India Asia Cup Win / ମହିଳା T20 ଏସିଆ କପ୍ ଟାଇଟଲ ଜିତିଲା ଭାରତ; ପାକିସ୍ତାନର ନକଭିଙ୍କ ହାତରୁ ଟ୍ରଫି ନେବାକୁ ମନାକଲେ
·51 mins ago·2 min read

Key Points
ଦୁବାଇରେ ତ୍ରିରଙ୍ଗା ଉଡ଼ାଇଲେ ଭାରତୀୟ ମହିଳା କ୍ରିକେଟ ଦଳ
ଅଷ୍ଟମ ଥର T20 ଏସିଆ କପ୍ ଟାଇଟଲ ଜିତିଲେ ଟିମ୍ ଇଣ୍ଡିଆ
ଶେଫାଳୀ ବର୍ମା ଓ ସ୍ମୃତି ମନ୍ଧାନାଙ୍କ ଧୂଆଁଧାର ଇନିଂସ
ଅଷ୍ଟମ ଥର T20 ଏସିଆ କପ୍ ଟାଇଟଲ ଜିତିଲେ ଟିମ୍ ଇଣ୍ଡିଆ
ଶେଫାଳୀ ବର୍ମା ଓ ସ୍ମୃତି ମନ୍ଧାନାଙ୍କ ଧୂଆଁଧାର ଇନିଂସ
ଦୁବାଇରେ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେଲେ ଭାରତୀୟ ମହିଳା କ୍ରିକେଟ ଦଳ । ଏସିଆ କପ୍ ଟି-୨୦ରେ ଚାମ୍ପିୟନ ହେବା ସତ୍ତ୍ବେ ପାକିସ୍ତାନ ଗୃହମନ୍ତ୍ରୀ ମହସିନ ନକଭିଙ୍କ ହାତରୁ ଟ୍ରଫି ନେବାକୁ ମନା କରିଦେଲେ । ଫଳରେ ପୁଣି ଥରେ ଅନ୍ତର୍ଜାତୀୟ ଗ୍ରାଉଣ୍ଡରେ ଅପଦସ୍ତ ହୋଇଛି ପାକିସ୍ତାନ । କେବଳ ଶ୍ରୀଲଙ୍କାକୁ ରନର ଅପ୍ ଟ୍ରଫି ଦେଇ ପଡ଼ିଆରୁ ଫେରିଗଲେ ମହସିନ । ଅଷ୍ଟମ ଥର ଲାଗି ଟି-୨୦ ଏସିଆ କପ୍ ଟାଇଟଲ ଜିତିଛି ଇଣ୍ଡିଆ। ଏହି ରୋମାଞ୍ଚକର ମହାଲଢ଼େଇରେ ଡିଫେଣ୍ଡିଂ ଚାମ୍ପିଅନ୍ ଶ୍ରୀଲଙ୍କାକୁ ୭୨ ରନ୍ରେ ପରାସ୍ତ କରି ଭାରତ ରେକର୍ଡ ସଂଖ୍ୟକ ଅଷ୍ଟମ ଥର ପାଇଁ ଏସିଆ କପ୍ ମୁକୁଟ ନିଜ ନାମରେ କରିଛି ।
ପଢନ୍ତୁ ଏହି ଖବର: ସେମିଫାଇନାଲରେ ହାରିଲା ଦଳ, ପଡ଼ିଆ ମଝିରେ ଭୋ ଭୋ ହୋଇ କାନ୍ଦିଲେ ପାକିସ୍ତାନ କ୍ୟାପ୍ଟେନ୍
ଦୀପ୍ତି ଶର୍ମା ମଧ୍ୟ ୩ଟି ଗୁରୁତ୍ଵପୂର୍ଣ୍ଣ ୱିକେଟ ନେଇ ଶ୍ରୀଲଙ୍କାର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ଫଳରେ ଶ୍ରୀଲଙ୍କା ଦଳ ୨୦ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୧୧ ରନ୍ କରିବାକୁ ସକ୍ଷମ ହୋଇଥିଲା । ଶେଫାଳୀ ବର୍ମାଙ୍କୁ ତାଙ୍କର ଚମତ୍କାର ବ୍ୟାଟିଂ ପାଇଁ 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ଘୋଷଣା କରାଯାଇଛି । ଏହି ବିଜୟ ସହିତ ଅଷ୍ଟମ ଥର ପାଇଁ ଏସିଆ କପ୍ର ଦଶମ ସଂସ୍କରଣରେ ଟ୍ରଫି ବିଜେତା ହୋଇପାରିଛି ଟିମ୍ ଓମେନ ଇନ୍ ବ୍ଲୁ । ଭାରତୀୟ ମହିଳା ଦଳର ଏହି ଗୌରବମୟ ବିଜୟ ପାଇଁ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।
- ସେଫାଳୀ ବର୍ମା ଓ ସ୍ମୃତି ମନ୍ଧାନାଙ୍କ ଧୂଆଁଧାର ବ୍ୟାଟିଂ
𝗖. 𝗛. 𝗔. 𝗠. 𝗣. 𝗜. 𝗢. 𝗡. 𝗦 🏆
— BCCI Women (@BCCIWomen) September 13, 2026
A flawless campaign capped by sheer brilliance 🇮🇳🥳
Congratulations to #TeamIndia on winning the #WomensAsiaCup 👏👏
Scorecard ▶️ https://t.co/knKLXGSfOd #INDvSL pic.twitter.com/O3KaZ0oA3p
- ଆରମ୍ଭରୁ ନିୟମିତ ୱିକେଟ୍ ହରାଇଥିଲା ଶ୍ରୀଲଙ୍କା
ପଢନ୍ତୁ ଏହି ଖବର: ସେମିଫାଇନାଲରେ ହାରିଲା ଦଳ, ପଡ଼ିଆ ମଝିରେ ଭୋ ଭୋ ହୋଇ କାନ୍ଦିଲେ ପାକିସ୍ତାନ କ୍ୟାପ୍ଟେନ୍
ଦୀପ୍ତି ଶର୍ମା ମଧ୍ୟ ୩ଟି ଗୁରୁତ୍ଵପୂର୍ଣ୍ଣ ୱିକେଟ ନେଇ ଶ୍ରୀଲଙ୍କାର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ଫଳରେ ଶ୍ରୀଲଙ୍କା ଦଳ ୨୦ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୧୧ ରନ୍ କରିବାକୁ ସକ୍ଷମ ହୋଇଥିଲା । ଶେଫାଳୀ ବର୍ମାଙ୍କୁ ତାଙ୍କର ଚମତ୍କାର ବ୍ୟାଟିଂ ପାଇଁ 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ଘୋଷଣା କରାଯାଇଛି । ଏହି ବିଜୟ ସହିତ ଅଷ୍ଟମ ଥର ପାଇଁ ଏସିଆ କପ୍ର ଦଶମ ସଂସ୍କରଣରେ ଟ୍ରଫି ବିଜେତା ହୋଇପାରିଛି ଟିମ୍ ଓମେନ ଇନ୍ ବ୍ଲୁ । ଭାରତୀୟ ମହିଳା ଦଳର ଏହି ଗୌରବମୟ ବିଜୟ ପାଇଁ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories