Vaibhav Suryavanshi / ବୈଭବଙ୍କୁ ବାଦ୍ ଦେବା ନେଇ ମୁହଁ ଖୋଲିଲେ ଶ୍ରେୟସ ଆୟର; କହିଲେ, 'ସ୍ଥିତି ଦେଖି ନିଷ୍ପତ୍ତି...'
·1 hour ago·2 min read

Key Points
ଭାରତର ସିରିଜ୍ ପରାଜୟ ଠାରୁ ଅଧିକ ଚର୍ଚ୍ଚା ୧୫ ବର୍ଷୀୟ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ । କାରଣ ଇଂଲଣ୍ଡ ଗସ୍ତରେ ଥିବା ଭାରତ ଟି-ଟ୍ଵେଣ୍ଟି ସିରିଜ୍ର ୩ଟି ମ୍ୟାଚ୍ ହାରିବା ପରେ ଅନ୍ତିମ ମ୍ୟାଚ୍ରେ ବୈଭବଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେଇ ନଥିଲା ।
ମୁମ୍ବାଇ: ଇଂଲଣ୍ଡ ବିପକ୍ଷ ଟି-ଟ୍ଵେଣ୍ଟି ସିରିଜ୍ ୪-୦ରୁ ଭାରତ ହାରିଛି । ଆଉ ଏହି ପରାଜୟ ଠାରୁ ଅଧିକ ଚର୍ଚ୍ଚା ୧୫ ବର୍ଷୀୟ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ । କାରଣ ଇଂଲଣ୍ଡ ଗସ୍ତରେ ଥିବା ଭାରତ ଟି-ଟ୍ଵେଣ୍ଟି ସିରିଜ୍ର ୩ଟି ମ୍ୟାଚ୍ ହାରିବା ପରେ ଅନ୍ତିମ ମ୍ୟାଚ୍ରେ ବୈଭବଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେଇ ନଥିଲା ।
ସାଉଥଆମ୍ପଟନ୍ରେ ଖେଳା ଯାଇଥିବା ପଞ୍ଚମ ଟି-ଟ୍ଵେଣ୍ଟିରେ ବୈଭବଙ୍କ ସ୍ଥାନରେ ସଞ୍ଜୁ ସାମସନ ଖେଳିଥିଲେ । ତଥାପି ଭାରତ ପଞ୍ଚମ ଟି-ଟ୍ଵେଣ୍ଟିରେ ୫୬ ରନ୍ରେ ହାରିଛି । ମ୍ୟାଚ୍ ଶେଷ ପରେ ଅଧିନାୟକ ଶ୍ରେୟସ ଆୟର ବୈଭବଙ୍କୁ ନେଇ ମୁଁ ଖୋଲିଛନ୍ତି ।
ଏଥିସହ ପଢ଼ନ୍ତୁ: ହର୍ଷିତ ରାଣା ଓ ବରୁଣ ଚକ୍ରବର୍ତ୍ତୀ ଆହତ; ଟିମ ଇଣ୍ଡିଆରେ ଏହି ଖେଳାଳିଙ୍କ ଏଣ୍ଟ୍ରି
ଆୟର କହିଛନ୍ତି, "ସିରିଜ୍ର ପ୍ରଥମ ମ୍ୟାଚ୍ ପରେ ଖରାପ ପ୍ରଦର୍ଶନ ଲାଗି ସଞ୍ଜୁ ସାମସନଙ୍କୁ ବାଦ୍ ଦିଆଯାଇଥିଲା । ତାଙ୍କ ସ୍ଥାନରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିଥିଲା । ଯିଏ ସିରିଜ୍ର ପରବର୍ତ୍ତୀ ୩ଟି ମ୍ୟାଚ୍ ଖେଳିଥିଲେ । ତେବେ ଅନ୍ତିମ ମ୍ୟାଚ୍ରେ କର୍ତ୍ତୃପକ୍ଷ ପୁଣି ପରିବର୍ତ୍ତନ କରି ବୈଭବଙ୍କ ସ୍ଥାନରେ ସଞ୍ଜୁଙ୍କୁ ଫେରାଇ ଆଣିଥିଲେ । ଦଳର ସ୍ଥିତି ଓ ସଠିକ୍ ଯୋଡ଼ି ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିଲା ।"
ଶ୍ରେୟସଙ୍କ କହିବା ଅନୁସାରେ, ମ୍ୟାଚ୍ର ପରିସ୍ଥିତି ଏବଂ ଦଳର ବ୍ୟାଟିଂ କମ୍ବିନେସନ୍କୁ ଦେଖି ଏହି ନିଷ୍ପତ୍ତି ନିଆଯାଇଥିଲା । ଓପନର ଅଭିଷେକ ଶର୍ମାଙ୍କ ସହ ଜଣେ ଡାହାଣହାତୀ ବ୍ୟାଟରଙ୍କୁ ଖେଳାଇବାକୁ ଦଳ ଚାହୁଁଥିଲା । ତେଣୁ ବୈଭବଙ୍କୁ ବାଦ୍ ଦେଇ ସଞ୍ଜୁଙ୍କୁ ପୁଣି ସାମିଲ୍ କରାଯାଇଥିଲା ।
ଶ୍ରେୟସ କହିଛନ୍ତି, ସଞ୍ଜୁ ସାମସନ ଜଣେ ଭଲ ବ୍ୟାଟର । ସେ ପୂର୍ବରୁ ଭାରତ ପାଇଁ ଅନେକ ଭଲ ପାଳି ଖେଳିବା ସହ ସିରିଜ୍ ଜିତାଇଛନ୍ତି । ତେଣୁ ଆମକୁ ଲାଗିଥିଲା ତାଙ୍କ ଅନୁଭବ ଶେଷ ମ୍ୟାଚ୍ରେ ଦଳ ପାଇଁ କାମରେ ଆସିବ ।
ଶ୍ରେୟସ ଆହୁରି ସ୍ଵୀକାର କରିଛନ୍ତି, ଭାରତୀୟ ବ୍ୟାଟ୍ସମ୍ୟାନଙ୍କ କ୍ରମ ଅନୁଯାୟୀ ଡାହାଣହାତୀ ବ୍ୟାଟରଙ୍କ ସଂଖ୍ୟା କମ୍ ଥିଲା । ଚତୁର୍ଥ ମ୍ୟାଚ୍ରେ ଶ୍ରେଷ୍ଠ ୮ ବ୍ୟାଟର୍ଙ୍କ ମଧ୍ୟରେ ସେ ଏକାକୀ ଡାହାଣହାତୀ ବ୍ୟାଟ୍ସମ୍ୟାନ ଥିଲେ । ତେଣୁ ଅନ୍ତିମ ମୁକାବିଲାରେ ସଞ୍ଜୁ ସାମସନ ଓ ସୂର୍ଯ୍ୟାଂଶ ଶେଡଗେଙ୍କୁ ଚୂଡ଼ାନ୍ତ ଏକାଦଶର ସାମିଲ୍ କରାଯାଇଥିଲା ।
ଏଥିସହ ପଢ଼ନ୍ତୁ: ଟିମ୍ ଇଣ୍ଡିଆରୁ ବାଦ୍ ପଡ଼ିବା ପରେ କାନ୍ଦି ପକାଇଲେ ବୈଭବ ସୂର୍ଯ୍ୟବଂଶୀ ! ଭାଇରାଲ୍ ହେଲା VIDEO
ପ୍ରଶ୍ନଘେରରେ ନିଷ୍ପତ୍ତି
ତେବେ ବୈଭବଙ୍କୁ ମାତ୍ର ତିନିଟି ମ୍ୟାଚ୍ ପରେ ବାଦ୍ ଦେବାକୁ ଅନେକ ପସନ୍ଦ କରିନାହାନ୍ତି । ଡାହାଣହାତୀ ବ୍ୟାଟରଙ୍କ ଆବଶ୍ୟକତା ଥିଲେ ଏହି ପରିବର୍ତ୍ତନ ଆଗରୁ କାହିଁକି କରାଗଲା ନାହିଁ ବୋଲି ମଧ୍ୟ ପ୍ରଶ୍ନ ଉଠିଛି । ବୈଭବ ଜିମ୍ବାୱେ ଗସ୍ତ ପାଇଁ ମଧ୍ୟ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ।
ସେଠାରେ ନିଜ ପ୍ରତିଭା ଦେଖାଇବାର ଆଉ ଏକ ସୁଯୋଗ ବୈଭବ ସୂର୍ଯ୍ୟବଂଶୀଙ୍କ ସାମ୍ନାରେ ରହିଛି । ଏବେ ସମସ୍ତଙ୍କ ନଜର ଆଗାମୀ ସିରିଜରେ ବୈଭବ କିପରି ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଆଉ ଟିମ୍ ଇଣ୍ଡିଆର ଏହି ନୂଆ ପିଢ଼ିର ତାରକା ନିଜକୁ କିଭଳି ପ୍ରତିପାଦିତ କରୁଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories