Smriti Mandhana Wedding Postponed / ମେହେନ୍ଦି–ହଳଦୀ ପରେ ବିବାହ ସ୍ଥଗିତ ! ଜାଣନ୍ତୁ ହଠାତ୍ କାହିଁକି ଏମିତି ନିଷ୍ପତ୍ତି ନେଲେ ସ୍ମୃତି ମନ୍ଧାନା
·7 months ago·2 min read

Key Points
ସ୍ମୃତି ମନ୍ଧାନାଙ୍କ ବିବାହ ସ୍ଥଗିତ ! ପିତାଙ୍କ ଅସୁସ୍ଥତା ପରେ ହଠାତ୍ ନିଷ୍ପତ୍ତି ।
ଭାରତୀୟ ମହିଳା ଦଳର ଷ୍ଟାର କ୍ରିକେଟର ତଥା ବିଶ୍ବ ଚାମ୍ପିଅନ୍ ସ୍ମୃତି ମନ୍ଧାନାଙ୍କ ବିବାହ ସ୍ଥଗିତ ରଖାଯାଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସ୍ମୃତିଙ୍କ ପିତାଙ୍କ ଅସୁସ୍ଥତା ଯୋଗୁଁ ତାଙ୍କ ବିବାହ ସ୍ଥଗିତ ରଖାଯାଇଛି । ନଭେମ୍ବର ୨୩ରେ ସ୍ମୃତି ମନ୍ଧାନା ଏବଂ ପଲାଶ ମୁଚ୍ଛଲଙ୍କ ବିବାହ ହେବାର ଥିଲା । ବିବାହ ରୀତିନୀତି ସହ ବହୁତ ଧୁମଧାମରେ ପାଳନ କରାଯାଉଥିଲା । ଏହି ଦୁଇଜଣଙ୍କ ମେହେନ୍ଦୀ ଓ ହଳଦୀର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ।
ଭାରତୀୟ କ୍ରିକେଟର ସ୍ମୃତି ମନ୍ଧାନାଙ୍କ ମ୍ୟାନେଜର ତୁହିନ ମିଶ୍ରା ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ପିତା ଅସୁସ୍ଥ ଅଛନ୍ତି । ଯାହାଫଳରେ ଏହି ବିବାହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ମେହେନ୍ଦି ଏବଂ ହଳଦୀ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଥିଲା । ଏହି ଦମ୍ପତି ଆଜି ଅପରାହ୍ନରେ ବିବାହ ବନ୍ଧନରେ ଆବଦ୍ଧ ହେବାର ଥିଲା, କିନ୍ତୁ ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା ।
ଅଧିକ ପଢ଼ନ୍ତୁ: ଘୋଷଣା ହେଲା ଦଳ, ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲାନି ଅଧିନାୟକ ଦାୟିତ୍ବ
ସ୍ମୃତି ମନ୍ଧାନାଙ୍କ ମ୍ୟାନେଜର କହିଛନ୍ତି, "ମନ୍ଧାନାଙ୍କ ପିତା ଜଳଖିଆ କରୁଥିବା ସମୟରେ ଅସୁସ୍ଥ ଅନୁଭବ କରିଥିଲେ । ଆମେ କିଛି ସମୟ ଅପେକ୍ଷା କରିଥିଲୁ, କିନ୍ତୁ ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଲା ନାହିଁ, ଆମେ ତାଙ୍କୁ ହସ୍ପିଟାଲ ନେଇଥିଲୁ । ସେ ବର୍ତ୍ତମାନ ଅବଜରଭେସନ୍ରେ ଅଛନ୍ତି'।
ସ୍ମୃତିଙ୍କ ମ୍ୟାନେଜର ଆହୁରି କହିଛନ୍ତି ଯେ, ସ୍ମୃତି ତାଙ୍କ ପିତାଙ୍କ ବହୁତ ନିକଟତର, ତେଣୁ ତାଙ୍କ ପିତା ସୁସ୍ଥ ନହେବା ପର୍ଯ୍ୟନ୍ତ ସେମାନେ ବିବାହ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।
ସ୍ମୃତି ମନ୍ଧାନା ନଭେମ୍ବର ୨ ତାରିଖରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ପ୍ରଥମ ଥର ପାଇଁ ମହିଳା ଏକଦିବସୀୟ ବିଶ୍ୱକପ୍ ଜିତିଥିବା ଦଳର ଅଂଶ ଥିଲେ । ବିଶ୍ୱକପରେ ମନ୍ଧାନାଙ୍କ ବ୍ୟାଟିଂ ମଧ୍ୟ ଉତ୍କୃଷ୍ଟ ଥିଲା । ସେ ଫାଇନାଲରେ ଶେଫାଲି ବର୍ମାଙ୍କ ସହିତ ଏକ ଶତକୀୟ ପାର୍ଟନରସିପ୍ ମଧ୍ୟ କରିଥିଲେ । ଫାଇନାଲରେ ବିଜୟ ପରେ ପଲାଶ ମୁଛଲଙ୍କୁ କ୍ରିକେଟ୍ ଗ୍ରାଉଣ୍ଡରେ ମନ୍ଧାନାଙ୍କ ସହିତ ଉତ୍ସବ ପାଳନ କରୁଥିବାର ଦେଖିବାକୁ ମିଳିଥିଲା ।
୨୦୨୫ ଦିନିକିଆ ମହିଳା ବିଶ୍ବକପ୍ରେ ସ୍ମୃତି ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ପୂରା ଟୁର୍ଣ୍ଣାମେଣ୍ଟରେ ସ୍ମୃତି ଧୁଆଁଧାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ସେ ୯ଟି ମ୍ୟାଚ୍ରେ ୫୪.୨୫ ହାରରେ ୪୩୪ ରନ୍ କରିଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷ କର ବା ମର ମ୍ୟାଚ୍ରେ ଶତକ ହାସଲ କରି ଭାରତକୁ ସେମିଫାଇନାଲ ଟିକେଟ୍ ଦେଇଥିଲେ ସ୍ମୃତି । ସେହିପରି ଯଦି ଫାଇନାଲ ମ୍ୟାଚ୍ କଥା କହିବା ତାହାଲେ ସେ ୪୫ ରନ୍ର କରିଥିଲେ ।
ଭାରତୀୟ କ୍ରିକେଟର ସ୍ମୃତି ମନ୍ଧାନାଙ୍କ ମ୍ୟାନେଜର ତୁହିନ ମିଶ୍ରା ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ପିତା ଅସୁସ୍ଥ ଅଛନ୍ତି । ଯାହାଫଳରେ ଏହି ବିବାହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ମେହେନ୍ଦି ଏବଂ ହଳଦୀ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଥିଲା । ଏହି ଦମ୍ପତି ଆଜି ଅପରାହ୍ନରେ ବିବାହ ବନ୍ଧନରେ ଆବଦ୍ଧ ହେବାର ଥିଲା, କିନ୍ତୁ ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା ।
ଅଧିକ ପଢ଼ନ୍ତୁ: ଘୋଷଣା ହେଲା ଦଳ, ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲାନି ଅଧିନାୟକ ଦାୟିତ୍ବ
ସ୍ମୃତି ମନ୍ଧାନାଙ୍କ ମ୍ୟାନେଜର କହିଛନ୍ତି, "ମନ୍ଧାନାଙ୍କ ପିତା ଜଳଖିଆ କରୁଥିବା ସମୟରେ ଅସୁସ୍ଥ ଅନୁଭବ କରିଥିଲେ । ଆମେ କିଛି ସମୟ ଅପେକ୍ଷା କରିଥିଲୁ, କିନ୍ତୁ ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଲା ନାହିଁ, ଆମେ ତାଙ୍କୁ ହସ୍ପିଟାଲ ନେଇଥିଲୁ । ସେ ବର୍ତ୍ତମାନ ଅବଜରଭେସନ୍ରେ ଅଛନ୍ତି'।ସ୍ମୃତିଙ୍କ ମ୍ୟାନେଜର ଆହୁରି କହିଛନ୍ତି ଯେ, ସ୍ମୃତି ତାଙ୍କ ପିତାଙ୍କ ବହୁତ ନିକଟତର, ତେଣୁ ତାଙ୍କ ପିତା ସୁସ୍ଥ ନହେବା ପର୍ଯ୍ୟନ୍ତ ସେମାନେ ବିବାହ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।
ସ୍ମୃତି ମନ୍ଧାନା ନଭେମ୍ବର ୨ ତାରିଖରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ପ୍ରଥମ ଥର ପାଇଁ ମହିଳା ଏକଦିବସୀୟ ବିଶ୍ୱକପ୍ ଜିତିଥିବା ଦଳର ଅଂଶ ଥିଲେ । ବିଶ୍ୱକପରେ ମନ୍ଧାନାଙ୍କ ବ୍ୟାଟିଂ ମଧ୍ୟ ଉତ୍କୃଷ୍ଟ ଥିଲା । ସେ ଫାଇନାଲରେ ଶେଫାଲି ବର୍ମାଙ୍କ ସହିତ ଏକ ଶତକୀୟ ପାର୍ଟନରସିପ୍ ମଧ୍ୟ କରିଥିଲେ । ଫାଇନାଲରେ ବିଜୟ ପରେ ପଲାଶ ମୁଛଲଙ୍କୁ କ୍ରିକେଟ୍ ଗ୍ରାଉଣ୍ଡରେ ମନ୍ଧାନାଙ୍କ ସହିତ ଉତ୍ସବ ପାଳନ କରୁଥିବାର ଦେଖିବାକୁ ମିଳିଥିଲା ।
୨୦୨୫ ଦିନିକିଆ ମହିଳା ବିଶ୍ବକପ୍ରେ ସ୍ମୃତି ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ପୂରା ଟୁର୍ଣ୍ଣାମେଣ୍ଟରେ ସ୍ମୃତି ଧୁଆଁଧାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ସେ ୯ଟି ମ୍ୟାଚ୍ରେ ୫୪.୨୫ ହାରରେ ୪୩୪ ରନ୍ କରିଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷ କର ବା ମର ମ୍ୟାଚ୍ରେ ଶତକ ହାସଲ କରି ଭାରତକୁ ସେମିଫାଇନାଲ ଟିକେଟ୍ ଦେଇଥିଲେ ସ୍ମୃତି । ସେହିପରି ଯଦି ଫାଇନାଲ ମ୍ୟାଚ୍ କଥା କହିବା ତାହାଲେ ସେ ୪୫ ରନ୍ର କରିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories