Shreyas Iyer Injury Update / ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ଖେଳିପାରିବେନି ଶ୍ରେୟସ ଆୟର !
·10 months ago·2 min read

Key Points
ଟିମ୍ ଇଣ୍ଡିଆକୁ ବଡ଼ ଝଟକା । ଶ୍ରେୟସ ଆୟରଙ୍କୁ ନେଇ ଆସିଲା ବଡ଼ ଅପଡେଟ୍ । ଆଘାତ କାରଣରୁ ଦୁଇ ମାସ ଖେଳିପାରିବେନି ଆୟର ।
ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟରଙ୍କ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର । ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଆହତ ହୋଇଥିବା ଆୟର ଏବେ ଅତିକମରେ ଦୁଇ ମାସ ପାଇଁ ଖେଳରୁ ଦୂରରେ ରହିବେ । ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ଆୟରଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ପ୍ରାୟ ଆଠ ସପ୍ତାହ ଲାଗିପାରେ । ଏହାର ଅର୍ଥ ସେ କେବଳ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ନୁହେଁ ବରଂ ଜାନୁଆରୀରେ ହେବାକୁ ଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ମଧ୍ୟ ନ ଖେଳିପାରନ୍ତି ।
କ୍ୟାଚ୍ ନେବା ସମୟରେ ଗୁରୁତର ଆଘାତ
ସୂଚନା ଅନୁସାରେ, ଅକ୍ଟୋବର ୨୫ ତାରିଖରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଫିଲ୍ଡିଂ କରୁଥିବା ସମୟରେ ଶ୍ରେୟସ ଆପର ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଆଲେକ୍ସ କ୍ୟାରିଙ୍କ କ୍ୟାଚ୍ ଧରିବା ପାଇଁ ଡାଇଭ୍ ମାରିଥିଲେ । ଯଦିଓ ସଫଳ ଭାବରେ ସେ କ୍ୟାଚ୍ ଧରିଥିଲେ କିନ୍ତୁ ତାଙ୍କ ପେଟରେ ଗଭୀର ଆଘାତ ଲାଗିଥିଲା । ପ୍ରାରମ୍ଭରେ, ଆଘାତ ସ୍ୱାଭାବିକ ଦେଖାଯାଉଥିଲା, କିନ୍ତୁ ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ତାଙ୍କୁ ତୁରନ୍ତ ସିଡନୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଡାକ୍ତରମାନେ ଆୟରଙ୍କ ସ୍ପିଲ୍ନରେ ଆଘାତ ଏବଂ ଆଭ୍ୟନ୍ତରୀଣ ରକ୍ତସ୍ରାବ ଚିହ୍ନଟ କରିଥିଲେ ।
ରିପୋର୍ଟ ଅନୁସାରେ, ଶ୍ରେୟସ୍ ଆୟରଙ୍କ ଇଣ୍ଟରଭେନସନାଲ୍ ଟ୍ରାନ୍ସ-କ୍ୟାଥେଟର୍ ଏମ୍ବୋଲାଇଜେସନ୍ (TCE) ନାମକ ଏକ ପ୍ରକ୍ରିୟା କରାଯାଇଥିଲା । ଏହା ଏକ ଚିକିତ୍ସା ପ୍ରକ୍ରିୟା ଯେଉଁଥିରେ ରକ୍ତସ୍ରାବ ବନ୍ଦ କରିବା ପାଇଁ ଧମନୀରେ ଏକ ପତଳା ଟ୍ୟୁବ୍ ପ୍ରବେଶ କରାଯାଏ । ଶରୀରର ଅନ୍ୟ କୌଣସି ଅଂଶ ପ୍ରଭାବିତ ନହେବା ପାଇଁ ଏହି ଅସ୍ତ୍ରୋପଚାର ଇମେଜ୍ କଣ୍ଟ୍ରୋଲ ମାଧ୍ୟମରେ କରାଯାଏ । ଡାକ୍ତରମାନଙ୍କ କଠିନ ପ୍ରୟାସ ଏବଂ ତୁରନ୍ତ ଚିକିତ୍ସା ଯୋଗୁଁ ଆୟରଙ୍କ ଅବସ୍ଥା ଏବେ ସ୍ଥିର ଥିବା ରିପୋର୍ଟ କରାଯାଇଛି।
ବିସିସିଆଇ ଅପଡେଟ୍
୨୮ ଅକ୍ଟୋବରରେ, ବିସିସିଆଇ ଆୟରଙ୍କ ଆଘାତ ସମ୍ପର୍କରେ ଏକ ବିବୃତ୍ତି ଜାରି କରି କହିଛି, '୨୫ ଅକ୍ଟୋବରରେ ତୃତୀୟ ଏକଦିବସୀୟ ମ୍ୟାଚ୍ ସମୟରେ ଶ୍ରେୟସ ଆୟରଙ୍କ ପେଟରେ ଗମ୍ଭୀର ଆଘାତ ହୋଇଥିଲା। ତାଙ୍କ ଆଘାତର ତୁରନ୍ତ ଚିହ୍ନଟ କରାଯାଇଥିଲା ଏବଂ ରକ୍ତସ୍ରାବ ବନ୍ଦ କରିବା ପାଇଁ ସଫଳତାର ସହିତ ଚିକିତ୍ସା କରାଯାଇଥିଲା । ସେ ଏବେ ଧିରେ ଧିରେ ସୁସ୍ଥ ହେଉଛନ୍ତି'।

ଅଧିକ ପଢ଼ନ୍ତୁ: ICUରୁ ବାହାରିବା ପରେ ଆସିଲା ଶ୍ରେୟସ ଆୟରଙ୍କ ବଡ଼ ବୟାନ...ଆଘାତକୁ ନେଇ ଏମିତି କହିଲେ
ରିପୋର୍ଟ ଅନୁସାରେ, ଶ୍ରେୟସ୍ ଆୟରଙ୍କ ଇଣ୍ଟରଭେନସନାଲ୍ ଟ୍ରାନ୍ସ-କ୍ୟାଥେଟର୍ ଏମ୍ବୋଲାଇଜେସନ୍ (TCE) ନାମକ ଏକ ପ୍ରକ୍ରିୟା କରାଯାଇଥିଲା । ଏହା ଏକ ଚିକିତ୍ସା ପ୍ରକ୍ରିୟା ଯେଉଁଥିରେ ରକ୍ତସ୍ରାବ ବନ୍ଦ କରିବା ପାଇଁ ଧମନୀରେ ଏକ ପତଳା ଟ୍ୟୁବ୍ ପ୍ରବେଶ କରାଯାଏ । ଶରୀରର ଅନ୍ୟ କୌଣସି ଅଂଶ ପ୍ରଭାବିତ ନହେବା ପାଇଁ ଏହି ଅସ୍ତ୍ରୋପଚାର ଇମେଜ୍ କଣ୍ଟ୍ରୋଲ ମାଧ୍ୟମରେ କରାଯାଏ । ଡାକ୍ତରମାନଙ୍କ କଠିନ ପ୍ରୟାସ ଏବଂ ତୁରନ୍ତ ଚିକିତ୍ସା ଯୋଗୁଁ ଆୟରଙ୍କ ଅବସ୍ଥା ଏବେ ସ୍ଥିର ଥିବା ରିପୋର୍ଟ କରାଯାଇଛି।
ବିସିସିଆଇ ଅପଡେଟ୍
୨୮ ଅକ୍ଟୋବରରେ, ବିସିସିଆଇ ଆୟରଙ୍କ ଆଘାତ ସମ୍ପର୍କରେ ଏକ ବିବୃତ୍ତି ଜାରି କରି କହିଛି, '୨୫ ଅକ୍ଟୋବରରେ ତୃତୀୟ ଏକଦିବସୀୟ ମ୍ୟାଚ୍ ସମୟରେ ଶ୍ରେୟସ ଆୟରଙ୍କ ପେଟରେ ଗମ୍ଭୀର ଆଘାତ ହୋଇଥିଲା। ତାଙ୍କ ଆଘାତର ତୁରନ୍ତ ଚିହ୍ନଟ କରାଯାଇଥିଲା ଏବଂ ରକ୍ତସ୍ରାବ ବନ୍ଦ କରିବା ପାଇଁ ସଫଳତାର ସହିତ ଚିକିତ୍ସା କରାଯାଇଥିଲା । ସେ ଏବେ ଧିରେ ଧିରେ ସୁସ୍ଥ ହେଉଛନ୍ତି'।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିସିସିଆଇ ଏହା ମଧ୍ୟ କହିଛି ଯେ ଏହାର ଡାକ୍ତରୀ ଦଳ ସିଡନୀ ଏବଂ ଭାରତର ବିଶେଷଜ୍ଞଙ୍କ ସହ ଯୋଗାଯୋଗରେ ଅଛି ଏବଂ ଶ୍ରେୟସଙ୍କ ଆରୋଗ୍ୟ ଉପରେ କଡ଼ା ନଜର ରଖାଯାଇଛି ।
Related Topics
Explore more stories