Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

India Playing XI / ଗିଲ୍‌ଙ୍କ ସ୍ଥାନରେ ସଞ୍ଜୁଙ୍କୁ ମିଳିବ ସୁଯୋଗ ? ଚତୁର୍ଥ ମ୍ୟାଚ୍‌ରେ ଏମିତି ରହିପାରେ ଭାରତର ପ୍ଲେଇଂ-୧୧

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ଗିଲ୍‌ଙ୍କ ସ୍ଥାନରେ ସଞ୍ଜୁଙ୍କୁ ମିଳିବ ସୁଯୋଗ ? ଚତୁର୍ଥ ମ୍ୟାଚ୍‌ରେ ଏମିତି ରହିପାରେ ଭାରତର ପ୍ଲେଇଂ-୧୧
Ind vs SA

Key Points

ଚତୁର୍ଥ ଟି-୨୦ରେ ଚୁଡ଼ାନ୍ତ ଏକାଦଶରେ ହେବ ବଡ଼ ପରିବର୍ତ୍ତନ
ସଞ୍ଜୁଙ୍କ ସ୍ଥାନରେ ସାମସନଙ୍କୁ ମିଳିବ ସୁଯୋଗ
ଦଳକୁ ଫେରିପାରନ୍ତି ସୁନ୍ଦର
ଦ୍ବିତୀୟ ଟି-୨୦ରେ ଶୋଚନୀୟ ପରାଜୟ ପରେ ଧର୍ମଶାଳାରେ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲା ଟିମ୍ ଇଣ୍ଡିଆ । ଭାରତୀୟ ବୋଲରଙ୍କ ସାମ୍ନାରେ କୌଣସି ଦକ୍ଷିର ଆଫ୍ରିକା ବ୍ୟାଟ୍ସମ୍ୟାନ୍‌ ଅଧିକ ସମୟ ତିଷ୍ଠି ପାରିନଥିଲେ । ଦକ୍ଷିଣ ଆଫ୍ରିକା ମାତ୍ର ୧୧୭ ରନରେ ଅଲଆଉଟ୍ ହୋଇଥିଲା । ଆଉ ଏହା ପରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ । ଭାରତୀୟ ଦଳ ଏବେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୨-୧ରେ ଆଗୁଆ ଅଛି ।

ସିରିଜର ଚତୁର୍ଥ ମ୍ୟାଚ୍ ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବ । ଯେଉଁଠାରେ ଟିମ୍ ଇଣ୍ଡିଆ ସିରିଜ୍ ଜିତିବାକୁ ଚେଷ୍ଟା କରିବ । ତେବେ ଆଜିର ମ୍ୟାଚ୍‌ରେ ଭାରତୀୟ ଦଳ ଏହାର ଚୁଡ଼ାନ୍ତ ଏକାଦଶରେ ଗୋଟିଏ କିମ୍ବା ଦୁଇଟି ପରିବର୍ତ୍ତନ କରିପାରେ ।

ଏହି ସିରିଜରେ ଶୁବମନ ଗିଲଙ୍କ ପ୍ରଦର୍ଶନ ନିରାଶାଜନକ ରହିଛି । ପ୍ରଥମ ଦୁଇଟି ମ୍ୟାଚରେ ମାତ୍ର ୪ ରନ୍ କରିବା ପରେ, ଗିଲ୍ ତୃତୀୟ ଟି-୨୦ରେ ୨୮ ରନ୍ କରିଥିଲେ । କିନ୍ତୁ ୨୮ ରନ୍‌ କରିବାକୁ ସେ ୨୮ ବଲ୍‌ ମଧ୍ୟ ଖେଳିଥିଲେ । ଲଗାତାର ତିନୋଟି ମ୍ୟାଚରେ ବିଫଳ ହେବା ପରେ ଟିମ୍ ମ୍ୟାନେଜମେଣ୍ଟ ଗିଲ୍‌ଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିପାରେ ।

ଅଧିକ ପଢ଼ନ୍ତୁ: ହଠାତ୍‌ ବିଗିଡ଼ିଲା ଜୟସ୍ବାଲଙ୍କ ସ୍ବାସ୍ଥ୍ୟାବସ୍ଥା, ହସ୍ପିଟାଲରେ ହେଲେ ଭର୍ତ୍ତି


ଟି-୨୦ ଓପନର ଭାବେ ସଞ୍ଜୁଙ୍କର ଦମଦାର ରେକର୍ଡ ରହିଛି । ସେ ଅଭିଷେକ ଶର୍ମାଙ୍କ ସହିତ କିଛି ଭଲ ଇନିଂସ ଖେଳିଛନ୍ତି । କିନ୍ତୁ ଭଲ ରେକର୍ଡ ସତ୍ତ୍ବେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ତିନୋଟି ମ୍ୟାଚ୍‌ରେ ଚୁଡ଼ାନ୍ତ ଏକାଦଶରେ ସାମିଲ ହୋଇପାରିନଥିଲେ ।

ସୁନ୍ଦରଙ୍କୁ ସ୍ଥାନ ମିଳିବ କି?

ଚତୁର୍ଥ ଟି-୨୦ ମ୍ୟାଚ୍ ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବ । ଯେଉଁଠାରେ ପିଚ୍ ଟିକେ ସ୍ଲୋ ରୁହେ । ଏହି ଗ୍ରାଉଣ୍ଡରେ ସ୍ପିନରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ । ଏହି କାରଣରୁ ଦଳ ପରିଚାଳନା ଏହି ମ୍ୟାଚରେ ଶିବମ୍ ଦୁବେ କିମ୍ବା ହର୍ଷିତ ରାଣାଙ୍କ ସ୍ଥାନରେ ୱାଶିଂଟନ୍ ସୁନ୍ଦରଙ୍କୁ ଚୁଡ଼ାନ୍ତ ଏକାଦଶରେ ସାମିଲ କରାଯାଇପାରେ ।

ଟିମ୍ ଇଣ୍ଡିଆର ସମ୍ଭାବ୍ୟ ପ୍ଲେଇଂ ୧୧

ଅଭିଷେକ ଶର୍ମା, ଶୁବମନ ଗିଲ୍/ସଞ୍ଜୁ ସାମସନ, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଜିତେଶ ଶର୍ମା, ଶିବମ୍ ଦୁବେ, ହର୍ଷିତ ରାଣା/ୱାଶିଂଟନ୍ ସୁନ୍ଦର, ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Sanju Samson to Replace Shubman Gill? India Playing XI for 4th T20I | Argus News