Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Smriti Mandhana / ପଲାଶ ମୁଚ୍ଛଲଙ୍କ ସହ ବିବାହ ସ୍ଥଗିତ ପରେ ସ୍ମୃତି ମନ୍ଧାନା ପୋଷ୍ଟ କଲେ ପ୍ରଥମ ଭିଡିଓ

Sushanta Sahoo
Browse all articles by Sushanta Sahoo
·7 months ago·2 min read
ପଲାଶ ମୁଚ୍ଛଲଙ୍କ ସହ ବିବାହ ସ୍ଥଗିତ ପରେ ସ୍ମୃତି ମନ୍ଧାନା ପୋଷ୍ଟ କଲେ ପ୍ରଥମ ଭିଡିଓ
Fans Spot Missing Ring in Smriti Mandhana’s New Video

Key Points

ସ୍ମୃତି ମନ୍ଧାନାଙ୍କ ପ୍ରଶଂସକ ନୋଟିସ୍ କରିଛନ୍ତି ତାଙ୍କ ହାତରେ ନାହିଁ ନିର୍ବନ୍ଧ ମୁଦି । ତେବେ ଭିଡିଓଟି ନିର୍ବନ୍ଧ ପୂର୍ବରୁ ନା ପରେ ସୁଟ୍ କରାଯାଇଛି ତାହା ଜଣାପଡ଼ିନାହିଁ ।
ନୂଆଦିଲ୍ଲୀ: ସ୍ମୃତି ମନ୍ଧାନାଙ୍କ ସହ ହେବ ତ ପଲାଶ ମୁଚ୍ଛଲଙ୍କ ବିବାହ ? ଏବେ ସ୍ମୃତିଙ୍କ ପ୍ରଶଂସକ ମନରେ ଏହି ପ୍ରଶ୍ନ । ନଭେମ୍ବର ୨୩ରେ ପଲାଶଙ୍କ ସହ ହେବାର ଥିଲା ସ୍ମୃତିଙ୍କ ବିବାହ । ହେଲେ ସ୍ମୃତି ମନ୍ଧାନାଙ୍କ ବାପା ଅସୁସ୍ଥ ହେବାରୁ ବିବାହ ଅଟକି ଯାଇଥିଲା ।

ବିବାହ ସ୍ଥଗିତର ଦିନକ ପରେ ପଲାଶ ମୁଚ୍ଛଲ ମଧ୍ୟ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ଏବେ ସ୍ମୃତି ମନ୍ଧାନାଙ୍କ ବାପା ଏବଂ ପଲାଶ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ହେଲେ ଉଭୟଙ୍କ ବିବାହ ନେଇ ନୂଆ ତାରିଖ ଦୁହିଁଙ୍କ ପରିବାର ମଧ୍ୟରୁ କେହି ବି ଘୋଷଣା କରି ନାହାନ୍ତି ।

ଏଥିସହ ପଢ଼ନ୍ତୁ: ବିମାନ ବାତିଲ୍ ପାଇଁ... ନିଜ ରିସେପସନ୍‌ରେ ଅନଲାଇନ୍‌ରେ ସାମିଲ୍ ହେଲେ ବର, କନ୍ୟା

ବିବାହ ସ୍ଥଗିତ ପର ଠାରୁ ସ୍ମୃତି ମହିଳା ବିଶ୍ଵ କପ୍‌ ବିଜୟୀ ଟିମ୍‌ର ବିଜେତା ସ୍ମୃତି ମନ୍ଧାନା ସୋସିଆଲ୍ ମିଡିଆରେ କୌଣସି ପୋଷ୍ଟ କରିନଥିଲେ । ଆଉ ଆଜି ସ୍ମୃତି ମନ୍ଧାନା ଏକ ପେଡ୍ ପାର୍ଟନରସିପ୍ ଭିଡିଓ ପୋଷ୍ଟ କରିଥିବା ବେଳେ ପ୍ରଶଂସକଙ୍କ ନଜରକୁ ଆସିଛି ଅନେକ କିଛି ।



ସ୍ମୃତି ମନ୍ଧାନାଙ୍କ ପ୍ରଶଂସକ ନୋଟିସ୍ କରିଛନ୍ତି ତାଙ୍କ ହାତରେ ନାହିଁ ନିର୍ବନ୍ଧ ମୁଦି । ତେବେ ଭିଡିଓଟି ନିର୍ବନ୍ଧ ପୂର୍ବରୁ ନା ପରେ ସୁଟ୍ କରାଯାଇଛି ତାହା ଜଣାପଡ଼ିନାହିଁ । ତଥାପି ସ୍ମୃତି ମନ୍ଧାନାଙ୍କ ହାତ ଅଙ୍ଗୁଳିରେ ନିର୍ବନ୍ଧ ମୁଦି ନଥିବାରୁ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି ।


ଜଣେ ଇନଷ୍ଟା ୟୁଜର୍ ଲେଖିଛନ୍ତି, "ଲାଗୁଛି ସ୍ମୃତି ମନ୍ଧାନା ଦୁଃଖିତ ଅଛନ୍ତି । ଯଦିଓ ସେ ହସୁଛନ୍ତି କିନ୍ତୁ ତାଙ୍କ ସ୍ଵର ଓ ଆଖିରୁ ସ୍ପଷ୍ଟ ବାରି ହୋଇ ପଡ଼ିଛି ସେ ଭାଙ୍ଗି ପଡ଼ିଛନ୍ତି । ସେ ନିର୍ବନ୍ଧ ମୁଦି ମଧ୍ୟ ପିନ୍ଧି ନାହାନ୍ତି ।"

ଏଥିସହ ପଢ଼ନ୍ତୁ: କାଉଣ୍ଟର ଭିତରେ ପଶିଲେ, ଟିକେଟ୍‌ ବଣ୍ଡଲ ଧରି ଛୁ' ମାରିଲେ

ବିବାହ ସ୍ଥଗିତ ପରେ ସ୍ମୃତି ମନ୍ଧାନା ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରୁ ବିବାହ ସମ୍ପର୍କିତ ସମସ୍ତ ପୋଷ୍ଟ ହଟାଇ ନେଇଥିଲେ । ଯାହା ସେତେବେଳେ ଚାଲିଥିବା ଚର୍ଚ୍ଚାକୁ ଖୋରାକ୍ ଯୋଗାଇଥିଲା । ଏହାପରେ ଦୁଇ ପରିବାରର ଏକାଧିକ ସଦସ୍ୟ କହିଥିଲେ, ଅସୁସ୍ଥତା ଯୋଗୁଁ ବିବାହ ସ୍ଥଗିତ ରହିଛି । ପଲାଶଙ୍କ ମାଆ କହିଥିଲେ, "ଆଶା କରୁଛୁ ବିବାହ ଖୁବଶୀଘ୍ର ହେବ ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
New Video of Smriti Mandhana Sparks Wedding Rumours | Argus News | Argus News