଥା
ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମାଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର୍ ଧରିଛି । ୨୦୨୭ ମସିହାରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ରେ ରୋହିତ ଖେଳିବେ କି ନାହିଁ, ତାକୁ ନେଇ ପୂର୍ବରୁ ଅନେକ ଆଲୋଚନା ହେଉଥିଲା । ଏପରିକି ସେ ଦିନିକିଆ କ୍ରିକେଟ୍‌ରୁ ଅବସର ନେଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା । କିନ୍ତୁ ଏବେ ତାଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଏହି ଚର୍ଚ୍ଚା ପୁଣି ତେଜିଛି ।

ରୋହିତ ଶର୍ମା ଏବେ କେବଳ ଦିନିକିଆ ଫର୍ମାଟ୍‌ରେ ଭାରତ ପାଇଁ ଖେଳୁଛନ୍ତି । ସେ ଟେଷ୍ଟ ଏବଂ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇସାରିଛନ୍ତି । ଅନ୍ୟପଟେ, ଦିନିକିଆ ଦଳର ଅଧିନାୟକ ପଦରୁ ତାଙ୍କୁ ହଟାଇ ଶୁବମନ ଗିଲ୍‌ଙ୍କୁ ନୂଆ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଆଗାମୀ ୨୦୨୭ ଦିନିକିଆ ବିଶ୍ୱକପ୍‌ରେ ମଧ୍ୟ ଗିଲ୍ ଦଳର ନେତୃତ୍ୱ ନେବେ ବୋଲି ଚର୍ଚ୍ଚା ହେଉଛି ।

ଇଂଲଣ୍ଡ ଗସ୍ତ ସମୟରେ ରୋହିତଙ୍କ ବ୍ୟାଟ୍‌ରୁ ବଡ଼ ସ୍କୋର୍ ନ ଆସିବା ପରେ ତାଙ୍କ ଅବସରକୁ ନେଇ ଅନେକ ଖବର ପ୍ରକାଶ ପାଇଥିଲା । କିନ୍ତୁ ଲର୍ଡସ୍‌ରେ ହୋଇଥିବା ମ୍ୟାଚ୍ ପରେ ସେ ଦିନିକିଆ କ୍ରିକେଟ୍‌ରୁ ଅବସର ନେଇପାରନ୍ତି ବୋଲି ମଧ୍ୟ କୁହାଯାଉଥିଲା । ତେବେ ବିସିସିଆଇ ପକ୍ଷରୁ ସେହି ଖବରକୁ ଖଣ୍ଡନ କରାଯାଇଥିଲା ।

ଭାଇରାଲ୍ ଭିଡିଓରେ କ’ଣ କହିଲେ ରୋହିତ ?

ରୋହିତ ଶର୍ମାଙ୍କ ନିଜସ୍ୱ ଶୋ’ Family Full House with Rohit Sharmaର ଏକ ଭିଡିଓ ଏବେ ଭାଇରାଲ୍ ହେଉଛି । ଏଥିରେ ତାଙ୍କୁ ଏକ ମଜାଦାର ପ୍ରଶ୍ନ ପଚରାଯାଇଥିଲା । ଜରୁରୀ ପରିସ୍ଥିତିରେ ସେ କାହାକୁ ଫୋନ୍ କରିବେ—ଶୁବମନ ଗିଲ୍ ନା ଶ୍ରେୟସ ଆୟର ?

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାର ଉତ୍ତରରେ ରୋହିତ କହିଥିଲେ, “ଦୁହେଁ ଅଧିନାୟକ । ଶୁବମନ ଗିଲ୍ ଏବେ ମୋର ଅଧିନାୟକ । ମୋତେ ୨୦୨୭ ଦିନିକିଆ ବିଶ୍ୱକପ୍ ଖେଳିବାର ଅଛି । ତାକୁ ଖୁସି ରଖିବାକୁ ପଡ଼ିବ ।”

ରୋହିତଙ୍କ ଏହି ମଜାଳିଆ ଉତ୍ତର ଶୁଣିବା ପରେ ଭିଡିଓଟିକୁ ନେଇ କ୍ରିକେଟ୍ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି । ବିଶେଷ କରି ୨୦୨୭ ବିଶ୍ୱକପ୍ ଖେଳିବା ନେଇ ରୋହିତଙ୍କ ମନ୍ତବ୍ୟ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି ।

ଟି-୨୦କୁ ଫେରିବା ନେଇ ବି କଲେ ମଜା

ଏହି କଥାବାର୍ତ୍ତା ସମୟରେ ରୋହିତ ଆଉ ଏକ ମଜାଳିଆ କଥା କହିଥିଲେ। ସେ କହିଥିଲେ ଯେ, ୨୦୨୭ ପରେ ଯଦି ଟି-୨୦ କ୍ରିକେଟ୍‌କୁ ଫେରିବାକୁ ପଡ଼େ, ତେବେ ଶ୍ରେୟସ ଆୟରଙ୍କୁ ଖୁସି ରଖିବାକୁ ହେବ ।

ସୂଚନା ଅନୁସାରେ, ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ୨୦୨୪ ଟି-୨୦ ବିଶ୍ୱକପ୍ ଜିତିଥିଲା । ଏହା ପରେ ସେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ ।